ରାଇରଙ୍ଗପୁର: ଘରୋଇ କଳହରୁ ମୂଷା ମରା ଔଷଧ ଖାଇ ସ୍ବାମୀ-ସ୍ତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ । ଗୁରୁତର ଅବସ୍ଥାରେ ସ୍ବାମୀ ବସ୍କୋ ସୋରେନଙ୍କ ଚିକିତ୍ସା ଚାଲୁଥିବାବେଳେ ସ୍ତ୍ରୀ ମାୟାଙ୍କ ସ୍ବାସ୍ଥ୍ୟବସ୍ଥା ଠିକ ଥିବା ଜଣାପଡିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅଞ୍ଚଳରେ।
ଗତକାଲି ରାତିରେ ତିରିଂ ଥାନା ଅଧିନସ୍ଥ ଅସୁରଘାଟି ଗାଁର ବସ୍କୋ ସୋରେନ ଓ ତାଙ୍କ ମାଆଙ୍କ ମଧ୍ୟରେ କୌଣସି ଏକ କଥାକୁ ନେଇ ପାଟିତୁଣ୍ଡ ହୋଇଥଲା । ଏଥିରେ ଉତକ୍ଷିପ୍ତ ହୋଇ ବସ୍କୋ ଘରେ ଥିବା ମୂଷା ମରା ବିଷ ଖାଇବା ସହ ସ୍ତ୍ରୀ ମାୟାଙ୍କୁ ମଧ୍ୟ ଦେଇଥିଲେ । ଘଟଣାଟି ପ୍ରାୟ ରାତି 2 ଟା ବେଳକୁ ଘଟିଥିଲା । ଏ ଘଟଣା ସମ୍ପର୍କରେ ପରିବାର ଲୋକ ଜାଣିବା ପରେ ଉଭୟ ଦମ୍ପତ୍ତିଙ୍କୁ ବାନ୍ତି କରାଇଥିଲେ।
ତେବେ ବସ୍କୋଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବା ଦେଖି ଉଭୟଙ୍କୁ ତୁରନ୍ତ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ମାୟାଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଆସିଥିବା ବେଳେ ଏବେ ବି ଗୁରୁତର ଅଛନ୍ତି ବସ୍କୋ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ