ETV Bharat / state

ମନ୍ଦିର ବେଢ଼ାରେ ଗଲା ଯୁବକଙ୍କ ଜୀବନ - ଟିବି ରୋଗୀ

ବସିଥିବା ଅବସ୍ଥାରେ ଚାଲିଗଲା ଟଳି ପଡିଲେ ଯୁବକଙ୍କ । ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ । ଅଧିକ ପଢନ୍ତୁ...

ମନ୍ଦିର ବେଢ଼ାରେ ଗଲା ଯୁବକଙ୍କ ଜୀବନ
ମନ୍ଦିର ବେଢ଼ାରେ ଗଲା ଯୁବକଙ୍କ ଜୀବନ
author img

By

Published : May 29, 2021, 8:51 PM IST

Updated : Jun 19, 2021, 4:47 PM IST

ବାରିପଦା: ବେତନଟି ଥାନା ଅନ୍ତର୍ଗତ ବାରମାଇଲସ୍ଥିତ ଶିବ ମନ୍ଦିର ପାହାଚରେ ଜନୈକ ଯୁବକଙ୍କ ବସିଥିବା ଅବସ୍ଥାରେ ମୃତ୍ୟୁ ଘଟିଛି । କିଭଳି ଭାବେ ଯୁବକଙ୍କ ମୃତ୍ୟୁ ଘଟିଲା ତାହା କାହାକୁ ଜଣାନାହିଁ । ସୂଚନାନୁସାରେ ମୋରଡ଼ା ବ୍ଲକ ଭାଲିଆଡିହା ପଞ୍ଚାୟତର ନିଚୁଆପଦା ଗାଁର ସନ୍ତୋଷ ମହାନ୍ତ (୨୫) ଟିବି ରୋଗରେ ଆକ୍ରାନ୍ତ ହୋଇ ଜରାଜୀର୍ଣ୍ଣ ହୋଇପଡିଥିଲେ ।

ମନ୍ଦିର ବେଢ଼ାରେ ଗଲା ଯୁବକଙ୍କ ଜୀବନ

ତେବେ ଗତ ଶୁକ୍ରବାର ସନ୍ଧ୍ୟାରେ ଘରୁ ବାହାରି ଆଉ ଘରକୁ ଫେରିନଥିଲେ । ପରିବାର ଲୋକେ ବହୁ ଖୋଜା ଖୋଜି କରିବା ସମୟରେ ହଠାତ ପରିବାର ଲୋକେ ଖବର ପାଇ ବାରମାଇଲ ଶିବ ମନ୍ଦିର ପାହାଚ ଉପରେ ଜନୈକ ଯୁବକଙ୍କ ମୃତଦେହ ପଡି ରହିଥିବା ଦେଖିବାକୁ ପାଇଥିଲେ । ଖବର ପାଇ ବେତନଟି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ।

ତେବେ ଭାଲିଆଡ଼ିହା ସରପଞ୍ଚ ଏବଂ ମୃତ ଯୁବକଙ୍କ ପରିବାର ଲୋକେ ଘଟଣାସ୍ଥଳକୁ ଆସିଥିଲେ । ସନ୍ତୋଷଙ୍କ ମୃତ୍ୟୁ ସ୍ୱାଭାବିକ ଏବଂ ସେ ଟିବି ରୋଗରେ ଗୁରୁତର ଭାବେ ଆକ୍ରାନ୍ତ ହୋଇଥିଲେ । ସନ୍ତୋଷଙ୍କ ମୃତ୍ୟୁରେ ତାଙ୍କ ପରିବାର ଲୋକେ କୌଣସି ପୋଲିସ କେସ କରିବେ ନାହିଁ ଲିଖିତ ଭାବେ ପ୍ରଦାନ କରିଥିଲେ । ମୃତଦେହକୁ ଏକ ଗାଡ଼ିଯୋଗେ ଘରକୁ ନେଇ ଯାଇଥିଲେ ।

ତେବେ ସନ୍ତୋଷ ଜଣେ ଧାର୍ମିକ ବ୍ୟକ୍ତି ହୋଇଥିବାରୁ ତାଙ୍କର ମୃତ୍ୟୁ ଶିବ ମନ୍ଦିରରେ ବସିଥିବା ଅବସ୍ଥାରେ ଘଟିଥିବାର ନେଇ ଲୋକେ ଆଲୋଚନା କରୁଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Jun 19, 2021, 4:47 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.