ରାଇରଙ୍ଗପୁର : ଉଦ୍ଧାର ହେଲା ବିରଳ ପ୍ରଜାତିର ପେଚା । ରାଇରଙ୍ଗପୁର ବନବିଭାଗ ପେଚାଟିକୁ ଉଦ୍ଧାର କରିଛି । ଆଜି(ଶନିବାର) ରାଇରଙ୍ଗପୁର ବନାଞ୍ଚଳ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଏକ ଦୋକାନ ଚାଳରେ ବସିଥିବା ଖବର ପାଇବା ପରେ ପେଚାଟିକୁ ଉଦ୍ଧାର କରାଯାଇଥିଲା ।
ପେଚାଟିର ବୟସ ବର୍ଷେ ହୋଇଥିବା ବେଳେ ପ୍ରାଣୀ ଚିକିତ୍ସକଙ୍କ ଦ୍ବାରା ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ ସରଗଡା ସ୍ଥିତ କାନାପାଟ ସଂରକ୍ଷିତ ଜଙ୍ଗଲରେ ଛଡାଯିବ ବୋଲି ରାଇରଙ୍ଗପୁର ରେଞ୍ଜର ସୂଚନା ଦେଇଛନ୍ତି ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡାଙ୍କ ରିପୋର୍ଟ, ଇଟିଭି ଭାରତ