ରାଇରଙ୍ଗପୁର: ମହୁମାଛି ଆକ୍ରମଣରେ ବୃଦ୍ଧ ମୃତ । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅନ୍ତର୍ଗତ ବଡପାଣି ଗ୍ରାମରେ । ସୂଚନାନୁସାରେ ବଡପାଣି ଗ୍ରାମର ପରେଶ ଚନ୍ଦ୍ର ନାଏକ ଘର ନିକଟରେ ହଳ କରୁଥିବା ସମୟରେ ମହୁମାଛିମାନେ ଅତର୍କିତ ଆକ୍ରମଣ କରିଥିଲେ ।
ତେବେ ଆକ୍ରମଣ ପରେ ବୃଦ୍ଧ ଜଣକ ଘଟଣାସ୍ଥଳରେ ଛଟପଟ ହେଉଥିବାବେଳେ ଗୁରୁତର ହୋଇଥିବା ସୂଚନା ମିଳିଛି । ତେବେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଯଶିପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ପରେ ବୃଦ୍ଧଙ୍କୁ ଚିକିତ୍ସା ଜାରି ରହିଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ସହ ମୃତଦେହକୁ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ