ETV Bharat / state

ସ୍ବତନ୍ତ୍ର ରାଜ୍ୟପାହ୍ୟା ସମେତ ତିନି ଗୋଟି ଦାବି ନେଇ ପଦଯାତ୍ରାରେ ସତ୍ୟବ୍ରତ

author img

By

Published : Sep 22, 2019, 7:20 AM IST

ଓଡିଶାକୁ ସ୍ବତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା, ମହାନଦୀ ଜଳ ବିବାଦର ସମାଧାନ ଓ ପୋଲାଭରମ୍ ପ୍ରକଳ୍ପ ବନ୍ଦ ହେବା ଦାବି ନେଇ ପଦଯାତ୍ରା ଆରମ୍ଭ କରିଛନ୍ତି ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ପରିଲ ପଞ୍ଚାୟତର ସତ୍ୟବ୍ରତ ଦାସ।

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ରାଇରଙ୍ଗପୁର: ତିନିଗୋଟି ଦାବି ନେଇ ପଦଯାତ୍ରା ଆରମ୍ଭ କରିଛନ୍ତି ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ପରିଲ ପଞ୍ଚାୟତର ସତ୍ୟବ୍ରତ ଦାସ। ତେବେ ସେ ଗତ ଶୁକ୍ରବାର ମୟୁରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ବିଡ଼ିଓଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିବା ପରେ ପଦଯାତ୍ରା କରି ଶନିବାର ରାଇରଙ୍ଗପୁର ବ୍ଲକରେ ପହଞ୍ଚିଛନ୍ତି ।

ସୂଚନା ଅନୁଯାୟୀ, ଓଡିଶାକୁ ସ୍ବତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା, ମହାନଦୀ ଜଳ ବିବାଦର ସମାଧାନ ଓ ପୋଲାଭରମ୍ ପ୍ରକଳ୍ପ ବନ୍ଦ ହେବା ଦାବି ନେଇ ସତ୍ୟବ୍ରତ ଏହି ପଦଯାତ୍ରା ଆରମ୍ଭ କରିଥିଲେ । ତେବେ ଗତ ଜୁଲାଇ ୧୦ରୁ ସେ ଯାଜପୁର ଜିଲ୍ଲା ବଡଚଣା ଠାରୁ ନିଜର ଏହି ପଦଯାତ୍ରା ଆରମ୍ଭ କରିଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ତେବେ ଓଡ଼ିଶାର ୩୧୪ ଟି ବ୍ଲକକୁ ପଦଯାତ୍ରା କରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିବା ତାଙ୍କର ମୂଳ ଲକ୍ଷ୍ୟ ରହିଛି । ସେ ଆଜି ସୁଦ୍ଧା ଅର୍ଥାତ୍ 74 ଦିନରେ 58 ଗୋଟି ବ୍ଲକ ପଦଯାତ୍ରା କରି ସାରିଲେଣି।

ଶନିବାର ସତ୍ୟବ୍ରତ ରାଇରଙ୍ଗପୁରରେ ପହଞ୍ଚିବା ମାତ୍ରେ ବିଭିନ୍ନ ସ୍ଥାନରେ ସମାଜସେବୀ ତଥା ବିଜେଡିର କର୍ମୀମାନେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଏଥିସହ ସେ ରାଇରଙ୍ଗପୁର ବ୍ଲକ କାର୍ଯ୍ୟାଳୟରେ ବିଡ଼ିଓଙ୍କ ଅନୁପସ୍ଥିତିରେ ଏବିଡିଓଙ୍କୁ ସାକ୍ଷାତ କରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଥିଲେ।

ଶନିବାର ସେ ରାଇରଙ୍ଗପୁରରେ ରାତ୍ରିଯାପନ କରି ରବିବାର ବହଳଦା ଓ ତିରିଂ ବ୍ଲକ ଅଭିମୁଖେ ପଦଯାତ୍ରା କରିବେ। ଏହି ପଦଯାତ୍ରା ଜରିଆରେ ଜନସଚେତନତା ସୃଷ୍ଟି କରିବା ତାଙ୍କର ଲକ୍ଷ୍ୟ ବୋଲି ସେ ସୂଚନା ଦେଇଛନ୍ତି।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ଗତକାଲି ମୟୁରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ବିଡ଼ିଓ ଙ୍କୁ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟ ରେ ଦାବି ପତ୍ର ପ୍ରଦାନ କରି ଆଜି ପଦଯାତ୍ରା କରି ସତ୍ୟବ୍ରତ ପହଞ୍ଚିଛନ୍ତି ରାଇରଙ୍ଗପୁର ବ୍ଲକ । ତେବେ ଓଡିଶା କୁ ସ୍ବତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା, ମହାନଦୀ ଜଳ ବିବାଦର ସମାଧାନ ଓ ପୋଲାଭରମ୍ ପ୍ରକଳ୍ପ ବନ୍ଦ ହେବା ଦାବି ନେଇ ପଦଯାତ୍ରା ଆରମ୍ଭ କରିଥିଲେ ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ପରିଲ ପଞ୍ଚାୟତ ର ସତ୍ୟବ୍ରତ ଦାସ। ଏଠାରେ ସୂଚନାଯୋଗ୍ୟ ଯେ ସେ ଜୁଲାଇ ୧୦ ତାରିଖରୁ ସତ୍ୟବ୍ରତ ଦାସ ଯାଜପୁର ଜିଲ୍ଲା ବଡଚଣା ଠାରୁ ନିଜର ପଦଯାତ୍ରା ଆରମ୍ଭ କରିଥିଲେ। ଓଡ଼ିଶାର ୩୧୪ ଟି ବ୍ଲକ କୁ ପଦଯାତ୍ରା କରି ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟ ରେ ଦାବି ପତ୍ର ପ୍ରଦାନ କରିବା ତାଙ୍କର ମୂଳ ଲକ୍ଷ୍ୟ। ସେ ଆଜି ସୁଦ୍ଧା ୭୪ ଦିନରେ ୫୮ ଗୋଟି ବ୍ଲକ ପଦଯାତ୍ରା କରି ସାରିଲେଣି। ଆଜି ରାଇରଙ୍ଗପୁର ପହଞ୍ଚିବା ମାତ୍ରେ ବିଭିନ୍ନ ସ୍ଥାନରେ ସମାଜସେବୀ ତଥା ବିଜେଡି ର କର୍ମୀ ମାନେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ରାଇରଙ୍ଗପୁର ବ୍ଲକ କାର୍ଯ୍ୟାଳୟ ରେ ବିଡ଼ିଓଙ୍କ ଅନୁପସ୍ଥିତି ରେ ଏବିଡିଅ ଙ୍କୁ ସାକ୍ଷାତ କରି ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟ ରେ ଦାବି ପତ୍ର ପ୍ରଦାନ କରିଥିଲେ। ତେବେ ଆଜି ରାଇରଙ୍ଗପୁର ରେ ରାତ୍ରିଯାପନ କରି ଆସନ୍ତା କାଲି ବହଳଦା ଓ ତିରିଂ ବ୍ଲକ ଅଭିମୁଖେ ପଦଯାତ୍ରା କରିବେ। ସେ ମନରେ ଦୃଢ ଆତ୍ମବିଶ୍ୱାସ ରଖି ପଦଯାତ୍ରା ଜରିଆରେ ଜନସଚେତନତା ସୃଷ୍ଟି କରିବା ତାଙ୍କର ଲକ୍ଷ୍ୟ ବୋଲି ସୂଚନା ଦେଇଛନ୍ତି।
ବାଇଟ - ସତ୍ୟବ୍ରତ ଦାସ।

Body:x

Conclusion:x
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.