ବାରିପଦା: ଆନ୍ତର୍ଜାତିକ ଯୁବ ଦିବସ ଅବସରରେ ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ ଯୁବ ପ୍ରତିଭା ସମ୍ବର୍ଦ୍ଧନା ସଭାରେ ଓଡିଆ ପୁଅ ଜାତୀୟ ଯୁବ ପୁରସ୍କାରରେ ସମ୍ମାନିତ । ପୁରସ୍କାର ପ୍ରଦାନ କରିଛନ୍ତି ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରୀ କିରେନ ରିଜିଜୁ ।
ବ୍ୟକ୍ତିଗତ ପୁରସ୍କାର ସ୍ବରୂପ ଏକ ମେଡାଲ, ପ୍ରମାଣପତ୍ର ଏବଂ 50 ହଜାର ଟଙ୍କା ପ୍ରଦାନ କରାଯାଇଛି । ଯୁବ ସଙ୍ଗଠନ ପୁରସ୍କାର ସ୍ବରୂପ ଏକ ମେଡାଲ, ପ୍ରାମାଣପତ୍ର ଏବଂ 2 ଲକ୍ଷ ଟଙ୍କା ଅର୍ଥରାଶି ପ୍ରଦାନ କରାଯାଇଛି ।
ଏହି ପୁରସ୍କାରର ଲକ୍ଷ୍ୟ ହେଉଛି ଜାତୀୟ ବିକାଶ ଓ ସମାଜ ସେବା କ୍ଷେତ୍ରରେ ଉତ୍କର୍ଷତା ହାସଲ କରିବ । ସମାଜ ପ୍ରତି ଦାୟିତ୍ବବୋଧ ବୃଦ୍ଧି କରିବା, ଭଲ ନାଗରିକ ହେବା ପାଇଁ ଯୁବଗୋଷ୍ଠୀଙ୍କୁ ଉତ୍ସାହିତ କରିବା । ଏହାସହ ସ୍ବେଚ୍ଛାସେବୀ ଅନୁଷ୍ଠାନ ମାନଙ୍କର ଉତ୍କୃଷ୍ଠ ଯୋଗଦାନରି ସ୍ବୀକୃତି ଦେବା ।
ମୟୁରଭଞ୍ଜ ଜିଲ୍ଲାର ବାରିପଦା ସ୍ଥିତ ତକତପୁର ଅଞ୍ଚଳର ସୁବ୍ରତ କୁମାର ଦାସ । ପିଲାଦିନରୁ ସମାଜସେବା କ୍ଷେତ୍ରରେ କାମ କରିବାକୁ ଆଗ୍ରହ ରଖିଥିବା ବେଳେ କଲେଜ ପଢିବା ସମୟରେ ଜାତୀୟ ସେବା ଯୋଜନା ସହିତ ଜଡିତ ହୋଇଥିଲେ ସୁବ୍ରତ। ସେ ଜାତୀୟ ସେବା ଯୋଜନା ସହ ଜଡ଼ିତ ହୋଇ ଦୁଇ ଦୁଇ ଥର ରାଜ୍ୟସ୍ତରରେ ପୁରସ୍କୃତ ହୋଇଥିବା ବେଳେ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ ପକ୍ଷରୁ ତିନି ଥର ଶ୍ରେଷ୍ଠ ସ୍ବେଚ୍ଛାସେବୀ ଭାବେ ପୁରସ୍କୃତ ହୋଇ ମୟୂରଭଞ୍ଜ ଜିଲ୍ଲା ପାଇଁ ଗୌରବ ଆଣି ଦେଇଥିଲେ ।
ଇଚ୍ଛା ଓ ଦୃଢ ବିଶ୍ବାସ ପାଇଁ ସର୍ବଭାରତୀୟ ସ୍ତରରେ ୨୨ ଜଣ ଯୁବକଙ୍କ ମଧ୍ୟରେ ଓଡ଼ିଶାରୁ ଏକ ମାତ୍ର ଯୁବକ ଭାବେ ସେ ସମ୍ମାନିତ ହୋଇଛନ୍ତି ସେ । ସମ୍ବର୍ଦ୍ଧନା ସଭାରେ ଯୁବ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ, ଜାତୀୟ ଯୁବ ସଚିବ ଉପମା ଚୌଧରୀ, ଜାତୀୟ ଯୁବ ଯୁଗ୍ମ ସଚିବ ଅସିତ ସିଂ ଏବଂ କିରଣ ସୋନି ଗୁପ୍ତା, ଉପସ୍ଥିତ ରହି ୨୨ଜଣଙ୍କୁ ପୁରସ୍କୃତ କରିଥିଲେ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ