ETV Bharat / state

ସଂକ୍ରମଣ ରୋକିବାକୁ 2ଟି ଗାଁ ସଟଡାଉନ ଘୋଷଣା କଲେ ସରପଞ୍ଚ - 2 ଗାଁ କୁ ସଟ ଡାଉନ ଘୋଷଣା କଲେ ସରପଞ୍ଚ

କୋରୋନା ଗୋଷ୍ଠୀ ସଂକ୍ରମଣ ଆଶଙ୍କାରେ ରାସଗୋବିନ୍ଦପୁର ବ୍ଲକର ଅମରଦା ଗ୍ରାମ ପଞ୍ଚାୟତର ପୂର୍ଣ୍ଣଚନ୍ଦ୍ରପୁର ଓ ଭାଲିଆଗଡିଆ ଗ୍ରାମକୁ ସଟଡାଉନ ଘୋଷଣା କଲେ ସରପଞ୍ଚ।

ସଂକ୍ରମଣ ରୋକିବାକୁ 2 ଗାଁ କୁ ସଟ ଡାଉନ ଘୋଷଣା କଲେ ସରପଞ୍ଚ

author img

By

Published : Jul 28, 2020, 11:36 AM IST

ବାରିପଦା: ଜିଲ୍ଲାର ରାସଗୋବିନ୍ଦପୁର ବ୍ଳକ ଅମରଦା ପଞ୍ଚାୟତରେ କାୟା ବିସ୍ତାର କରୁଛି କୋରୋନା। ଅମରଦା ଗ୍ରାମ ପଞ୍ଚାୟତର ଦୁଇଟି ଗାଁକୁ ଆସନ୍ତା ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ସଟ ଡାଉନ ଘୋଷଣା କଲେ ସରପଞ୍ଚ।

ରାଜ୍ୟ ସରକାର କୋଭିଡ ମୁକାବିଲା ପାଇଁ ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଛନ୍ତି। ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ଅମରଦା ଗ୍ରାମ ପଞ୍ଚାୟତର ପୂର୍ଣ୍ଣଚନ୍ଦ୍ରପୁର ଓ ଭାଲିଆଗଡିଆ ଗ୍ରାମରୁ ୮ଜଣ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ଅମରଦା ସରପଞ୍ଚ ପ୍ରଧାନ କିସ୍କୁ ଏହି ଦୁଇଟି ଗ୍ରାମକୁ କୋରୋନା ଗୋଷ୍ଠୀ ସଂକ୍ରମଣ ଆଶଙ୍କା କରି ସମସ୍ତ ଅଞ୍ଚଳକୁ ସଟଡାଉନ କରିଛନ୍ତି।

ଏହି ଅବଧି 28/07/20 ରିଖ ସକାଳ ୫ଟା ଠାରୁ 31/07/20 ରିଖ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିଛନ୍ତି । ଏନେଇ ସରପଞ୍ଚ ରାସଗୋବିନ୍ଦପୁର ଥାନା ଅଧିକାରିଣୀଙ୍କୁ ଜଣାଇବା ସହିତ ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରାଯାଇଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.