ETV Bharat / state

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ-ବିଦ୍ୟୁତ ଖୁଣ୍ଟ, ଜଣେ ମୃତ

ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ତହସିଲ ଅନ୍ତର୍ଗତ ସାଲେଇବେଡା ପଞ୍ଚାୟତର ଖଡିଦମକ ଗ୍ରାମରେ କାଳବୈଶାଖୀ ତାଣ୍ଡବ ରଚିଛି । ଏହାର ପ୍ରଭାବରେ ଲୋକଙ୍କ ଘର ଛାଉଣୀ ଉଡ଼ିଯିବା ସହ ଗ୍ରାମରେ ଅନେକ ଗଛ ଓ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଯାଇଛି । ଅଧିକ ପଢନ୍ତୁ...

କାଳବୈଶାଖୀ ତାଣ୍ଡବ: ବହୁ ଘର ଛପର ଉଡି ନଷ୍ଟ, ଜଣେ ମୃତ

author img

By

Published : Apr 11, 2021, 9:48 PM IST

ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ତହସିଲ ଅନ୍ତର୍ଗତ ସାଲେଇବେଡା ପଞ୍ଚାୟତର ଖଡିଦମକ ଗ୍ରାମରେ କାଳବୈଶାଖୀ ତାଣ୍ଡବ ରଚିଛି । ଏହାର ପ୍ରଭାବରେ ଲୋକଙ୍କ ଘର ଛାଉଣୀ ଉଡ଼ିଯିବା ସହ ଗ୍ରାମରେ ଅନେକ ଗଛ ଓ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଯାଇଛି । ଅପରାହ୍ନ ସମୟରେ ବର୍ଷା ସହ ଜୋର ପବନ ବହିବା ଫଳରେ ଗ୍ରାମର ମଙ୍ଗଲ ସିଂ ସଏ, ଚିଲୁକା ହୋ ଏବଂ ବିଶ୍ୱନାଥ ଦାସଙ୍କ ଘର ଛାଉଣୀ ଉଡିଯାଇଛି । ଏଥିସହିତ ଅନେକ ଗୁଡିଏ ଗଛ ଭାଙ୍ଗି ତଳେ ପଡି ଯାଇଥିବା ବେଳେ ଗ୍ରାମକୁ ଯାଇଥିବା ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଯାଇଥିବା ସୂଚନା ମିଳିଛି ।

କାଳବୈଶାଖୀ ତାଣ୍ଡବ: ବହୁ ଘର ଛପର ଉଡି ନଷ୍ଟ, ଜଣେ ମୃତ

ସେହିପରି କାଳବୈଶାଖୀ ଯୋଗୁଁ ସୁକୃଳି ବ୍ଲକ ଅନ୍ତର୍ଗତ ଗୁହାଳ ଚୁଟିଆ ଗ୍ରାମରେ ଘଟିଛି ଅଘଟଣ । ଉକ୍ତ ଗ୍ରାମର ସୁନା ପୂର୍ତ୍ତି ନାମକ ଜନୈକ ଯୁବକ ପୋଖରୀକୁ ଗାଧୋଇବା ପାଇଁ ଯାଉଥିବା ବେଳେ ବଜ୍ରାଘାତ ହେବା ଯୋଗୁଁ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ଖବର ଗ୍ରାମରେ ପ୍ରଚାର ହେବା ପରେ ଶୋକର ଛାୟା ଖେଳିଯାଇଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.