ETV Bharat / state

ତୀର ମାଡ଼ କରି ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ

author img

By

Published : Nov 3, 2020, 12:03 PM IST

ମୟୂରଭଞ୍ଜ ଜିଲ୍ଲା କୁକୁଡିମୁଣ୍ଡି ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତୀର ମାଡ କରି ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ଅଧିକ ପଢନ୍ତୁ...

The main accused arrested in killed a man with an arrow attack
ତୀର ମାଡ଼ କରି ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ

ରାଇରଙ୍ଗପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି 21ସେପ୍ଟେମ୍ବରରେ ମୟୂରଭଞ୍ଜ ଜିଲ୍ଲା କୁକୁଡିମୁଣ୍ଡି ଗ୍ରାମର ସମରା ଦେହୁରୀକୁ ତୀର ମାରି ହତ୍ୟା କରଯାଇଥିବା ଘଟଣା ସାମ୍ନାକୁ ଆସିଥିଲା । ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।

ବହୁ ଦିନରୁ ଗୋରୁମହିଷାଣି ଥାନା କୁକୁଡିମୁଣ୍ଡି ଗ୍ରାମର ସମରା ଦେହୁରୀ ଓ ଛୋଟରାୟ ଦେହୁରୀ ଭିତରେ ଜମିକୁ ନେଇ ବିବାଦ ଲାଗି ରହିଥିଲା । ତେବେ 21ସେପ୍ଟେମ୍ବରରେ ସମରା ନିଜ ପରିବାର ସହ ଛିଡ଼ା ହୋଇଥିବା ବେଳେ ଛୋଟରାୟ ଦେହୁରୀ ଅଚାନକ ତାଙ୍କ ଉପରକୁ ତୀର ମାଡ଼ କରିଥିଲେ । ତୀରଟି ସମରାଙ୍କ ଛାତିରେ ବାଜି ପିଠି ପଟରେ ବାହାରିଯାଇଥିଲା । ଫଳରେ ସମରାଙ୍କୁ ଗୁରୁତର ଅବସ୍ଥାରେ ତୁରନ୍ତ ରାଇରଙ୍ଗପୁର ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏ ନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତେବେ ପୋଲିସ ମଙ୍ଗଳବାର ଏ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଛୋଟରାୟ ଦେହୁରୀକୁ ଜଙ୍ଗଲ ଭିତରୁ ଗିରଫ କରିଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଈଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.