ETV Bharat / state

ପରିବେଶ ସୁରକ୍ଷା ବାର୍ତ୍ତା ବାଣ୍ଟି ଭୋଟ ଭିକ୍ଷା କରିଥିବା ୱାର୍ଡମେମ୍ବର ପ୍ରାର୍ଥୀ ବିଜୟୀ

ପ୍ରଚାର ମାଧ୍ୟମରେ ପରିବେଶ ସୁରକ୍ଷା ଚିନ୍ତା କରି ଭୋଟ ଭିକ୍ଷା କରିଥିଲେ ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ହଲଦୀପାଳ ଗ୍ରାମପଞ୍ଚାୟତ ୮ ନମ୍ବର ୱାର୍ଡର ୱାର୍ଡମେମ୍ବର ପ୍ରାର୍ଥୀ ରାକେଶ କୁମାର ଦାସ । ପ୍ରଚାର ବେଳେ ଲୋକଙ୍କୁ ଚାରା ବାଣ୍ଟି କରିଥିଲେ ପ୍ରଚାର । ଆଉ ଏବେ ଫଳାଫଳ ଆସିବା ପରେ ବିଜୟୀ ହୋଇଛନ୍ତି ସେ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ।

ପରିବେଶ ସୁରକ୍ଷା ବାର୍ତ୍ତା ବାଣ୍ଟି ଭୋଟ ଭିକ୍ଷା କରିଥିବା ୱାର୍ଡମେମ୍ବର ପ୍ରାର୍ଥୀ ଜିତିଲେ

author img

By

Published : Mar 1, 2022, 7:32 PM IST

ବାରିପଦା: ପ୍ରଚାର ମାଧ୍ୟମରେ ପରିବେଶ ସୁରକ୍ଷା ଚିନ୍ତା କରି ଭୋଟ ଭିକ୍ଷା କରିଥିଲେ ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ହଲଦୀପାଳ ଗ୍ରାମପଞ୍ଚାୟତ ୮ ନମ୍ବର ୱାର୍ଡର ୱାର୍ଡମେମ୍ବର ପ୍ରାର୍ଥୀ ରାକେଶ କୁମାର ଦାସ । ପ୍ରଚାର ବେଳେ ଲୋକଙ୍କୁ ଚାରା ବାଣ୍ଟି କରିଥିଲେ ପ୍ରଚାର । ଆଉ ଏବେ ଫଳାଫଳ ଆସିବା ପରେ ବିଜୟୀ ହୋଇଛନ୍ତି ସେ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ।

ପରିବେଶ ସୁରକ୍ଷା ବାର୍ତ୍ତା ବାଣ୍ଟି ଭୋଟ ଭିକ୍ଷା କରିଥିବା ୱାର୍ଡମେମ୍ବର ପ୍ରାର୍ଥୀ ଜିତିଲେ

ପ୍ରଚାର ସମୟରେ ଭୋଟରଙ୍କୁ ମଦ ମାଂସ କି ଟଙ୍କା ନ ବାଣ୍ଟି ଏକ ଟ୍ରଲିରେ ବିଭିନ୍ନ ଗଛର ଚାରା ନେଇ ଘରକୁ ଘର ବୁଲି ଗଛ ଲଗାଇବା ସହ ଭୋଟ ଭିକ୍ଷା କରିଥିଲେ ୱାର୍ଡମେମ୍ବର ପ୍ରାର୍ଥୀ। ଟ୍ରଲିରେ ଆମ୍ବ, ପଣସ, ସପେଟା ସହ ବିଭିନ୍ନ ସୁସ୍ବାଦୁ ଫଳ ଗଛର ଚାରା ନେଇ ଭୋଟରଙ୍କ ଘରେ ଲଗାଇବା ସହ ଭୋଟ ଭିକ୍ଷା କରିବା ସହ ସମସ୍ତଙ୍କ ଘରେ ଖଣ୍ଡିଏ ଖଣ୍ଡିଏ ଗଛ ଲଗାଇଥିଲେ ୱାର୍ଡମେମ୍ବର ପ୍ରାର୍ଥୀ। ନିଜ ୱାର୍ଡରେ ଭୋଟରଙ୍କ ଘରେ ପହଞ୍ଚି ଗଛ ଟିଏ ଲଗାଇ ଭୋଟରଙ୍କୁ ଭୋଟ ଭିକ୍ଷା କରିବା ସହ ପରିବେଶ ସୁରକ୍ଷା ବାର୍ତ୍ତା ବାଣ୍ଟିଥିଲେ।

ଅନ୍ୟପକ୍ଷରେ ସେ ନିର୍ବାଚନ ପରେ ମଧ୍ୟ ହାରିଲେ କି ଜିତିଲେ ନିଜ ଗାଁରେ ସମସ୍ତଙ୍କ ଘରେ ଗଛ ଲଗାଇବେ ବୋଲି ମଧ୍ୟ କହିଥିଲେ। ତେବେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ମାନେ ମଦ, ମାଂସ,ଟଙ୍କା ସହ ବିଭିନ୍ନ ସୁସ୍ବାଦୁ ଖାଦ୍ୟ ଦେଇ ଭୋଟର ମାନଙ୍କୁ ପ୍ରଲୋଭିତ କରୁଥିବାବେଳେ ରାକେଶଙ୍କ ଏ ଭଳି ଉଦ୍ୟମକୁ ଗ୍ରାମବାସୀ ପ୍ରଶଂସା କରିଥିଲେ । ତେବେ ନିର୍ବାଚନ ଫଳାଫଳ ଶେଷ ହେବା ପରେ ରାକେଶ ୧୦୧ ଖଣ୍ଡ ଭୋଟ ପାଇ ନିଜ ନିକଟତମ ପ୍ରତିଦ୍ବନ୍ଦି ଅଜୟ କୁମାର ସାହୁ ପରାଜିତ କରିଛନ୍ତି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.