ETV Bharat / state

ଟ୍ରାକ୍ଟର ଓଲଟି ଚାଳକ ମୃତ, 2 ମହିଳା ଗୁରୁତର

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଅଧିନରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଟ୍ରାକ୍ଟରକୁ ଧୋଇବାକୁ ନେବା ସମୟରେ ହଠାତ ଓଲଟି ଟ୍ରାକ୍ଟର ଚାଳକ ମୃତ । ଅଧିକ ପଢନ୍ତୁ...

author img

By

Published : Jul 18, 2020, 1:17 PM IST

ଟ୍ରାକ୍ଟର ଓଲଟି ଚାଳକ ମୃତ, 2 ମହିଳା ଗୁରୁତର
ଟ୍ରାକ୍ଟର ଓଲଟି ଚାଳକ ମୃତ, 2 ମହିଳା ଗୁରୁତର

ରାଇରଙ୍ଗପୁର: ଟାଉନଥାନା ଅଧିନ ପାତେପାଣି ଗାଁରେ ଅଭାବନୀୟ ଘଟଣା। ଭାରସାମ୍ୟ ହରାଇ ରାସ୍ତାକୁ ଓଲଟିଲା ଟ୍ରାକ୍ଟର । ଟ୍ରାକ୍ଟର ତଳେ ଚାପି ହୋଇ ଚାଳକଙ୍କ ମୃତ୍ୟୁ ହୋଇଛି । ଏଥିରେ ଦୁଇ ଜଣ ମହିଳା ଗୁରୁତର ଆହତ ହୋଇଛନ୍ତି। ରାଣିପାଳ ସ୍ଥିତି ଖଡଖାଇ ନଦୀକୁ ଟ୍ରାକ୍ଟର ଧୋଇବାକୁ ନେବା ସମୟରେ ଏହି ଅଘଟଣାଟି ଘଟିଛି ।

ଟ୍ରାକ୍ଟର ଓଲଟି ଚାଳକ ମୃତ, 2 ମହିଳା ଗୁରୁତର

ଦୁଇ ଜଣ ଗୁରୁତର ମହିଳା ଶ୍ରମିକଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନା ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଉଭୟ ମହିଳା ଶ୍ରମିକଙ୍କୁ ବାରିପଦା ପିଆରଏମ ସ୍ଥାନାନ୍ତର କରାଯାଇଛି। ଖବର ପାଇ ରାଇରଙ୍ଗପୁର ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଟ୍ରାକ୍ଟରକୁ ଜବତ କରିଛି।

ସେପଟେ, ଚାଳକର ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନା ପଠାଇଥିବା ସୂଚନା ମିଳିଛି। ମୃତ ଚାଳକ ଜଣକ ମହୁଲଡିହା ଗ୍ରାମର ଚାନ୍ଦ୍ରାଇ ସୋରେନ ବୋଲି ଜଣାପଡିଛି।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.