ETV Bharat / state

ବାରିପଦା ପୌର ପରିଷଦରେ କୋଭିଡ ଆଣ୍ଟିଜେନ ଟେଷ୍ଟ ଆରମ୍ଭ - Covid antigen test has begun in the Baripada

ମୟୂରଭଞ୍ଜ ଜିଲ୍ଲା ବାରିପଦା ପୌରପରିଷଦରେ ଆରମ୍ଭ ହେଲା କୋଭିଡ଼ ଆଣ୍ଟିଜେନ ଟେଷ୍ଟ । ଅଧିକ ପଢନ୍ତୁ.....

ପୌର ପରିଷଦରେ ଆରମ୍ଭ ହେଲା କୋଭିଡ ଆଣ୍ଟିଜେନ ଟେଷ୍ଟ

author img

By

Published : Aug 25, 2020, 6:46 PM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଦିନକୁ ଦିନ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । କିଛି ଦିନ ହେବ ଜିଲ୍ଲାରୁ ଅଧିକାଂଶ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହେଉଛନ୍ତି । ଦିନକୁ ଦିନ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ କୋରୋନା ମୁକାବିଲା ପାଇଁ ପରୀକ୍ଷଣକୁ ବ୍ୟାପକ କରାଯାଇଛି । ସ୍ଥାନୀୟ ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ ଆଣ୍ଟିଜେନ ଟେଷ୍ଟ ଆରମ୍ଭ କରାଯାଇଛି ।

ବାରିପଦା ପୌରପରିଷଦ କାର୍ଯ୍ୟାଳୟ ପରିସରରେ ଏହି କୋଭିଡ ଆଣ୍ଟିଜେନ ଟେଷ୍ଟ ଆରମ୍ଭ କରାଯାଇଛି । ମେଡ଼ିକାଲର ଲେବ ଟେକ୍ନିସିଆନଙ୍କ ଦ୍ଵାରା ଏହି ଆଣ୍ଟିଜେନ ଟେଷ୍ଟ ଆରମ୍ଭ କରାଯାଉଛି । ପ୍ରଥମ ଦିନରେ ସହରବାସୀ ସ୍ବେଚ୍ଛାକୃତ ଭାବେ ଆସି ଆଣ୍ଟିଜେନ ଟେଷ୍ଟ କରାଇଥିଲା । ସେପଟେ ପ୍ରତ୍ୟେକ ବ୍ୟକ୍ତି ନିଜର କୋରୋନା ଆଣ୍ଟିଜେନ ଟେଷ୍ଟ କରାଇପାରିବେ ବୋଲି ସୂଚନା ମିଳିଛି । ତେବେ ଆଗାମୀ ଦିନରେ କୋରୋନା ମହାମାରୀର ଗୋଷ୍ଠୀ ସଂକ୍ରମଣ ଆଶଙ୍କା ରୋକିବା ପାଇଁ ଏହାକୁ ଆହୁରି ବ୍ୟାପକ କରାଯିବ । ଯାହା ଦ୍ୱାରା ସଂକ୍ରମଣର ପ୍ରକୃତ ସ୍ଥିତି ପ୍ରଶାସନ ଆକଳନ କରିପାରିବ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.