ETV Bharat / state

ଗୁଡାଖୁ ଓ ଲଙ୍କାଗୁଣ୍ଡରେ ହାତୀ ଉପଦ୍ରବର ନିରାକରଣ

author img

By

Published : Dec 25, 2019, 9:16 PM IST

ହାତୀ ଘଉଡେଇବା ପାଇଁ ନୂଆ ଜ୍ଞାନକୌଶଳ। ଗୁଡାଖୁ ଓ ଲଙ୍କାଗୁଣ୍ଡରେ ଘଉଡାଯିବ ହାତୀ।

_special technique elephant
ଗୁଡାଖୁ ଓ ଲଙ୍କାଗୁଣ୍ଡରେ ହାତୀ ଉପଦ୍ରବର ନିରାକରଣ

ରାଇରଙ୍ଗପୁର: ହାତୀ ଘଉଡେଇବା ପାଇଁ ନୂଆ ଜ୍ଞାନକୌଶଳ। ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡରେ ହାତୀ ଉପଦ୍ରବ ବଢୁଥିବାର ଖୋର୍ଦ୍ଧା ଜିଲ୍ଲାର ୱାଇଲ୍ଡ ଲାଇଫ୍ ରିସର୍ଚ ପର୍ସନ ବିପିନ ପ୍ରଧାନଙ୍କ ନୂଆ ଉପାୟ। ତମ୍ବାଖୁ ଓ ଲଙ୍ଗାଗୁଣ୍ଡରେ ହାତୀ ଘଉଡେଇବା କାର୍ଯ୍ୟ କରିଛନ୍ତି।

ପ୍ରାୟ ୨୫ ଦିନ ଧରି ହାତୀ ଉପଦ୍ରବରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି। ଏହାସହ ଏଥିରେ 2ଜଣଙ୍କର ମୃତ୍ୟୁ ହେବା ସହ ଜଣେ ଆହତ ମଧ୍ୟ ହୋଇସାରିଲେଣି। ସେହିପରି ୨୦ରୁ ଅଧିକ ଘର ମଧ୍ୟ ହାତୀପଲ ଭାଙ୍ଗିଥିବା ଜଣାପଡିଛି। ଏତେ ସବୁ ଘଟଣା ପରେ ମଧ୍ୟ ବନବିଭାଗ ହାତୀ ଘଉଡେଇବା ପାଇଁ ସେପରି ତତ୍ପରତା ଦେଖାଉ ନ ଥିବାରୁ ବାରମ୍ବାର ଜନ ଆନ୍ଦୋଳନର ମୁଣ୍ଡ ଟେକୁଛି । ପୁଣି ଦୁଇ ଥର ରାସ୍ତା ଅବରୋଧ କରିଥିଲେ ମଧ୍ୟ ବନବିଭାଗ ପକ୍ଷରୁ ହାତୀ ଘଉଡେଇବା ପାଇଁ କୌଣସି ସ୍ବତନ୍ତ୍ର ବ୍ୟବସ୍ଥା ହୋଇ କରାଯାଇପାରି ନଥିଲା । ଏହାପରେ ଗ୍ରାମବାସୀ ରାସ୍ତା ଅବରୋଧ କରିବା ସହ କରଞ୍ଜିଆ ବନଖଣ୍ଡ ଅଧିକାରୀଙ୍କ ତୁରନ୍ତ ବଦଳି ସହ 8ଦିନ ମଧ୍ୟରେ କାର୍ଯ୍ୟ ନିର୍ବାହ କରିବାକୁ ଦାବି କରିଥିଲେ । ଯଦି ଏହାର ସମାଧାନ ନକରାଯାଏ ତେବେ ଆଗାମୀ ଦିନରେ ରାଜପଥ ଅବରୋଧ କରିବା ପାଇଁ ଲିଖିତ ଅଭିଯୋଗ କରିଥିଲେ ।

ଗୁଡାଖୁ ଓ ଲଙ୍କାଗୁଣ୍ଡରେ ହାତୀ ଉପଦ୍ରବର ନିରାକରଣ

ଏହାପରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏହାକୁ ଗୁରୁତ୍ବର ସହ ନେବା ସହ ବିପିନ ପ୍ରଧାନଙ୍କୁ ସାମିଲ କରିଛନ୍ତି । ବିନା ବାଣ, ବାଜା, ମଶାଲ ଓ ଲାଇଟରେ କେବଳ ଗୁଡାଖୁ ଓ ଲଙ୍କଗୁଣ୍ଡକୁ ମିଶାଇ ପ୍ଲାଷ୍ଟିକ ଗ୍ଲାସରେ ବିଭିନ୍ନ ସ୍ଥାନରେ ବାନ୍ଧିବା ଦ୍ବାରା ହାତୀ ଚାଲୁଯାଉଥିବା କଥା କହିଛନ୍ତି ସେ। ଏହି ନୂତନ ଜ୍ଞାନକୌଶଳରେ ହାତୀ ଘଉଡାଇବା ପାଇଁ ବନ ବିଭାଗ କେତେ ସଫଳ ହେଉଛି ନା ପୂର୍ବ ପରି ହାତୀ ଉପଦ୍ରଵ ଜାରି ରହୁଛି ତାହା ଦେଖିବାକୁ ବାକି ରହିଲା।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ୨୫ ଦିନ ଧରି ହାତୀ ଘଉଡାଇବାରେ ବିଫଳ ପରେ ସ୍ୱତନ୍ତ୍ର ଟିମକୁ ସାମିଲ କଲା କରଞ୍ଜିଆ ବନବିଭାଗ ।
ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅଧିନସ୍ଥ ଅଞ୍ଚଳରେ ଗତ ୨୫ଦିନ ଧରି ହାତୀ ଉପଦ୍ରବରେ ବ୍ୟାପକ ଧାନ ଫସଲ ତଥା ପରିବା ଫସଲ ନଷ୍ଟ ହୋଇଥିବା ବେଳେ ଦୁଇ ଦୁଇଟି ମୁଲ୍ୟବାନ ଜୀବନ ମଧ୍ୟ ଚାଲି ଯାଇଥିଲା। ତେବେ ଜଣେ ଗୁରୁତର ଆହତ ହୋଇଥିଲେ। ସେହିପରି ୨୦ ରୁ ଅଧିକ ଘର ମଧ୍ୟ ହାତୀପଲ ଭାଙ୍ଗିଥିବା ସୂଚନା ରହିଛି ।ତେବେ ଏତେ ସବୁ ଘଟଣା ପରେ ମଧ୍ୟ ବନବିଭାଗ ହାତୀ ଘଉଡେଇବା ପାଇଁ ସେପରି ତତ୍ପରତା ଦେଖାଉ ନ ଥିବାରୁ ବାରମ୍ବାର ଜନ ଆନ୍ଦୋଳନର ମୁଣ୍ଡ ଟେକିଥିବା ବେଳେ ଦୁଇ ଦୁଇ ଥର ରାସ୍ତା ମଧ୍ୟ ଅବରୋଧ କରିଥିଲେ କ୍ଷତିଗ୍ରସ୍ତ ଗ୍ରାମବାସୀ। ତଥାପି ବନବିଭାଗ ପକ୍ଷରୁ ହାତୀ ଘଉଡେଇବା ପାଇଁ କୌଣସି ସ୍ବତନ୍ତ୍ର ବ୍ୟବସ୍ଥା ହୋଇ ନଥିଲା। ତେବେ ପୁଣି ଦୁଇ ଦିନ ପୂର୍ବରୁ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିବା ସହିତ କରଞ୍ଜିଆ ବନଖଣ୍ଡ ଅଧିକାରୀ ଙ୍କୁ ତୁରନ୍ତ ବଦଳି କରିବା ସହିତ ହାତୀ ଘଉଡେଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଯଦି ଆଠ ଦିନ ମଧ୍ୟରେ କରା ନ ଯାଏ ତେବେ ବନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବା ସହିତ ଜାତୀୟ ରାଜପଥ ଅବରୋଧ କରିବାର ଲିଖିତ ଅଭିଯୋଗ କରିଥିଲେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ । ତେବେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏହାର ଗୁରୁତ୍ୱକୁ ଉପଲବ୍ଧି କରି ଖୋର୍ଦ୍ଧା ଜିଲ୍ଲାର ବିପିନ ପ୍ରଧାନ ନାମକ ଜନୈକ ଉଇଲ୍ଡ ଲାଇଫ ରିସର୍ଚ୍ଚ ପାର୍ସନ ଙ୍କୁ ହାତୀ ଘଉଡେଇବା କାର୍ଯ୍ୟରେ ଆଜି ସାମିଲ କରିଛନ୍ତି । ହାତୀ ଘଉଡେଇବା ପାଇଁ ସରକାର ବିଭିନ୍ନ କଟକଣା ଜାରି କରିଥିବା ବେଳେ ବିନା ବାଣ, ବାଜା, ମଶାଲ, ବିନା ଲାଇଟ ସାହାଯ୍ୟ ରେ ସେ ଏକ ଭିନ୍ନ ଢଙ୍ଗରେ ହାତୀ ଘଉଡେଇବା କାର୍ଯ୍ୟ ଆରମ୍ଭ କରିଛନ୍ତି । ଶ୍ରୀ ପ୍ରଧାନ କିଛି ଶୁଖିଲା ଲଙ୍କା ଗୁଣ୍ଡ ସହିତ ତମାଖୁ (ଗୁଡାଖୁ) ମିଶାଇ ଏକ ପ୍ଲାଷ୍ଟିକ ଗ୍ଲାସରେ ହାତୀ ଥିବା ଜଙ୍ଗଲର ବିଭିନ୍ନ ଜାଗାରେ ବାନ୍ଧିବା ଦ୍ୱାରା ହାତୀ ଚାଲି ଯାଉଥିବା କଥା କହିଛନ୍ତି ଶ୍ରୀ ପ୍ରଧାନ। ତେବେ ଦେଖିବା ପାଇଁ ବାକି ରହିଲା ଏଇ ନୂତନ ଜ୍ଞାନକୌଶଳରେ ହାତୀ ଘଉଡେଇବା ପାଇଁ ବନ ବିଭାଗ କେତେ ସଫଳ ହେଉଛି ନା ପୂର୍ବ ପରି ହାତୀ ଉପଦ୍ରଵ ଜାରି ରହୁଛି ତାହା ଦେଖିବା ପାଇଁ ବାକି ରହିଲା ।
ବାଇଟ _ ବିପିନ ବିହାରୀ ପ୍ରଧାନ, ଉଇଲ୍ଡ ଲାଇଫ ରିସର୍ଚ୍ଚ ପାର୍ଶନ, ଖୋର୍ଦ୍ଧା ।Body:XConclusion:X
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.