ETV Bharat / state

ମେଟାଲ ବୋଝେଇ ଡମ୍ଫରକୁ ଧରିବାକୁ ଯାଇ ଗ୍ରାମବାସୀଙ୍କ ଦ୍ଵାରା ଅଟକ ତହସିଲଦାର - ରାଇରଙ୍ଗପୁର ତହସିଲଦାର

ମେଟାଲ ବୋଝେଇ ଡମ୍ଫରକୁ ଧରିବାକୁ ଯାଇ ଗ୍ରାମବାସୀଙ୍କ ଦ୍ଵାରା ଅଟକ ରହିଲେ ରାଇରଙ୍ଗପୁର ତହସିଲଦାର। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ବାଦାମପାହାଡ ଥାନା ଅନ୍ତର୍ଗତ ଛଣୁଆଁ ଗ୍ରାମରେ। ଅଧିକ ପଢନ୍ତୁ...

ମେଟାଲ ବୋଝେଇ ଡମ୍ଫରକୁ ଧରିବାକୁ ଯାଇ ଗ୍ରାମବାସୀଙ୍କ ଦ୍ଵାରା ଅଟକ ତହସିଲଦାର

author img

By

Published : Mar 16, 2021, 12:52 PM IST

ରାଇରଙ୍ଗପୁର: ମେଟାଲ ବୋଝେଇ ଡମ୍ଫରକୁ ଧରିବାକୁ ଯାଇ ଗ୍ରାମବାସୀଙ୍କ ଦ୍ଵାରା ଅଟକ ରହିଲେ ରାଇରଙ୍ଗପୁର ତହସିଲଦାର। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ବାଦାମପାହାଡ ଥାନା ଅନ୍ତର୍ଗତ ଛଣୁଆଁ ଗ୍ରାମରେ। ସୂଚନାମତାବକ, ମେଟାଲ ଚାଲାଣ ହେଉଥିବାର କୌଣସି ସୁତ୍ରରୁ ଖବର ପାଇ ଗତକାଲି(ସୋମବାର) ସନ୍ଧ୍ୟା ସମୟରେ କୁସୁମୀ ତହସିଲଦାର ମହେନ୍ଦ୍ର ବେହେରା ଛଣୁଆଁ ଗ୍ରାମକୁ ଯାଇଥିଲେ । ସେଠାରେ ଏକ ମେଟାଲ ବୋଝେଇ ଡମ୍ଫରକୁ ଧରିବା ପାଇଁ ଚଢ଼ାଉ କଲାବେଳେ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହୋଇଥିଲେ ତହସିଲଦାର। ତେବେ ସନ୍ଧ୍ୟା ୭ ଟାରୁ ରାତି ୧୧ ଟା ପର୍ଯ୍ୟନ୍ତ ପ୍ରାୟ 4 ଘଣ୍ଟା ଗ୍ରାମବାସୀଙ୍କ ଦ୍ଵାରା ତଦସିଲଦାରଙ୍କୁ ଅଟକ ରଖାଯାଇଥିଲା ।

ଏଠାରେ ସୂଚନାଯୋଗ୍ୟ ଯେ, ଗତବର୍ଷ ଗ୍ରାମବାସୀ ପୂଜା କରୁଥିବା ଏକ ଗଛକୁ କାଟିବା ପାଇଁ ପ୍ରଶାସନ ଜଣେ ଅସାଧୁ ବ୍ୟକ୍ତିକୁ ଅନୁମତି ଦେବା ଓ ଗଛ କଟାକୁ ନେଇ ତୁମୁଳକାଣ୍ଡ ଘଟିଥିଲା। ତେବେ ଗଛ କାଟି ଥିବା ବ୍ୟକ୍ତି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନନେବା ସହ ଅଯଥାରେ ଗାଡି ମାଲିକଙ୍କୁ ବିଭିନ୍ନ ଆଳରେ ହଇରାଣ ଓ ଜୋରିମାନା ଆଦାୟ କରିବା ଅଭିଯୋଗ ହୋଇ ଆସୁଥିଲା। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା ।

ଏପଟେ ସନ୍ଧ୍ୟା ପରେ ତହସିଲଦାରଙ୍କୁ ଚଢ଼ଉ କରୁଥିବା ଦେଖି ଗାଁ ଲୋକେ ତାଙ୍କୁ ଅଟକ ରଖିଥିଲେ। ପରେ ବୁଝାମଣା ଓ ତହସିଲଦାର କ୍ଷମା ମାଗିବା ପରେ ରାତି ପ୍ରାୟ 11ଟାରେ ତାଙ୍କୁ ଛାଡିଥିବା ସୁଚନା ମିଳିଛି।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.