ETV Bharat / state

ତୀର ମାଡରେ ସୁପରଭାଇଜର ଗୁରୁତର, ମେଡ଼ିକାଲରେ ଭର୍ତ୍ତି - ସୁପରଭାଇଜର ଗୁରୁତର

ସୁବର୍ଣ୍ଣରେଖା କେନାଲ କାର୍ଯରେ ନିୟୋଜିତ ଥୁବା ସୁପରଭାଇଜରଙ୍କୁ ଦୁର୍ବୃତ୍ତ ଙ୍କ ତୀରମାଡ। ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଭୋଳାଗଡ଼ିଆ କେମ୍ପ ରେ ଘଟିଛି ଘଟଣା। ଅଧିକ ପଢନ୍ତୁ.....

ତୀର ମାଡରେ ସୁପରଭାଇଜର ଗୁରୁତର, ପିଆରଏମ୍ ମେଡ଼ିକାଲ ରେ ଭର୍ତ୍ତି

author img

By

Published : Aug 29, 2020, 10:19 PM IST

ବାରିପଦା: ଜିଲ୍ଲାର ମୋରଡ଼ା ଥାନା ଅନ୍ତର୍ଗତ ଚିତ୍ରଡା ଫାଣ୍ଡି ଭୋଳାଗଡ଼ିଆ ନିକଟରେ ଚାଲୁଥିବା ସୁବର୍ଣ୍ଣରେଖା କେନାଲ ନିର୍ମାଣ କାର୍ଯ୍ୟ କ୍ୟାମ୍ପରେ ଶୁକ୍ରବାର କିଛି ଦୁର୍ବୃତ୍ତ ଚୋରୀ କରୁଥିବା ସମୟରେ ସେହି କ୍ୟାମ୍ପର ସୁପର ଭାଇଜର ପ୍ରତିବାଦ କରିବାରୁ ତାଙ୍କୁ ମାରପିଟ କରିବା ସହିତ ତୀର ମାଡ କରିଥିବା ନେଇ ମୋରଡ଼ା ଥାନାରେ ଶନିବାର ଅଭିଯୋଗ ହୋଇଛି।

ତୀର ମାଡରେ ଯୁବକ ଗୁରୁତର, ପି ଆର ଏମ୍ ମେଡ଼ିକାଲ ରେ ଭର୍ତ୍ତି

ସୁପରଭାଇଜର ଜଣକ ହେଲେ ଶୁଳିଆପଦା ଥାନା ଅନ୍ତର୍ଗତ କୁସୁମୀ ଗ୍ରାମର ରତନ କୁମାର ଗିରି (ବୟସ ୨୬), ଠିକାଦାର ଙ୍କ କହିବା ଅନୁଯାୟୀ ଗତ ତା ୨୮/୦୮/୨୦୨୦ ରିଖ ଶୁକ୍ରବାର ରାତିରେ କ୍ୟାମ୍ପରେ କର୍ମଚାରୀ ମାନେ ଥିବା ସମୟରେ କିଛି ଦୁର୍ବୃତ୍ତ ମାରପିଟ କରିବା ସହ ସୁପରଭାଇଜରଙ୍କୁ ତୀର ମାଡ଼ କରିଛନ୍ତି । ତୀରଟି ସୁପରଭାଇଜର ଡାହାଣ ହାତରେ ଲାଗିଥିଲା ଏବଂ ଦୁର୍ବୃତ୍ତ ମାନେ ସେଠାରୁ ପଳାଇ ଯାଇଥିଲେ। ସୁପରଭାଇଜର ତାଙ୍କର ମାଲିକ ରାଜେନ୍ଦ୍ର ଗୁପ୍ତାଙ୍କୁ ଏହି ଘଟଣା ସମ୍ପର୍କରେ ଜଣାଇବା ପରେ ସେ ରାତିରେ କ୍ୟାମ୍ପରେ ପହଞ୍ଚି ତାଙ୍କୁ ସେଠାରୁ ଉଦ୍ଧାର କରି ବାରିପଦାସ୍ଥିତ ପିଆରଏମ ମେଡିକାଲ ରେ ଭର୍ତ୍ତି କରାଇଥିଲେ।
ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.