ETV Bharat / state

OJEE ପରୀକ୍ଷା ଦେବାକୁ କଟକ ଯାଇଥିଲେ, ଘରକୁ ଫେରିଲା ଛାତ୍ରଙ୍କ ମୃତଦେହ

author img

By

Published : May 14, 2023, 9:54 AM IST

ପରୀକ୍ଷା ଦେବାକୁ ଯାଇ ଘରକୁ ଫେରୁଥିବା ବେଳେ ଅଘଟଣ । ବିରୂପା ନଦୀରେ ବୁଡି ଛାତ୍ର ମୃତ । ଅଧିକ ପଢନ୍ତୁ

student died after drowned in birupa river

ରାଇରଙ୍ଗପୁର: ରାଇରଙ୍ଗପୁରରୁ କଟକ ଯାଇଥିଲେ ଓଜେଇଇ ପରୀକ୍ଷା ଦେବାକୁ । କିନ୍ତୁ କାଳ ପାଲଟିଗଲା ପରୀକ୍ଷା, ଘରକୁ ଫେରିଲା ଛାତ୍ରଙ୍କ ମୃତଦେହ । ଘରକୁ ଫେରିବା ବାଟରେ ବିରୂପା ନଦୀରେ ବୁଡି ଛାତ୍ର ମୃତ । ଏଭଳି ଦୁଃଖଦନୀୟ ଘଟଣା ଘଟିଛି ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ କୁଚେଇବୁଢୀ ଗ୍ରାମରେ । ମୃତକ ଜଣଙ୍କ ହେଉଛନ୍ତି ତାରିଣୀ ପ୍ରସାଦ ଗିରି ।

ମିଳିଥିବା ସୂଚନା ଅନୁଯାୟୀ, ରାଇରଙ୍ଗପୁର ସହରର ସ୍ଥିତ କୁଚେଇବୁଢୀର ଜନୈକ ଆୟୁଷ ଡାକ୍ତର ଆଶିଷ କୁମାର ଗିରିଙ୍କ ବଡ ପୁଅ ତାରିଣୀ ପ୍ରସାଦ ଗିରି । ଗତ 11 ତାରିଖ ରାତିରେ ସେ 3 ସାଙ୍ଗଙ୍କ ସହ ମିଶି ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଦେବା ପାଇଁ କଟକ ବାହାରିଥିଲେ । 12 ତାରିଖ ଦିନ ସେମାନେ କଟକରେ ପହଞ୍ଚି ପରୀକ୍ଷା ଦେଇଥିଲେ । ଏହାପରେ ପରେ ଘର ଅଭିମୁଖେ ବାହାରିବା ବେଳେ ବିରୂପା ନଦୀକୁ ଗାଧୋଇବା ପାଇଁ ଯାଇଥିଲେ ତାରିଣୀ ଓ ତାଙ୍କ ସାଙ୍ଗ ମାନେ ।

ସମସ୍ତେ ନଦୀରେ ଗାଧୋଉଥିବା ବେଳେ ହଠାତ ତାରିଣୀ ପ୍ରସାଦ ନଦୀର ଗଣ୍ଡ ଭିତରେ ବୁଡି ଯାଇଥିଲେ । ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ନଦୀରୁ ଉଦ୍ଧାର କରାଯାଇ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାରିଣୀଙ୍କୁ ମୃତ ଘୋଷଣା କରିଥିଲେ । ବ୍ୟବଚ୍ଛେଦ ପରେ ଶନିବାର ସଂନ୍ଧ୍ୟା ସମୟରେ ତାରିଣୀ ପ୍ରସାଦଙ୍କ ମୃତଦେହ ଘରେ ପହଞ୍ଚିଥିଲା । ପୁଅର ମୃତଦେହ ଦେଖି କାନ୍ଦ ବୋବାଳିରେ ଫାଟିଥିଲା ଗାଁ । ପରେ ରୀତିନୀତି ଅନୁଯାୟୀ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ଏପରି ଅଘଟଣକୁ ନେଇ ଗାଁରେ ଶୋକର ଛାୟା ଖେଳିଯାଇଥିଲା ।

ଗତ ଏପ୍ରିଲ 9 ତାରିଖରେ ଭଦ୍ରକ ଜିଲ୍ଲା ଧାମନଗର ଏନଏସି ଅନ୍ତର୍ଗତ ଶ୍ୟାମପୁର ଗାଁରେ ଏପରି ଏଅକ ଘଟଣା ଘଟିଥିଲା । ଗାଧୋଇବା ବେଳେ ପୋଖରୀରେ ବୁଡି ଦୁଇ ଜଣ ନାବାଳକଙ୍କ ମୃତ୍ୟୁ ହୋଇଥିଲା । ମୃତକ ହେଲେ ମୁକେଶ ଗିରି ଏବଂ କମଳ ଲୋଚନ ମଲ୍ଲିକ । ଦୁହେଁ ଦଶମ ଶ୍ରେଣୀରେ ପାଠ ପଢୁଥିଲେ । ପୋଖରୀକୁ 3 ସାଙ୍ଗ ଗାଧୋଇବା ପାଇଁ ଯାଇଥିବା ବେଳେ ଦୁଇ ଜଣ ସାଙ୍ଗ ପୋଖରୀ କୂଳରେ ଠିଆ ହୋଇଲେ । ଏହି ସମୟରେ ଅନ୍ୟ ଜଣେ ସାଙ୍ଗ ଗାଧୋଉଥିବା ବେଳେ ହଠାତ୍ ପୋଖରୀରେ ବୁଡିଯାଇଥିଲେ । ଏହା ଦେଖି ପୋଖରୀ କୂଳରେ ଠିଆ ହୋଇଥିବା ଅନ୍ୟ ଜଣେ ସାଙ୍ଗ ପାଣିକୁ ଡେଇଁ ତାଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲା । କିନ୍ତୁ ସାଙ୍ଗକୁ ବଞ୍ଚାଇବା ପରିବର୍ତ୍ତେ ନିଜେ ପାଣିରେ ବୁଡିଯାଇଥିଲେ ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.