ETV Bharat / state

ଫ୍ରିଜରୁ ସର୍ଟ ସର୍କିଟ ହୋଇ ଜଳିଗଲା ତିନି ବଖରା - Three houses blaze

ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଅନ୍ତର୍ଗତ ଅଁଳା ପଞ୍ଚାୟତର ଅଁଳା ଗ୍ରାମର ଜୟନ୍ତି ଖଟୁଆଙ୍କ ତିନି ବଖରା ଘର ସର୍ଟ ସର୍କିଟରୁ ସମ୍ପୂର୍ଣ୍ଣ ଜଳିଯାଇଛି।

ସର୍ଟ ସର୍କିଟ ହୋଇ ଜଳିଗଲା ତିନି ବଖରା
ସର୍ଟ ସର୍କିଟ ହୋଇ ଜଳିଗଲା ତିନି ବଖରା
author img

By

Published : Mar 26, 2021, 12:35 PM IST

ବାରିପଦା: ଘରେ ସର୍ଟ ସର୍କିଟ ହୋଇ ଜଳିଗଲା ତିନି ବଖରା। ଆଜି(ଶୁକ୍ରବାର) ସକାଳ ସମୟରେ ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଅନ୍ତର୍ଗତ ଅଁଳା ପଞ୍ଚାୟତର ଅଁଳା ଗ୍ରାମର ଜୟନ୍ତି ଖଟୁଆଙ୍କ ତିନି ବଖରା ଘର ସର୍ଟ ସର୍କିଟରୁ ସମ୍ପୂର୍ଣ୍ଣ ଜଳିଯାଇଛି।

ସର୍ଟ ସର୍କିଟ ହୋଇ ଜଳିଗଲା ତିନି ବଖରା

ଜୟନ୍ତୀ ଖଟୁଆଙ୍କ ଘର ସର୍ଟ ସର୍କିଟରୁ ନିଆଁ ଲାଗିଯାଇଥିଲା । ଘରେ ନିଆଁ ଲାଗିବା ଜାଣିପାରି ତାଙ୍କ ଝିଅ ଓ ଦୁଇଜଣ ନାତି ଘରୁ ବାହାରକୁ ବାହାରି ଆସିଥିଲେ। ତେବେ ସୂଚନା ଅନୁଯାୟୀ, ସର୍ଟ ସର୍କିଟ ଯୋଗୁଁ ଫ୍ରିଜଟି ପ୍ରଥମେ ଜଳି ଯାଇଥିଲା ଓ ପରେ ହଠାତ୍ ଘରେ ନିଆଁ ଲାଗି ଗୋଟିଏ ପରେ ଗୋଟିଏ ରୁମକୁ ବ୍ୟାପିଯାଇଥିଲା । ଯାହାଫଳରେ ଘରେ ଥିବା ସ୍କୁଟି, ଗଡରେଜ, ସୁନା ଗହଣା, ଲକ୍ଷାଧିକ ଟଙ୍କାର ଆସବାବ ପତ୍ର ସାମଗ୍ରୀ ପୋଡ଼ି ନଷ୍ଟ ହୋଇ ଯାଇଛି ।

ଖବର ପାଇ, ରାସ ଗୋବିନ୍ଦପୁର ଓ ବେତନଟି ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିଥିଲେ ବି ତିନି ବଖରା ସମ୍ପୂର୍ଣ୍ଣ ଜଳି ପୋଡି ପାଉଁଶ ହୋଇଯାଇଛି। ଏବେ ସର୍ବଶାନ୍ତ ହୋଇଥିବା ଏହି ପରିବାର ବର୍ଗକୁ ସରକାରୀ ସହାୟତା ଯୋଗାଇ ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.