ETV Bharat / state

ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ମୟୁରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ଥାନା ଅଞ୍ଚଳରେ କୌଣସି କାରଣକୁ ନେଇ ବାପାକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ଉତକ୍ଷିପ୍ତ ହୋଇ ଉଠିଥିବା ବଡ ପୁଅ । ଅଧିକ ପଢନ୍ତୁ...

son-murder-her-father-in-rasgovindapur-area-of-mayurbhanj-dist
ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ
author img

By

Published : Feb 14, 2020, 1:17 PM IST

ବାରିପଦା: ପୁଅର ଟାଙ୍ଗିଆ ଚୋଟରେ ବାପର ମୃତ୍ୟୁ । ଏଭଳି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ରଙ୍ଗିଆମ ଗ୍ରାମରେ । ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥିବା ନେଇ ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଏ ଘଟଣାରେ ମୃତକଙ୍କ ସାନ ପୁଅର କହିବା ଅନୁସାରେ, ବଡଭାଇର ମାନସିକ ସ୍ଥିତି ଠିକ ନଥିବାରୁ ସେ ବାପାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ।

ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ

ହତ୍ୟାକାରୀ ପୁଅ ରମେଶ ସୋରେନ ଏବଂ ବାପା ରାବଣ ସୋରେନଙ୍କ ମଧ୍ୟରେ ଘରୋଇ ଘଟଣାକୁ ନେଇ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ପୁଅ ରମେଶ, ବାପାଙ୍କୁ ଏକ ଟାଙ୍ଗିଆ ହାଣି ନୃଶଂସ ଭାବେ ହତ୍ୟା କରିଥିଲା । ଖବର ପାଇ ରାସଗୋବିନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ହତ୍ୟାକାରୀକୁ ଅଟକ ରଖିବା ସହ ଏଥିରେ ବ୍ୟବହୃତ ହୋଇଥିବା ଟାଙ୍ଗିଆକୁ ମଧ୍ୟ ଜବତ କରିଛି । ରାସଗୋବିନ୍ଦପୁର ଥାନା ପୋଲିସ ସାଇଣ୍ଟିକ ଟିମ ସାହାଯ୍ୟରେ ତଦନ୍ତ କରିବା ସହ ଶବ ବ୍ୟେବଛେଦ ପାଇଁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜକୁ ପଠାଇଛି। ଏ ନେଇ ରାସଗୋବିନ୍ଦପୁର ପୋଲିସ ୨୩/୨୦୨୦ ରେ ଏକ ହତ୍ୟା ମାମଲା ରୁଜୁ କରିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.