ETV Bharat / state

ଶିମିଳିପାଳରେ ମହାବଳଙ୍କୁ ମାରୁଛି କିଏ ? - ଶିମିଳିପାଳ ଅଭୟାରଣ୍ୟରେ କମୁଛି ବାଘ ସଂଖ୍ୟା

ଜାତୀୟ ଉଦ୍ୟାନ ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ଓ ସଂକ୍ଷରଣ ନେଇ ସରକାର ଡିଣ୍ଡିମ ପିଟୁଥିବା ବେଳେ ରାଜ୍ୟର ସବୁଠାରୁ ଅଧିକ ସଂଖ୍ୟକ ବାଘ ଥିବା ଶିମିଳିପାଳ ଅଭୟାରଣ୍ୟରେ ଏବେ ଦିନକୁ ଦିନ ଦ୍ରୁତ ଗତିରେ ହ୍ରାସ ପାଇଛି ବାଘଙ୍କ ସଂଖ୍ୟା। ଆସନ୍ତୁ ଦେଖିବା ଇଟିଭି ଭାରତର ସ୍ପେଶାଲ ରିପୋର୍ଟ।

similipal national park
similipal national park
author img

By

Published : Feb 17, 2020, 12:04 AM IST

Updated : Feb 18, 2020, 8:33 PM IST

ବାରିପଦା: କେନ୍ଦ୍ର ଠାରୁ ରାଜ୍ୟ ସରକାର ଏପରିକି ଅନେକ ସ୍ବେଚ୍ଛାସେବୀ ସଙ୍ଗଠନମାନେ ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ଓ ସଂକ୍ଷରଣ ନେଇ କାମ କରୁଛନ୍ତି । ବାଘ ବଂଶ ବୃଦ୍ଧି ପାଇଁ ଅନେକ ଯୋଜନା ପ୍ରଣୟନ କରିବା ସହ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । କିନ୍ତୁ ବାସ୍ତବତା କିଛି ଅଲଗା ।

ଶିମିଳିପାଳରେ ମହାବଳଙ୍କୁ ମାରୁଛି କିଏ ?

ଶିମିଳିପାଳ ଅଭୟାରଣ୍ୟରେ ଦିନକୁ ଦିନ କମୁଛି ବାଘଙ୍କ ସଂଖ୍ୟା । ୧୯୭୩ ମସିହାରେ ତତ୍କାଳୀନ ବନ୍ୟଜନ୍ତୁ ସଂକ୍ଷରକ ଡ ସରୋଜ ରାଜ ଚୌଧୁରୀ ଶିମିଳିପାଳ ଅଭୟାରଣ୍ୟକୁ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଭାବେ ଘୋଷଣା କଲେ । ଆଉ ସେହି ବର୍ଷ ଠାରୁ ବାଘ ଗଣନା ଆରମ୍ଭ ହୋଇଥିଲା । 1୯୭୩ ମସିହା ଗଣନା ଅନୁଯାୟୀ ଶିମିଳିପାଳ ଅଭୟାରଣ୍ୟରେ ମହାବଳ ବାଘଙ୍କ ସଂଖ୍ୟା ୧୦୦ରୁ ଉର୍ଦ୍ଧ୍ବ ଥିବା ଜଣାପଡିଛି । ୧୯୭୩ ରୁ ଆଜି ପର୍ଯ୍ୟନ୍ତ ବାଘ ଗଣନା ଜାରିରହିଛି । ସୂଚନା ଅଧିକାର ଆଇନରେ ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ କାର୍ଯ୍ୟାଳୟରୁ ମିଳିଥିବା ରିପୋର୍ଟ ଅନୁସାରେ, ଏବେ ଶିମିଳିପାଳରେ ବାଘଙ୍କ ସଂଖ୍ୟା ୧୭ । ଶିମିଳିପାଳ ଅଭୟାରଣ୍ୟରେ ଦିନକୁ ଦିନ ଶିକାରୀଙ୍କ ଦୌରାତ୍ମ୍ୟ ବଢିବା ସହ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତାର ଅଭାବ ପାଇଁ ଶିମିଳିପାଳରେ କମୁଛି ମହାବଳ ବାଘଙ୍କ ସଂଖ୍ୟା ବୋଲି କହିଛନ୍ତି ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ସଂକ୍ଷରକ ।

ଶିମିଳିପାଳ ଅଭୟାରଣ୍ୟର ପରିସୀମା କହିଲେ ୨୭୫୦ ବର୍ଗ କିଲୋମିଟର । ତେବେ ଏହି ଅଭୟାରଣ୍ୟକୁ ୟୁନେସ୍କୋ ମାନ୍ୟତା ମିଳିଛି । ଏହାର ସୁରକ୍ଷା ଓ ସଂକ୍ଷରଣ ପାଇଁ କେନ୍ଦ୍ର ସରକାରଙ୍କ ମେନେଜମେଣ୍ଟ ଆକ୍ସନ ପ୍ଲାନରେ ୧୫ ବର୍ଷ ପାଇଁ ୫୩୬.୨୨ ଲକ୍ଷ ଟଙ୍କାର ଅନୁଦାନ ମିଳୁଥିବା ବେଳେ ଏହା ମଧ୍ୟରେ ବ୍ୟାଘ୍ର ପ୍ରକଳ୍ପ ପାଇଁ ଡବ୍ଲୁ ଡବ୍ଲୁ ଏଫ ଭଳି ସଂସ୍ଥା ମାନେ ମଧ୍ୟ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି । ଜାତୀୟ ବ୍ୟାଘ୍ର ସଂକ୍ଷରଣ ପ୍ରାଧିକରଣ (ଏନ ଟି ସି ଏ) ଏବଂ ରାଜ୍ୟ ସରକାର ମିଶି ପ୍ରତ୍ୟେକ ବର୍ଷ ୧୧ କୋଟି ଟଙ୍କା ଖର୍ଚ୍ଚ କରିଚାଲିଛନ୍ତି । ତେବେ ଏତେ ଟଙ୍କା ଖର୍ଚ୍ଚ ହେବା ପରେ ବି ବାଘ ଗଣନା ପର ଠାରୁ ଶିମିଳିପାଳ ହରାଇଛି ୭୫ ରୁ ଉର୍ଦ୍ଧ୍ବ ମହାବଳ ବାଘ ।

ତେବେ ଏ ସବୁ ପ୍ରଶ୍ନର ଉତ୍ତର ଚାହିଁଛନ୍ତି ମୟୂରଭଞ୍ଜ ଜିଲ୍ଲାବାସୀ । କିଛି ଦିନ ତଳେ ଏ ନେଇ ଶିମିଳିପାଳ ବ୍ୟାଘ୍ର ସଂକ୍ଷରଣ ପ୍ରକଳ୍ପ ଉପ ନିର୍ଦ୍ଦେଶକଙ୍କୁ ଘେରିବା ପ୍ରଶ୍ନର ଉତ୍ତର ମାଗିଥିଲେ । ଉପ ନିର୍ଦ୍ଦେଶକ କିନ୍ତୁ ବାଘଙ୍କ ସଂଖ୍ୟାକୁ ନେଇ କିଛି ବି କହିବାକୁ ନାରାଜ ଏବଂ ପ୍ରକୃତ ବାଘ ସଂଖ୍ୟା ଏନ ଟି ସିଏ ଦେବ ବୋଲି କହିଛନ୍ତି ।

ଦିନକୁ ଦିନ ଶିମିଳିପାଳ ଅଭୟାରଣ୍ୟରେ କାହିଁକି କମୁଛି ମହାବଳ ବାଘଙ୍କ ସଂଖ୍ୟା ତା'କୁ ତର୍ଜମା କରିବା ସହ ରାଜ୍ୟ ତଥା କେନ୍ଦ୍ର ସରକାର ଏ ଦିଗରେ ସ୍ବତନ୍ତ୍ର ଦୃଷ୍ଟି ଦେବା ଆବଶ୍ୟକ । ନହେଲେ ଦିନ ଆସିବ ଶିମିଳିପାଳ ଅଭୟାରଣ୍ୟରେ ମହାବଳ ବାଘ ସଂଖ୍ୟା ଲୋପ ପାଇ ଯିବନା ।

ମୟୂରଭଞ୍ଜରୁ ମୃତଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Feb 18, 2020, 8:33 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.