ETV Bharat / state

ବାରିପଦା କାରାଗାରରେ ବିଚାରଧୀନ କଏଦୀର ସନ୍ଦେହଜନକ ମୃତ୍ୟୁ

author img

By

Published : Dec 13, 2021, 6:58 PM IST

ମୟୂରଭଞ୍ଜ ବାରିପଦା କାରାଗାରରେ ବିଚାରଧୀନ କଏଦୀର ସନ୍ଦେହଜନକ ମୃତ୍ୟୁ ଘଟିଛି । ମୃତକ ବଧୂ ହତ୍ୟା ମାମଲାରେ ହୋଇଥିଲେ ଭର୍ତ୍ତି । ଅଧିକ ପଢନ୍ତୁ

ବାରିପଦା କାରାଗାରରେ ବିଚାରଧୀନ କଏଦୀର ସନ୍ଦେହଜନକ ମୃତ୍ୟୁ
ବାରିପଦା କାରାଗାରରେ ବିଚାରଧୀନ କଏଦୀର ସନ୍ଦେହଜନକ ମୃତ୍ୟୁ

ବାରିପଦା: ମୟୂରଭଞ୍ଜ ବାରିପଦା ମଣ୍ଡଳ କାରାଗାରରେ ବିଚାରଧୀନ ଅବସ୍ଥାରେ ଥିବା କଏଦୀର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି । ଛାତିରେ ଯନ୍ତ୍ରଣା ହେବା ପରେ ଜେଲ କର୍ତ୍ତୃପକ୍ଷଙ୍କ ଦ୍ଵାରା ବାରିପଦା PRM ମେଡ଼ିକାଲ କଲେଜ ଏବଂ ହସ୍ପିଟାଲରେ ଚିକିତ୍ସା ପାଇଁ ତାଙ୍କୁ ଭର୍ତ୍ତି କରାଯାଇଥିଲା । କିନ୍ତୁ ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିବା ନେଇ ଡାକ୍ତର ଘୋଷଣା କରିଥିବା ସୂଚନା ମିଳିଛି ।

ମୃତକ ଜଣକ ହେଉଛନ୍ତି ବାରିପଦା ଟାଉନ ଥାନା ଅନ୍ତର୍ଗତ ବାବୁସାହିର ୱାର୍ଡ ନଂ ୫ ଅଞ୍ଚଳର ଶଙ୍ଖୁ ରାୟ(୩୦)। ସୂଚନା ଅନୁଯାୟୀ, ବଧୂ ହତ୍ୟା ଜନିତ ମାମଲାରେ ୨୦୧୯ ମସିହା ଡିସେମ୍ବର ୨୫ରେ ଗିରଫ ହୋଇ ବାରିପଦାସ୍ଥିତ ମଣ୍ଡଳ କାରାଗାରରେ ବାପା, ମା' ଓ ବଡ଼ଭାଇ ସମେତ ଶଙ୍ଖୁ ମଧ୍ୟ ବିଚାରଧୀନ କଏଦୀ ଭାବେ କାରାଦଣ୍ଡ ଭୋଗୁଥିଲେ। କିନ୍ତୁ ସୋମବାର ସେ ଦିନ ସମୟରେ ଖାଇ ସାରିବା ପରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ଜେଲ କର୍ତ୍ତୃପକ୍ଷ ତାଙ୍କୁ ବାରିପଦାସ୍ଥିତ PRM ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଆଣି ଭର୍ତ୍ତି କରିଥିଲେ।

ସେଠାରେ ଡାକ୍ତର ତାଙ୍କୁ ପୂର୍ବରୁ ମୃତ୍ୟୁ ହୋଇସାରିଥିବା ନେଇ ଘୋଷଣା କରିଥିଲେ । ଅନ୍ୟପଟେ ୬ ମାସ ପୂର୍ବରୁ ମଧ୍ୟ ତାଙ୍କ ମା'ଙ୍କ ଜେଲରେ ବିଚାରଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ବର୍ତ୍ତମାନ ସମୟରେ ଜେଲରେ ମୃତ ଶଙ୍ଖୁଙ୍କ ବାପା ଓ ବଡ଼ଭାଇ ବିଚାରଧୀନ ଅବସ୍ଥାରେ ରହିଛନ୍ତି । ଉକ୍ତ ଘଟଣାର ସତ୍ୟାସତ୍ୟର ଯାଞ୍ଚ କରିବା ପାଇଁ ପଡୋଶୀ ଓ ଆଇନଜୀବୀ ଦାବି ଜଣାଇଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.