ETV Bharat / state

ପ୍ରସୂତିଙ୍କ ମୃତ୍ୟୁ ପରେ ବ୍ୟବଚ୍ଛେଦରେ ଅବହେଳା ! ଡାକ୍ତରଖାନାରେ ଉତ୍ତେଜନା - ପ୍ରସୂତିଙ୍କ ମୃତ୍ୟୁ ନେଇ ଡାକ୍ତରଖାନାରେ ଉତ୍ତେଜନା

ଡାକ୍ତରଖାନାରେ ମୃତଦେହ ବ୍ୟବଚ୍ଛେଦରେ ଅବହେଳାକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଛି । ପୋଲିସ ପକ୍ଷରୁ କାଗଜ ପତ୍ର ପ୍ରକ୍ରିୟାକରଣ କାର୍ଯ୍ୟ ପାଇଁ ବିଳମ୍ବ ହୋଇଥିବାରୁ ପରିବାର ଲୋକେ ଅଭିଯୋଗ କରିଥିଲେ । ଅଧିକ ପଢ଼ନ୍ତୁ

tension situation in baripada hospital after death of pregnant lady
ପ୍ରସୂତିଙ୍କ ମୃତ୍ୟୁପରେ ବ୍ୟବଚ୍ଛେଦରେ ଅବହେଳା ଅଭିଯୋଗ, ଡାକ୍ତରଖାନାରେ ଉତ୍ତେଜନା
author img

By

Published : Jul 24, 2022, 10:25 AM IST

ବାରିପଦା: ଡାକ୍ତରଖାନାରେ ମୃତଦେହ ବ୍ୟବଚ୍ଛେଦରେ ଅବହେଳାକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଛି । ଦିନ ତମାମ ପରିବାର ଲୋକଙ୍କ ଅପେକ୍ଷାପରେ ପୋଲିସ ପକ୍ଷରୁ କାଗଜପତ୍ର ପ୍ରକ୍ରିୟାକରଣ କାର୍ଯ୍ୟ ପାଇଁ ବିଳମ୍ବ ହୋଇଥିବାରୁ ପରିବାର ଲୋକେ ଅଭିଯୋଗ କରିଥିଲେ । ଫଳରେ ଘଟଣାସ୍ଥଳରେ ପୋଲିସ ସହ କଥା କଟାକଟି ଏବଂ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା ।

ପ୍ରସୂତିଙ୍କ ମୃତ୍ୟୁପରେ ବ୍ୟବଚ୍ଛେଦରେ ଅବହେଳା ଅଭିଯୋଗ

ସୂଚନା ଅନୁଯାୟୀ, ବେତନଟୀ ଥାନା ଅନ୍ତର୍ଗତ ହାତୀକୋଟ ଅଞ୍ଚଳର ନବଘନ ମହାନ୍ତଙ୍କ ସ୍ତ୍ରୀ ସୁସ୍ମିତା ମହାନ୍ତ ପ୍ରସବ ଯନ୍ତ୍ରଣା ହେବାରୁ ପ୍ରସୂତି ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପ୍ରସବ ପାଇଁ ଇଞ୍ଜେକସନ ଦେବା ପରେ ଗର୍ଭସ୍ଥ ଶିଶୁ ଏବଂ ମାଆର ମୃତ୍ୟୁ ଘଟିଥିଲା । ତେବେ ଭୁଲ ଇଞ୍ଜେକସନ ଯୋଗୁଁ ମା’ ଓ ଗର୍ଭସ୍ଥ ଶିଶୁର ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ମହିଳାଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପୋଲିସ ପକ୍ଷରୁ କାଗଜ ପତ୍ର ପ୍ରକ୍ରିୟାକରଣ କାର୍ଯ୍ୟରେ ମଧ୍ୟ ବିଳମ୍ବ ହୋଇ ସନ୍ଧ୍ୟା ହୋଇଯାଇଥିଲା । ଯାହା ଫଳରେ ମୃତଦେହ ବ୍ୟବଚ୍ଛେଦ ହୋଇପାରିନଥିବା ଅଭିଯୋଗ କରି ପରିବାର ଲୋକେ ଡାକ୍ତରଖାନାରେ ଉତ୍ତେଜନା ସୃଷ୍ଟି କରିଥିଲେ । ଡାକ୍ତର ଏବଂ ଉକ୍ତ ପୋଲିସ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଥିଲା । ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରିଥିଲା।

ଇଟିଭି ଭାରତ, ମୟୂରଭଞ୍ଜ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.