ETV Bharat / state

ମର୍ମନ୍ତୁଦ ସଡକ ଦୁର୍ଘଟଣା; ଭଉଣୀ ମୃତ, ଭାଇ-ଭାଣିଜୀ ଗୁରୁତର - sister-died

କାର୍ ଦୁର୍ଘଟଣାରେ ଭଉଣୀର ମୃତ୍ୟୁ ଘଟିଥିବା ବେଳେ ଭାଣିଜୀ ଓ କାର ଚଳାଉ ଥିବା ଭାଇର ଅବସ୍ଥା ଗୁରୁତର ରହିଛି । ଅଧିକ ପଢନ୍ତୁ...

sister-died-at-the-scene-in-a-tragic-road-accident
ମର୍ମନ୍ତୁଦ ସଡକ ଦୁର୍ଘଟଣା, ଭଉଣୀ ମୃତ-ଭାଇ ଓ ଭାଣିଜୀ ଗୁରୁତର
author img

By

Published : Jun 11, 2021, 2:08 PM IST

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଠାକୁରମୁଣ୍ଡା-କରଞ୍ଜିଆ ରାସ୍ତାର ସୁନାରିପୋଷି ନିକଟରେ ଆଜି(ଶୁକ୍ରବାର) ଏକ କାରର ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଭଉଣୀର ମୃତ୍ୟୁ ଘଟିଥିବା ବେଳେ ଭାଣିଜୀ ଓ କାର ଚଳାଉ ଥିବା ଭାଇର ଅବସ୍ଥା ଗୁରୁତର ରହିଛି । ଗୁରୁତର ଦୁହିଁଙ୍କୁ କଟକ ବଡ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।

ମର୍ମନ୍ତୁଦ ସଡକ ଦୁର୍ଘଟଣା, ଭଉଣୀ ମୃତ-ଭାଇ ଓ ଭାଣିଜୀ ଗୁରୁତର

ସୂଚନା ଅନୁଯାୟୀ, ଭଦ୍ରକ ସଦରରୁ ଏକ ମାରୁତି ଆଲଟୋ କାର ଯୋଗେ ଦୁଷ୍ମନ୍ତ ମାହାଲା ନାମକ ଜଣେ ଯୁବକ ନିଜ ଭଉଣୀ ସୌମ୍ୟ ରଞ୍ଜିତା ମାହଲା ଓ ଭାଣିଜୀ ମୁକ୍ତାଙ୍କୁ ନେଇ କରଞ୍ଜିଆ ବଣସାହିକୁ ଯାଉଥିଲେ । ତେବେ ଯାଉଥିବା ସମୟରେ ସୁନାରିପୋଷି ନିକଟରେ କୌଣସି କାରଣରୁ ଭାରସାମ୍ୟ ହରାଇ ରାସ୍ତାରେ କାରଟି ଓଲଟି ପଡିଥିଲା ।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ଉଦ୍ଧାର କରାଯାଇ ଏକ ଗାଡି ଯୋଗେ ତାଙ୍କୁ ଚିକିତ୍ସା ପାଇଁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସା ଚାଲୁଥିବା ବେଳେ ଭଉଣୀ ସୋମ୍ୟ ରଞ୍ଜିତାଙ୍କ ମୃତ୍ୟୁ ଘଟିଥିବା ନେଇ ଡାକ୍ତର ଘୋଷଣା କରିଥିଲେ । ଦୁର୍ଘଟଣାରେ ଗୁରୁତର ଥିବା ଦୁଷ୍ମନ୍ତ ଓ ଭାଣିଜୀ ମୁକ୍ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଠାକୁରମୁଣ୍ଡା ଥାନା ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଥିବାର ଜଣାଯାଇଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.