ETV Bharat / state

ଖଣି ଲିଜ ନେଇ ଅସନ୍ତୋଷ ଗ୍ରାମବାସୀ, ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ମୟୁରଭଞ୍ଜ ଜିଲ୍ଲା ରରୁଆଁ ବ୍ଲକ କଣ୍ଟାସିମଳା ଗ୍ରାମରେ ଥିବା ପଥର ଖଣି ଲିଜକୁ ନେଇ ଗ୍ରାମବାସୀଙ୍କ ଅସନ୍ତୋଷ । କିଛି ଦିନ ହେବ ସୀମାନ୍ତ ରାଜ୍ୟ ଝାଡଖଣ୍ଡର ଜନୈକ ବ୍ୟକ୍ତି କଣ୍ଟାସିମିଳା ଗ୍ରାମର ପଥର ଖଣିରୁ ପଥର ଉତ୍ତୋଳନ କରି ଝାଡଖଣ୍ଡକୁ ଚାଲାଣ କରିଥବାର ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ରରୁଆଁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା
ରରୁଆଁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା
author img

By

Published : Jan 4, 2021, 8:53 PM IST

ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା ରରୁଆଁ ବ୍ଲକ କଣ୍ଟାସିମଳା ଗ୍ରାମରେ ଥିବା ପଥର ଖଣି ଲିଜକୁ ନେଇ ଗ୍ରାମବାସୀଙ୍କ ଅସନ୍ତୋଷ । କିଛି ଦିନ ହେବ ସୀମାନ୍ତ ରାଜ୍ୟ ଝାଡଖଣ୍ଡର ଜନୈକ ବ୍ୟକ୍ତି କଣ୍ଟାସିମିଳା ଗ୍ରାମର ପଥର ଖଣିରୁ ପଥର ଉତ୍ତୋଳନ କରି ଝାରଖଣ୍ଡକୁ ଚାଲାଣ କରିଥବାର ଦେଖିବାକୁ ମିଳିଛି । ସେନେଇ ଗ୍ରାମବାସୀ ପୂର୍ବରୁ ରରୁଆଁ ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ରରୁଆଁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଆଜି(ସୋମବାର) କଣ୍ଟାସିମିଳା ଗ୍ରାମର ଶତାଧିକ ପୁରୁଷ ମହିଳା ରରୁଆଁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ସ୍ଥାନୀୟ ଲୋକଙ୍କ କହିବା କଥା, କିଛି ଦିନ ହେଲା ସମ୍ପୃକ୍ତ ଲୋକ ପଥର ଉତ୍ତଳନ କରୁଛି ଲିଜ ଅଛି କି ନାହିଁ ସେମାନେ ଜାଣନ୍ତି ନାହିଁ । ଯଦି ଲିଜ ହୋଇଛି ଲିଜର ଅବଧି କେତେ ଦିନ ଅଛି ଏବଂ କେଉଁ ଆଧାରରେ ଲିଜ ହାତେଇ ଥିଲେ । ସେନେଇ ସ୍ଥାନୀୟ ଲୋକେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ତେବେ ଏପର୍ଯ୍ୟନ୍ତ ଧାରଣାରୁ ଉଠି ନ ଥିବା ଜଣାପଡିଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.