ETV Bharat / state

ଆଜି ବିଜେପି ପକ୍ଷରୁ ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା - ବିଜେପି

୧୬ ଦଫା ଦାବିରେ ନେଇ ବିଜେପି ପକ୍ଷରୁ ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା । ଅଧିକ ପଢନ୍ତୁ...

ଆଜି ବିଜେପି ପକ୍ଷରୁ ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା

author img

By

Published : Oct 25, 2021, 9:03 AM IST

Updated : Oct 25, 2021, 9:17 AM IST

ବାରିପଦା: ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା । ୧୬ ଦଫା ଦାବି ନେଇ ଆଜି ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ବନ୍ଦର ପ୍ରଭାବ ଆରମ୍ଭ ହୋଇଯାଇଥିବା ବେଳେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନକୁ ଜୋରଦାର କରିବ ବିଜେପି । ଗତ ୨୨ ତାରିଖରେ ମୁଖ୍ୟମନ୍ତ୍ରୀ ବାରିପଦାକୁ ଏକ ସରକାରୀ କାର୍ଯ୍ୟକ୍ରମରେ ଆସିଥିବା ବେଳେ ହେଲିପ୍ୟାଡଠାରେ ବିଜେପି ଏବଂ ଜେଏମ୍ ଏମ୍ ପକ୍ଷରୁ କଳା ପତାକା ଦେଖାଇ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରାଯାଇଥିଲା। ସେହି ସମୟରେ ବିଜେପି ଏବଂ ଜେଏମ୍ଏମ୍ କର୍ମୀଙ୍କୁ ବିଜେଡି କର୍ମୀ ନିସ୍ତୁକ ମାଡ଼ ମାରିଥିଲେ । ଏହି ଘଟଣା ସହିତ ଜିଲ୍ଲାର ଉନ୍ନତି ପାଇଁ ୧୬ ଦଫା ଦାବି ନେଇ ଆଜି ମୟୂରଭଞ୍ଜ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ବିଜେପି ।

ଆଜି ବିଜେପି ପକ୍ଷରୁ ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା

ଜିଲ୍ଲାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା, ଡାକ୍ତର ପଦବୀ ପୂରଣ ସହ ମୁଖ୍ୟମନ୍ତ୍ରୀଙ୍କ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ପ୍ରହସନ ବୋଲି ବିଜେପି କହିଛି । ଅନ୍ୟପକ୍ଷରେ ମମିତା ମେହେରକୁ ନ୍ୟାୟ ସହ କ୍ୟାପଟେନ ଦିବ୍ୟଶଙ୍କରଙ୍କ ଇସ୍ତଫା ଓ ଗିରଫ ଦାବି କରିଛି ବିଜେପି। ଏନେଇ ଆଜି ସକାଳ ୬ଟା ଠାରୁ ବିଜେପିର ମହିଳା ଯୁବ ମୋର୍ଚ୍ଚା ସହିତ ଜିଲ୍ଲାର ଅନେକ ଆଗ ଧାଡ଼ିର ବିଜେପି ନେତା ବାରିପଦା ସହରର ୧୮ ନଂ ଜାତୀୟ ରାଜପଥରେ ପିକେଟିଂ କରିବା ସହ ରାଜପଥ ଅବରୋଧ କରିଥିଲେ। ତେଣୁ ବାରିପଦା ଦୋକାନବଜାର ବନ୍ଦ ଥିବା ବେଳେ ରାସ୍ତା ଖାଁ ଖାଁ ରହିଥିବା ଦେଖିବାକୁ ମିଳିଛି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Oct 25, 2021, 9:17 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.