ETV Bharat / state

ଲକ୍ଷାଧିକ ଟଙ୍କାର ସୋଲାର ପ୍ଲେଟ ଜବତ: ୫ ଗିରଫ - ସୋଲାର ପ୍ଲେଟ ଜବତ

ମୟୂରଭଞ୍ଜରୁ ସୋଲାର ପ୍ଲେଟ ଜବତ । ଏ ଘଟଣାରେ ୫ ଗିରଫ । ଘଟଣାର ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ

ଲକ୍ଷାଧିକ ଟଙ୍କାର ସୋଲାର ପ୍ଲେଟ ଜବତ:ପାଞ୍ଚ ଜଣ ଗିରଫ

author img

By

Published : Dec 18, 2021, 9:58 PM IST

ବାରିପଦା : ମୟୂରଭଞ୍ଜରୁ ସୋଲାର ପ୍ଲେଟ ଜବତ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ମୟୂରଭଞ୍ଜ ଜିଲ୍ଲା ମୋରଡା ପୋଲିସ ପାଟ୍ରୋଲିଂ କରୁଥିଲା । ଏହି ସମୟରେ ଏକ ଅଟୋରେ ଏକାଧିକ ସୋଲାର ପ୍ଲେଟ ମୋରଡା ପୋଲିସ ହାବୁଡ଼ରେ ପଡିଥିଲା । କାଗଜପତ୍ର ଦେଖାଇବାକୁ କୁହାଯାଇଥିଲା କିନ୍ତୁ କୌଣସି କାଗଜପତ୍ର ଦେଖାଇ ପାରିନଥିଲେ ।

ଲକ୍ଷାଧିକ ଟଙ୍କାର ସୋଲାର ପ୍ଲେଟ ଜବତ:ପାଞ୍ଚ ଜଣ ଗିରଫ

ତେବେ ଏନେଇ ପାଞ୍ଚ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ପାଞ୍ଚ ଜଣ ହେଲେ ଖୁଣ୍ଟା ଥାନା ଅନ୍ତର୍ଗତ କୃଷ୍ଣ ବାଗରାୟ,ବିଭୁତି ପ୍ରସାଦ ନାୟକ,ସୂର୍ଯ୍ୟକାନ୍ତ ନାୟକ ,ମଣ୍ଟୁ ନାୟକ ଓ ପ୍ରବେଶ୍ୱର ନାୟକ । ଚିକିଟାମାଟିଆ ଗାଁରେ ସରକାରୀ ସ୍ତରରେ ଲାଗିଥିବା ସୋଲାର ପ୍ଲେଟକୁ ଚୋରି କରି ଖୁଣ୍ଟାକୁ ନେଉଥିଲେ । ପୋଲିସ ତଦନ୍ତ ପରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି । ତେବେ ଜବତ ହୋଇଥିବା ସୋଲାର ପ୍ଲେଟର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି କହିଛନ୍ତି ମୋରଡା ଥାନା ଅଧିକାରୀ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.