ETV Bharat / state

ମେଡିକାଲ କଲେଜକୁ ବାପାଙ୍କ ମୃତଦେହ ଦାନ କଲା ପୁଅ - ବାପାଙ୍କ ମୃତଦେହ ଦାନ କଲା ପୁଅ

ବାପାଙ୍କ ମୃତଦେହ ଏଫ୍‌ଏମ୍ ମେଡିକାଲ କଲେଜକୁ ଦାନ କଲା ପୁଅ । ଚାରିଆଡୁ ଛୁଟିଲା ପ୍ରଶଂସାର ସୁଅ । ଅଧିକ ପଢନ୍ତୁ

ବାପାଙ୍କ ମୃତଦେହ ମେଡିକାଲ କଲେଜକୁ ଦାନ କଲା ପୁଅ

author img

By

Published : Jan 18, 2022, 8:37 AM IST

ବାରିପଦା: କୁହାଯାଏ, ଅଙ୍ଗଦାନ ମହତ ଦାନ । ଏଭଳି ଏକ ମହତ୍ ଦାନ କରିଛନ୍ତି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ଅମରଦା ଗ୍ରାମର ସମାଜସେବୀ ମାନବ ମହାନ୍ତି । ସେ ନିଜ ମୃତ ପିତାଙ୍କ ସମ୍ପୂର୍ଣ୍ଣ ଶରୀର ଏଫ୍‌ଏମ୍ ମେଡିକାଲ କଲେଜକୁ ଦାନ କରିଛନ୍ତି(son donated father's deadbody to medical college) । ଶରୀର ମେଡିକାଲ ଛାତ୍ରଛାତ୍ରୀଙ୍କ ଗବେଷଣା କାର୍ଯ୍ୟରେ ବ୍ୟବହୃତ ହେବ । ସମାଜସେବୀଙ୍କ ଏହି ମହାନତା ଏବେ ଚାରିଆଡେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ବାପାଙ୍କ ମୃତଦେହ ମେଡିକାଲ କଲେଜକୁ ଦାନ କଲା ପୁଅ

ସୂଚନାଯୋଗ୍ୟ, ସମାଜସେବୀ ମାନବ କୁମାର ମହାନ୍ତିଙ୍କ ବାପା ସୋମବାର ନିଜ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ତାଙ୍କ ବାପା ନାରାୟଣ ମହାନ୍ତି ପେଶାରେ ଜଣେ ବିଜ୍ଞାନ ଶିକ୍ଷକ ଥିଲେ । ଛାତ୍ର ଜୀବନରେ ଏମ୍‌ପିସି କଲେଜରେ ପାଠ ପଢିଥିଲେ । ପରବର୍ତ୍ତୀ ସମୟରେ ଚାଷୀ ମୂଲିଆ ଆନ୍ଦୋଳନରେ ଜଡ଼ିତ ଥିଲେ । ଗାଁ ଅମରଦା ରାଧାଗୋବିନ୍ଦ ଆଞ୍ଚଳିକ ମହାବିଦ୍ୟାଳୟର ପ୍ରତିଷ୍ଠାତା ଥିଲେ । ଏହାବ୍ୟତୀତ ମୟୂରଭଞ୍ଜ ଜିଲ୍ଲାରେ ସିପିଏମ ଦଳ ପ୍ରତିଷ୍ଠାର ପ୍ରାଥମିକତା ସଦସ୍ୟ ଥିଲେ ମଧ୍ୟ ।

ସେ ନିଜ ଶିକ୍ଷକତା ଜୀବନ ମଧ୍ୟରେ ଅନେକ ଛାତ୍ରଛାତ୍ରୀ ଗଢିଛନ୍ତି । ତାଙ୍କର ଶେଷ ଇଚ୍ଛା ଥିଲା ତାଙ୍କ ମୃତ ଶରୀର ମଧ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ସର୍ଗ ହେଉ । ତେଣୁ ପୁଅ ବିଶିଷ୍ଟ ସମାଜସେବୀ ମାନବ କୁମାର ମହାନ୍ତି ବାପାଙ୍କ ମୃତ ଶରୀର କୁ ଏଫଏମ୍ ମେଡିକାଲକୁ ଦାନ କରିଛନ୍ତି । ମାନବଙ୍କ ଏହ ନିଷ୍ପତ୍ତିକୁ ନେଇ ସବୁ ମହଲରୁ ପ୍ରଶଂସା କରାଯାଇଛି । ପୂର୍ବରୁ ଅଙ୍ଗଦାନର ଅନେକ ନଜିର ରହିଛି । ହେଲେ ନିଜ ପିତାଙ୍କ ସମ୍ପୂର୍ଣ୍ଣ ଶରୀର ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ସର୍ଗ କରିବା ବାସ୍ତବରେ ପ୍ରଶଂସନୀୟ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.