ETV Bharat / state

ଓଡ଼ିଶା ଝାଡ଼ଖଣ୍ଡ ସୀମାରେ ପୋଲିସ ଓ ଆରଟିଓର କଡାକଡି ଚେକିଂ - ପୋଲିସ ଓ ଆରଟିଓର କଡାକଡି ଚେକିଂ

ରାଜ୍ୟରେ କୋରୋନା କାୟା ବିସ୍ତାର କରି ଚାଲିଛି । ଏନେଇ ରାଜ୍ୟର ସମସ୍ତ ସୀମାରେ ଯାଞ୍ଚକୁ କଡାକଡି କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ କଡ଼ା ନିର୍ଦ୍ଦେଶ ରହିଛି। ଅଧିକ ପଢନ୍ତୁ...

ଓଡ଼ିଶା ଝାଡ଼ଖଣ୍ଡ ସୀମାରେ ପୋଲିସ ଓ ଆରଟିଓର କଡାକଡି ଚେକିଂ

author img

By

Published : May 24, 2021, 7:37 PM IST

ରାଇରଙ୍ଗପୁର: ରାଜ୍ୟରେ କୋରୋନା କାୟା ବିସ୍ତାର କରି ଚାଲିଛି । ଏନେଇ ରାଜ୍ୟର ସମସ୍ତ ସୀମାରେ ଯାଞ୍ଚକୁ କଡାକଡି କରିବା ପାଇଁ ରାଜ୍ୟ ସରକାର କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।

ଓଡ଼ିଶା ଝାଡ଼ଖଣ୍ଡ ସୀମାରେ ପୋଲିସ ଓ ଆରଟିଓର କଡାକଡି ଚେକିଂ

ମୟୂରଭଞ୍ଜ ଜିଲ୍ଲା ୨୨୦ ନମ୍ବର ଜାତୀୟ ରାଜପଥ ଓଡିଶା-ଝାଡଖଣ୍ଡ ସୀମାର ତିରିଂ ଠାରେ ତିରିଂ ଥାନା ପୋଲିସ ଓ ଆରଟିଓ ପକ୍ଷରୁ କଡାକଡି ଯାଞ୍ଚ କରାଯାଉଛି । ତିରିଂ ସୀମା ଦେଇ ଫେରୁଥିବା ଅନ୍ୟ ରାଜ୍ୟର ଲୋକଙ୍କ କୋଭିଡ ଟେଷ୍ଟ ରିପୋର୍ଟ ଦେଖାଯାଉଛି।

ଯେଉଁମାନେ କୋଭିଡ ଟେଷ୍ଟ କରିନାହାନ୍ତି ସେମାନଙ୍କୁ କୋଭିଡ ଟେଷ୍ଟ କରିବାକୁ ପରାମର୍ଶ ଦିଆଯିବା ସହିତ 7 ଦିନ ଲାଗି ସ୍ଥାନୀୟ କ୍ବାରେଣ୍ଟାଇନରେ ରଖାଯାଉଛି । ଇ-ପାସ, କୋଭିଡ ରିପୋର୍ଟ ଓ କୋଭିଡ ଟିକାର ଦ୍ଵିତୀୟ ଡୋଜ୍ ରିପୋର୍ଟ ଦେଖିଲା ପରେ ହିଁ ଥର୍ମାଲ ସ୍କାନ ପରେ ଛଡ଼ାଯାଉଛି ।

ପୋଲିସ ଓ ଆରଟିଓ କର୍ମଚାରୀ ମାନେ ପୁଙ୍ଖାନୁପୁଙ୍ଖ ଯାଞ୍ଚ ସହ ସମ୍ପୂର୍ଣ୍ଣ ତଥ୍ୟ ରଖିବା ପରେ ପ୍ରବେଶ ପାଇଁ ଅନୁମତି ଦେଉଛନ୍ତି। ସେପଟେ ଅତି ଆବଶ୍ୟକ ସ୍ଥଳେ ଅନ୍ୟ ରାଜ୍ୟରୁ ଆସୁଥିବା ଲୋକଙ୍କ ନିକଟସ୍ଥ ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ କୋଭିଡ ଟେଷ୍ଟ ମଧ୍ୟ କରାଯାଉଛି।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.