ETV Bharat / state

ଅଣ୍ଡା ଗିଳି ଧରାପଡିଲା ନାଗ ! - ଅଣ୍ଡା ଗିଳିଥିବା ନାଗସାପ ଉଦ୍ଧାର

ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଳକ ଅଧିନ କହ୍ନେଇବନ୍ଦ ଓ ଧାନଘେରା ଗ୍ରାମର ପୃଥକ ପୃଥକ ସ୍ଥାନରୁ ଦୁଇଟି ବିଶାଳକାୟ ନାଗସାପ କୁ ଉଦ୍ଧାର କଲା ସ୍ନେକ ହେଲ୍ପ ଲାଇନ । ଅଧିକ ପଢନ୍ତୁ

ଅଣ୍ଡା ଗିଳିଥିବା ନାଗକୁ ଉଦ୍ଧାର କଲେ ସ୍ନେକ ହେଲ୍ପ ଲାଇନ

author img

By

Published : Jul 5, 2022, 5:08 PM IST

ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଳକ ଅନ୍ତର୍ଗତ କହ୍ନେଇବନ୍ଦ ଓ ଧାନଘେରା ଗ୍ରାମର ପୃଥକ ପୃଥକ ସ୍ଥାନରୁ ଦୁଇଟି ବିଶାଳକାୟ ନାଗସାପ ଉଦ୍ଧାର ହୋଇଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ସାପଗୁଡ଼ିକର ଉଦ୍ଧାର ସମୟରେ ଘଟଣା ସ୍ଥଳରେ ଲୋକାରଣ୍ୟ ହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା । ସୂଚନା ଅନୁଯାୟୀ କହ୍ନେଇବନ୍ଦ ଗାଁର ମନରଞ୍ଜନ ସାହୁଙ୍କ ଗୁହାଳରେ ଏକ ବିଶାଳ ଚମ୍ପାନାଗ ଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ । ଘଟଣା ସମ୍ପର୍କରେ ବନ୍ୟପ୍ରାଣୀ ଉଦ୍ଧାରକାରୀ ସଦସ୍ୟ କୃଷ୍ଣ ଗୋଛାୟତଙ୍କୁ ସୁଚନା ଦେଇଥିଲେ । ସୂଚନା ପାଇ କୃଷ୍ଣ ଗୋଛାୟତ ଓ ତାଙ୍କର ସହଯୋଗୀ ଶସ୍ମିତା ହୋତା ଘଟଣାସ୍ଥଳରେ ପହଞ୍ଚି ନାଗକୁ ଉଦ୍ଧାର କରିଥିଲେ ।

ଉଦ୍ଧାର ହୋଇଥିବା ନାଗସାପର ଲମ୍ବ ୭ ଫୁଟୁ ରହିଛି । ଅଣ୍ଡା ଖାଇବା ଯୋଗୁଁ ସାପଟି ଚଳପ୍ରଚଳ ନକରି ଗୋଟିଏ ସ୍ଥାନରେ ପଡି ରହିିଥିଲା । ଉଦ୍ଧାର ସମୟରେ ସାପଟି ୮ ଟି ଅଣ୍ଡା ଓଗାଳିଥିବା ଦେଖିବାକୁ ମିଳିଥିଲା । ସେହିପରି ଧାନଘେରା ଗାଁର ଜନୈକ ବ୍ୟକ୍ତିଙ୍କ ଘରୁ ୬ ଫୁଟ ଲମ୍ବର ଏକ ଗୋଖର ନାଗସାପକୁ କରାଯାଇଛି । ଉଦ୍ଧାର ସାପଗୁଡିକୁ ଜନବସତି ଠାରୁ ଦୂରରେ ଥିବା ଜଙ୍ଗଲରେ ଛାଡ଼ାଯାଇଥିବା ସ୍ନେକ ହେଲପ୍ପ ଲାଇନର ସଦସ୍ୟ କହିଛନ୍ତି ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.