ETV Bharat / state

ବେପରୁଆ ଗାଡି ଚାଳନାରୁ ବାଇକ ଦୁର୍ଘଟଣାଗ୍ରସ୍ତ, ଦୁଇ ମୃତ ଜଣେ ଗୁରୁତର

ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ ଥାନା ଅନ୍ତର୍ଗତ ଝଲଡୁଙ୍ଗୁରି ଛକ ନିକଟରେ ସଡ଼କ ଦୁର୍ଘଟଣା। ଘଟଣାସ୍ଥଳରେ ଦୁଇଜଣ ପ୍ରାଣ ହରାଇ ଥିବାବେଳେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି।

author img

By

Published : Dec 7, 2020, 12:33 PM IST

Updated : Dec 7, 2020, 4:25 PM IST

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ ଥାନା ଅନ୍ତର୍ଗତ ଝଲଡୁଙ୍ଗୁରି ଛକ ନିକଟରେ ସଡ଼କ ଦୁର୍ଘଟଣା। ଘଟଣାସ୍ଥଳରେ ଦୁଇଜଣ ମୃତ୍ୟୁବରଣ କରିଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ଝଲଡୁଙ୍ଗୁରି ଛକ ନିକଟରେ ତିନି ଜଣ ଯୁବକ ରକ୍ତାକ୍ତ ଅବସ୍ଥାରେ ମୁଖ୍ୟ ରାସ୍ତାରେ ପଡି ରହିଥିବା ବେଳେ ଏକ ବାଇକ ମଧ୍ୟ ପଡି ରହିଥିଲା। ତେବେ ବିଳମ୍ବିତ ରାତିରେ ହିଁ ତିନି ଜଣଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନା ଅଣାଯାଇଥିଲା। ସେଠାରେ ଦୁଇ ଜଣ ମୃତ୍ୟୁ ଘଟିଛି । ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି।

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ବେପରୁଆ ଗାଡି ଚାଳନା ଯୋଗୁଁ ଦୁର୍ଘଟଣା ଘଟି ଥାଇପାରେ କିମ୍ବା ଅନ୍ୟ କୌଣସି ଗାଡ଼ି ଧକ୍କା ଦେଇ ପଳେଇ ଯାଇଥିବା ପୋଲିସ ଅନୁମାନ କରୁଛି। ଯଶିପୁର ପଟକୁ ବାଇକ ଯୋଗେଁ ତିନି ଜଣ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ତେବେ ତିନି ଜଣଙ୍କ ପରିଚୟ ମିଳି ପାରି ନଥିବା ବେଳେ ସମସ୍ତେ ଯଶିପୁର ଅଞ୍ଚଳର ବୋଲି ଜଣାପଡ଼ିଛି। ଏନେଇ ବାଦାମପାହାଡ ଥାନା ପୋଲିସ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଦୁଇ ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନା ପଠାଇଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Last Updated : Dec 7, 2020, 4:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.