ETV Bharat / state

ସୋଲାର ବ୍ୟାଟେରୀ ଚୋରି କରି 4 ଗିରଫ, ବୋଲେରୋ ଜବତ - solar-battery-thift

ମୟୁରଭଞ୍ଜର ବାଦାମପାହାଡ଼ ଯୁକ୍ତ ୨ ବିଜ୍ଞାନ ମହାବିଦ୍ୟାଳୟର ସୋଲାର ବ୍ୟାଟେରୀ ଚୋରି କରିଥିବା ଚାରି ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଏହି ଚୋର ଗ୍ୟାଙ୍ଗ ଏକ ବୋଲେରରେ ସୋଲାର ବ୍ୟାଟେରୀକୁ ନେବା ସମୟରେ ପୋଲିସ ହାତରେ ଧରାପଡିଛନ୍ତି । ଗିରଫ ଚାରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ପୋଲିସ ।

ଫୋଟ ସୌଜନ୍ୟ : ପ୍ରତିନିଧି,ରାଇରଙ୍ଗପୁର
author img

By

Published : Sep 18, 2019, 11:52 PM IST

ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅଧିନରେ ଥିବା ବାଦାମପାହାଡ଼ ଯୁକ୍ତ ୨ ବିଜ୍ଞାନ ମହାବିଦ୍ୟାଳୟର ସୋଲାର ବ୍ୟାଟେରୀ ଚୋରି କରିଥିବା ଚାରି ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ବ୍ୟାଟେରୀ ଚୋରି କରିଥିବା ଚାରି ଅଭିଯୁକ୍ତ ହେଲେ ଧାଙ୍ଗିଡିମୁତା ଗ୍ରାମର ନବାବ ଅଲି ଖାଁ ଓ ଆକ୍ରମ ଅଲି, କାଦୁଆଣି ଗ୍ରାମର ଶଙ୍ଖ ମାରାଣ୍ଡି, ସାରସପଦା ଗ୍ରାମର ସାଇବା ହାଁସଦା ।

ଭିଡିଓ ସୌଜନ୍ୟ : ପ୍ରତିନିଧି,ରାଇରଙ୍ଗପୁର

ଅଗଷ୍ଟ ମାସ ୨୧ ତାରିଖ ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ କଲେଜ ମଧ୍ୟରୁ ଆଠ ଖଣ୍ଡ ୧୨ ଭୋଲ୍ଟ ର ସୋଲାର ବ୍ୟାଟେରୀ ଚୋରି କରି ନେଇଯାଇଥିଲେ । ଏ ନେଇ ବାଦାମପାହାଡ଼ ପୋଲିସ ଥାନାରେ ଲିଖିତ ଅଭିଯୋଗ କରିଥିଲେ କଲେଜ କର୍ତୃପକ୍ଷ । ଏହା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । କୌଣସି ସୁତ୍ରରୁ ଖବର ପାଇ ପୋଲିସ ଏକ ବୋଲେରୋ ଯୋଗେ ଚାରି ଜଣ ଅଭିଯୁକ୍ତ ବ୍ୟାଟେରୀ ନେଇ ଯାଉଥିବା ସମୟରେ ବାଦାମପାହାଡ଼ ପୋଲିସ ସେମାନଙ୍କୁ କାବୁ କରିଛନ୍ତି ।

ଉକ୍ତ ବୋଲେରୋରୁ ଚାରୋଟି ସୋଲାର ବ୍ୟାଟେରୀ ମଧ୍ୟ ଜବତ ହୋଇଛି । ସେମାନେ କଲେଜରୁ ସୋଲାର ବ୍ୟାଟେରୀ ଚୋରି କରିଥିବା ପୋଲିସ ନିକଟରେ ସ୍ବୀକାର କରିଛନ୍ତି । ଏ ନେଇ ଆଜି ବାଦାମପାହାଡ଼ ପୋଲିସ ଏକ ମାମଲା ରୁଜୁ କରିଛି । ଚାରି ବ୍ୟାଟେରୀ ସହ ବୋଲେରୋ କୁ ମଧ୍ୟ ଜବତ କରାଯାଇଛି । ଏହି ଚାରି ଜଣ ଅଭିଯୁକ୍ତଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ସୋଲାର ବ୍ୟାଟେରୀ ଚୋରି ଅଭିଯୋଗରେ ଚାରି ଜଣ ଯୁବକ ଗିରଫ। ଚୋରି ଘଟଣା ଟି ଘଟିଥିଲା ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅଧିନରେ ଥିବା ବାଦାମପାହାଡ଼ ଯୁକ୍ତ ୨ ବିଜ୍ଞାନ ମହାବିଦ୍ୟାଳୟ ରେ। ଗିରଫ ହୋଇଥିବା ଚାରି ଜଣ ଯୁବକ ହେଲେ ଧାଙ୍ଗିଡିମୁତା ଗ୍ରାମର ନବାବ ଅଲି ଖାଁ ଓ ଆକ୍ରମ ଅଲି, କାଦୁଆଣି ଗ୍ରାମର ଶଙ୍ଖ ମାରାଣ୍ଡି, ସାରସପଦା ଗ୍ରାମର ସାଇବା ହାଁସଦା। ସୂଚନା ଅନୁଯାୟୀ ଅଗଷ୍ଟ ମାସ ୨୧ ତାରିଖ ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ କଲେଜ ମଧ୍ୟରୁ ଆଠ ଖଣ୍ଡ ୧୨ ଭୋଲ୍ଟ ର ସୋଲାର ବ୍ୟାଟେରୀ ଚୋରି କରି ନେଇ ଯାଇଥିବାର ଅଭିଯୋଗ କରିଥିଲେ କଲେଜ କର୍ତୃପକ୍ଷ। ବାଦାମପାହାଡ଼ ପୋଲିସ ଲିଖିତ ଅଭିଯୋଗ ପାଇବା ପରେ ଚୋରି ଘଟଣାର ଛାନଭିନ ଆରମ୍ଭ କରିଥିଲେ। ତେବେ ଏକ ବୋଲେରୋ ଯୋଗେ ଚାରି ଜଣ ଅଭିଯୁକ୍ତ ବ୍ୟାଟେରୀ ନେଇ ଯାଉଥିବା ସମୟରେ କୌଣସି ସୁତ୍ରରୁ ଖବର ପାଇ ଆଜି ବାଦାମପାହାଡ଼ ପୋଲିସ ସେମାନଙ୍କୁ କାବୁ କରିଥିଲେ। ଉକ୍ତ ବୋଲେରୋ ରୁ ଚାରୋଟି ସୋଲାର ବ୍ୟାଟେରୀ ମଧ୍ୟ ଜବତ ହୋଇଛି। ସେମାନେ କଲେଜ ରୁ ସୋଲାର ବ୍ୟାଟେରୀ ଚୋରି କରିଥିବା ପୋଲିସ ନିକଟରେ ସ୍ବୀକାର କରିଥିଲେ। ଏ ନେଇ ଆଜି ବାଦାମପାହାଡ଼ ପୋଲିସ ଏକ ମାମଲା ରୁଜୁ କରି ଚାରି ଖଣ୍ଡ ବ୍ୟାଟେରୀ ସହ ବୋଲେରୋ କୁ ଜବତ କରି ଚାରି ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି।Body:XConclusion:X
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.