ETV Bharat / state

Rairangpur Road accident: ବାଇକକୁ ଧକ୍କା ଦେଲା ଟ୍ରାକ୍ଟର, ଅଳ୍ପକେ ବର୍ତ୍ତିଲେ ବାପ ଓ ଝିଅ

author img

By ETV Bharat Odisha Team

Published : Sep 17, 2023, 8:19 PM IST

ମୟୁରଭଞ୍ଜ ଜିଲ୍ଲା ଦିନକୁ ଦିନ ବଢି ଚାଲିଛି ଦୁର୍ଘଟଣା । ରାଇରଙ୍ଗପୁରର ବଜାରରେ ବାଇକକୁ ଏକ ଟ୍ରାକ୍ଟର ଧକ୍କା ଦେବା ଫଳରେ ୨ ଜଣ ଆହାତ ହେଇଥିବା ବେଳେ ଜଣେ ଗୁରୁତର ହୋଇଥିଲେ । ଅଧିକ ପଢ଼ନ୍ତୁ

Road accident: ବାଇକକୁ ଧକ୍କା ଦେଲା ଟ୍ରାକ୍ଟର, ଅଳ୍ପକେ ବର୍ତ୍ତିଲେ ବାପ ଓ ଝିଅ

ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା ଦିନକୁ ଦିନ ବଢ଼ି ଚାଲିଛି ସଡ଼କ ଦୁର୍ଘଟଣା । ରାଇରଙ୍ଗପୁର ସହର ମୁଖ୍ୟ ବଜାରରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗୋଟିଏ ବାଇକକୁ ଟ୍ରାକ୍ଟର ଧକ୍କା ଦେବା ଫଳରେ ୨ ଜଣ ଆହାତ ହେବା ସହ ଜଣେ ଗୁରୁତର ହୋଇଥିଲେ । ଆହାତଙ୍କ ମଧ୍ୟରେ ଗୋଟିଏ ପରିବାରର ବାପ ଓ ଝିଅ ରହିଥିବା ଜଣାପଡ଼ିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରାକ୍ଟରକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟା ପାଖାପାଖି ୫.୧୫ ସମୟରେ ରାଇରଙ୍ଗପୁର ବଜାର ପଟକୁ ଯାଉଥିବା ଏକ ବାଇକ ସହିତ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରାକ୍ଟର ମୁହାଁମୁହିଁ ଧକ୍କା ହୋଇଥିଲା । ତେବେ ଉକ୍ତ ବାଇକରେ ବାପା ଓ ଝିଅ ଥିବା ବେଳେ ତାଙ୍କ ଉପରେ ଟ୍ରାକ୍ଟରଟି ଚଢ଼ି ଯାଇଥିଲା । ଏଥି ସହିତ ଟ୍ରାକ୍ଟରରେ ବସିଥିବା ବାଇଦାପୋଷି ଅଞ୍ଚଳର କାନ୍ଦା ନାଏକ ଟ୍ରାକ୍ଟରରୁ ଖସି ପଡ଼ିଥିଲେ ଯାହାଫଳରେ ଟ୍ରାକ୍ଟରଟି ତାଙ୍କ ଉପରେ ଚଢି ଯାଇ ରାସ୍ତା କଡ଼ରେ ଥିବା ଏକ ଟାୟାର ଦୋକାନ ଭିତରକୁ ପଶି ଯାଇଥିଲା । ସ୍ଥାନୀୟ ଲୋକେ ସଙ୍ଗେସଙ୍ଗେ ଆହାତ ବ୍ୟକ୍ତିମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ରାଇରଙ୍ଗପୁର ହସ୍ପିଟାଲକୁ ପଠାଯାଇଥିଲେ । ସେଠାରେ ସମସ୍ତଙ୍କ ପ୍ରାଥମିକ ଚିକିତ୍ସା ହୋଇଥିଲା । ପରେ ବାଇକ ଚାଳକଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବାରିପଦା ପିଆରଏମ ମେଡିକାଲକୁ ସ୍ଥାନାନ୍ତର କରିଥିଲେ ଡାକ୍ତର ।

ଏହା ମଧ୍ୟ ପଢନ୍ତୁ..ଅପରାଧି ମୁକ୍ତ ହେବ ପୁରୀ ସହର, ସ୍ବତନ୍ତ୍ର ଡ୍ରାଇଭରେ 84 ଜଣ ଗିରଫ

ତେବେ ଗୁରୁତର ଆହତ ହୋଇଥିବା ବାପା ଓ ଝିଅ ରାଇରଙ୍ଗପୁର ୱାର୍ଡ଼ ନଂ ୨ର ଧରମବୀର କିସ୍କୁ ଓ ତାଙ୍କ ୧୫ ବର୍ଷର ଝିଅ ଶୁଭସ୍ମିତା କିସ୍କୁ ବୋଲି ଜଣାପଡିଛି । ପରେ ପୋଲିସ ଘଟଣାସ୍ଥଳକୁ ଯାଇ ସେଠାରୁ ଟ୍ରାକ୍ଟର ଓ ବାଇକ୍‌କୁ ଜବତ କରି ତଦନ୍ତ ଆରମ୍ଭ କରିଛି । ସେପଟେ ରାଇରଙ୍ଗପୁର ସହରର ଜନଗହଳି ପୂର୍ଣ୍ଣ ରାସ୍ତାରେ ବେପରୁଆ ଭାବରେ ଏବଂ ଦୃତ ଗତିରେ ଟ୍ରକ, ଟ୍ରାକ୍ଟର, ବାଇକ, କାର ଆଦି ଗାଡ଼ି ସବୁ ଚଳାଉଥିବା ହେତୁ ରାଇରଙ୍ଗପୁରବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏପରି ବେପରୁଆ ଗାଡ଼ି ଚାଳକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ପୂର୍ବରୁ ଜିଲ୍ଲାର ଠାକୁରମୁଣ୍ଡା ଜୁଡ଼ାମ୍ବ ଘାଟିରେ ଏକ ଦୁର୍ଘଟଣା ଘଟିଥିଲା । ଏକ ଟାଟା ଏସି ଗାଡ଼ି ଯୋଗେ ଶ୍ରମିକମାନେ ଯାଉଥିବାବେଳେ ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଇଥିଲା । ୭ ଜଣ ଗୁରୁତର ଆହତ ହୋଇଥିବାବେଳେ ପାଖାପାଖି ୨୦ ଜଣ ଶ୍ରମିକ ସାମାନ୍ୟ ଆହତ ହୋଇଥିଲେ ।

ଇଟିଭି ଭାରତ,ମୟୁରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.