ETV Bharat / state

ନଭେମ୍ବର 1ରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ - ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ

ଶୁକ୍ରବାର ଠୁ ପର୍ଯ୍ୟଟକମାନଙ୍କ ପାଇଁ ଖୋଲା ହେବ ଶିମିଳିପାଳ ଜାତୀୟ ଉଦ୍ୟାନ । ଅଧିକ ପଢନ୍ତୁ....

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର
author img

By

Published : Oct 31, 2019, 7:51 PM IST

ରାଇରଙ୍ଗପୁର: ନଭେମ୍ବର 1ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲା ହେବ ଶିମିଳିପାଳ ଜାତୀୟ ଉଦ୍ୟାନ । ଏନେଇ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକଙ୍କ ନେତୃତ୍ବରେ ରାସ୍ତା ଘାଟ ମରାମତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଦେଖିବାକୁ ମିଳିଛି । ଜାତୀୟ ଉଦ୍ୟାନ ମଧ୍ୟକୁ ପ୍ରବେଶ କରିବା ପାଇଁ ସକାଳ ୬ ଘଟିକା ଠାରୁ ୯ ଘଟିକା ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ ହୋଇଛି । ସେହିପରି ପ୍ରତ୍ୟେକ ଦିନ ବାରିପଦା ପଟୁ ୨୫ଟି ଏବଂ ଯଶୀପୁର ପଟୁ ୩୫ ଟି ଗାଡି ପ୍ରବେଶ କରିବାର ବ୍ୟବସ୍ଥା ରହିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ପର୍ଯ୍ୟଟକ ମାନଙ୍କ ପାଇଁ ଜାତୀୟ ଉଦ୍ୟାନର ବିଭିନ୍ନ ସ୍ଥାନରେ ଇକୋଟୁରିଜିମର ବ୍ୟବସ୍ଥା କରାଯାଇଛି । ସେହିପରି ଗୁରୁଗୁଡ଼ିଆ ଠାରେ ପ୍ରକୃତିକୁ ଉପଭୋଗ କରିବା ପାଇଁ କରାଯାଉଥିବା ହାତୀ ପିଠି ସବାରରୁ ଚଳିତ ବର୍ଷ ପର୍ଯ୍ୟଟକମାନେ ବଞ୍ଚିତ ହେବେ। ହାତୀମାନଙ୍କୁ ସ୍ଥାନାନ୍ତରିତ କରାଯାଇଥିବା କାରଣରୁ ଏହି ପରିସ୍ଥିତି ଉପୁଜିଛି । ସେହିପରି ଜାତୀୟ ଉଦ୍ୟାନ ମଧ୍ୟରେ ଭ୍ରମଣ ସମୟରେ ପର୍ଯ୍ୟଟକଙ୍କ ସହିତ ତାଲିମ ପ୍ରାପ୍ତ ଗାଇଡ଼ର ମଧ୍ୟ ବ୍ୟବସ୍ଥା କରାଯାଇଛି । ଏହା ସହ ଜଙ୍ଗଲ ମଧ୍ୟରେ ସମ୍ପୂର୍ଣ୍ଣ ପଲିଥିନ ନିଷିଦ୍ଧ କରାଯାଇଛି । ବିଭିନ୍ନ ସ୍ଥାନରେ ସ୍ବଂୟ ସହାୟକ ଗୋଷ୍ଠୀର ମହିଳାମାନଙ୍କ ଦ୍ଵାରା ପ୍ରସ୍ତୁତ ରନ୍ଧାଖାଦ୍ୟ ଓ ବିଭିନ୍ନ ଜଙ୍ଗଲଜାତ ଫଳମୂଳ ମଧ୍ୟ ପର୍ଯ୍ୟଟକ ମାନଙ୍କୁ ସ୍ବଳ୍ପ ମୂଲ୍ୟରେ ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି ।

ଶିମିଳିପାଳ ଜାତୀୟ ଉଦ୍ୟାନରେ ବିଭିନ୍ନ ପ୍ରଜାତିର ପଶୁପକ୍ଷୀଙ୍କ ସହ ଭିନ୍ନ ଭିନ୍ନ ଔଷଧୀୟ ବୃକ୍ଷ ଦେଖିବାକୁ ମିଳିଥାଏ । ଅର୍ଚ୍ଚଡିୟମ ବଗିଚା ମଧ୍ୟ ଏଠାରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ବିଭିନ୍ନ ସ୍ଥାନରେ ପଶୁପକ୍ଷୀଙ୍କୁ ଦେଖିବା ପାଇଁ ୱାଚ ଟାୱାର ବ୍ୟବସ୍ଥା ରହିଥିବା ବେଳେ ଜଳପ୍ରପାତର ମନୋରମ ଦୃଶ୍ୟ ପର୍ଯ୍ୟଟକଙ୍କୁ ବେଶୀ ଆକୃଷ୍ଟ କରିଥାଏ ।

ସେହିପରି ସୁରକ୍ଷା ପାଇଁ ୨୦୧୩ ମସିହାରୁ ବିଭିନ୍ନ ସ୍ଥାନରେ ବ୍ୟାଘ୍ର ସଂରକ୍ଷଣ ସୁରକ୍ଷା ବାହିନୀ ମୁତୟନ ରହିଛନ୍ତି । ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସଂଖ୍ୟକ ପର୍ଯ୍ୟଟକ ମାନେ ଏହି ଜାତୀୟ ଉଦ୍ୟାନର ମନୋରମ ଦୃଶ ଉପଭୋଗ କରିବା ପାଇଁ ଏଠାକୁ ଛୁଟିଥାନ୍ତି । ଗତବର୍ଷ ଠାରୁ ଶିମିଳିପାଳ ଜାତୀୟ ଉଦ୍ୟାନରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଁ ଜାତୀୟ ଉଦ୍ୟାନର ନିଜସ୍ବ ୱେବସାଇଟ ଖୋଲାଯାଇଛି । ଏହା ଦ୍ଵାରା ପର୍ଯ୍ୟଟକମାନେ ଅନଲାଇନରେ ଟିକେଟ ବୁକିଂ କରି ଶିମିଳିପାଳ ଜାତୀୟ ଉଦ୍ୟାନ ବୁଲିବାର ମଜା ନେଇପାରିବେ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ଆସନ୍ତା କାଲିଠୁ ଖୋଲା ହେବ ଶିମିଳିପାଳ ଜାତୀୟ ଉଦ୍ୟାନ ।
ଆସନ୍ତାକାଲି ଅକ୍ଟୋବର ମାସ ୧ ତାରିଖ ଠାରୁ ଶିମିଳିପାଳ ଜାତୀୟ ଉଦ୍ୟାନ ପର୍ଯ୍ୟଟକ ମାନଙ୍କ ପାଇଁ ଖଲିବ। ପ୍ରକୃତି ପ୍ରେମୀ ବନ୍ଧୁ ମାନଙ୍କ ପାଇଁ ଖୁସିର ଖବର ଦୀର୍ଘଦିନ ଦିନ ଧରି ବନ୍ଦ ପରେ ପୁଣି ଖଲୁଛି ଶିମିଳିପାଳ ଜାତୀୟ ଉଦ୍ୟାନ। ତେବେ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ତଥା କ୍ଷେତ୍ର ରକ୍ଷକ ନେତୃତ୍ୱରେ ରାସ୍ତା ଘାଟ ମରାମତି ଜୋରସୋର ଚାଲି ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବା ଦେଖିବାକୁ ମିଳିଛି । ସେହିପରି ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ପର୍ଯ୍ୟଟକ ମାନଙ୍କ ପାଇଁ ଜଙ୍ଗଲ ମଧ୍ୟରେ ଜାଗା ଜାଗା ରେ ଇକୋଟ୍ୟୁରିଜିମ ର ବ୍ୟବସ୍ଥା କରାଯାଇଛି । ସେହିପରି ପ୍ରକୃତି କୁ ଉପଭୋଗ କରିବା ପାଇଁ ଗୁରୁଗୁଡ଼ିଆ ଠାରେ ହାତୀ ପିଠିରେ ସବାର ହୋଇ ମନରମ ଦୃଶ ଉପଭଗ କରିବା ପାଇଁ ପୂର୍ବ ବର୍ଷ ମାନଙ୍କରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିଲା ହେଲେ ଚଳିତ ବର୍ଷ ଉକ୍ତ ହାତୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତରଣ କରାଯାଇଥିବାରୁ ଏହି ସୁଯୋଗରୁ ବଞ୍ଚିତ ହେବେ ପର୍ଯ୍ୟଟକ। ସେହିପରି ଠିକ ଭାବେରେ ଜାତୀୟ ଉଦ୍ୟାନ ବୁଲିବା ପାଇଁ ତାଲିମ ପ୍ରାପ୍ତ ଗାଇଡ଼ ର ମଧ୍ୟ ବ୍ୟବସ୍ଥା କରାଯାଇଛି । ଜଙ୍ଗଲ ମଧ୍ୟରେ ସମ୍ପୂର୍ଣ୍ଣ ପଲିଥିନ ମୁକ୍ତ ଘୋଷଣା କରାଯାଇଛି । ବିଭିନ୍ନ ଜାଗାରେ ସ୍ୱଂୟ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ଦ୍ଵାରା ପ୍ରସ୍ତୁତ ରନ୍ଧାଖାଦ୍ୟ ସହିତ ଜଙ୍ଗଲ ଜାତ ବିଭିନ୍ନ ଫଳ ମୂଳ ମଧ୍ୟ ପର୍ଯ୍ୟଟକ ମାନଙ୍କୁ ସ୍ବଳ୍ପ ମୂଲ୍ୟରେ ଜଗାଇବା ପାଇଁ ବ୍ୟବସ୍ଥା କରାଯାଇଛି । ଜଙ୍ଗଲ ମଧ୍ୟକୁ ପ୍ରବେଶ କରିବା ପାଇଁ ସକାଳ ୬ ଘଟିକା ଠାରୁ ୯ ଘଟିକା ପର୍ଯ୍ୟନ୍ତ ବାରିପଦା ପଟୁ ୨୫ ଟି ଏବଂ ଯଶୀପୁର ପଟୁ ୩୫ ଟି ଗାଡି ପ୍ରତେକ ଦିନ ଛାଡିବାର ବ୍ୟବସ୍ଥା କରାଯାଇଛି ।
ଶିମିଳିପାଳ ଜାତୀୟ ଉଦ୍ୟାନ ରେ ବିଭିନ୍ନ ପ୍ରଜାତିର ପଶୁପକ୍ଷୀ ଙ୍କ ବସାଘର ,ସେହିପରି ଏଠାରେ ବିଭିନ୍ନ ଔଷଧିୟ ବୃକ୍ଷଙ୍କ ସବାର ଦେଖିବାକୁ ମିଳିଥାଏ ,ତା ସହିତ ଅର୍ଚ୍ଚଡିୟମ ବଗିଚା ମଧ୍ୟ ଏଠାରେ ପର୍ଯ୍ୟଟକ ଙ୍କୁ ଆକୃଷ୍ଟ କରିଥାଏ ।ତା ସହିତ ବିଭିନ୍ନ ଜାଗାରେ ପଶୁ ପକ୍ଷୀ ଙ୍କୁ ଦେଖିବା ପାଇଁ ୱାଚଟାୱାର ସହିତ ଜଳ ପ୍ରପାତ ର ମନୋରମ ଦୃଶ ପର୍ଯ୍ୟଟକ ଙ୍କୁ ବାନ୍ଧି ରଖିଥାଏ ଶିମିଳିପାଳ ଜାତୀୟ ଉଦ୍ୟାନ। ସେହିପରି ଏହାକୁ ସୁରକ୍ଷା ଦେବା ପାଇଁ ୨୦୧୩ ମସିହାରୁ ବିଭିନ୍ନ ଜାଗାରେ ବ୍ୟାଘ୍ର ସଂରକ୍ଷଣ ସୁରକ୍ଷା ବାହିନୀ ଜାଗା ଜାଗା ରେ ମୁତୟନ ଅଛନ୍ତି । ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସଂଖ୍ୟକ ପର୍ଯ୍ୟଟକ ମାନେ ଏହି ଜାତୀୟ ଉଦ୍ୟାନ ର ମନରମ ଦୃଶ ଉପଭୋଗ କରିବା ପାଇଁ ଏଠାକୁ ଛୁଟି ଥାନ୍ତି ।
ଗତ ବର୍ଷ ଠାରୁ ଶିମିଳିପାଳ ଜାତୀୟ ଉଦ୍ୟାନରେ କିପରି ପର୍ଯ୍ୟଟକ ଙ୍କ ସଂଖ୍ୟା ବୃଦ୍ଧି ପାଇବ ସେଥିପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ର ନିଜସ୍ୱ ୱେବସାଇଟ ଖଲା ଯାଇଛି ଏହା ଦ୍ଵାରା ସେମାନେ ଅନଲାଇନ ମାଧମରେ ଟିକଟ ବୁକିଂ କରି ଶିମିଳିପାଳ ଜାତୀୟ ଉଦ୍ୟାନ ବୁଲିବାର ମଜା ନେଇପାରିବେ ।ଏ ଅଫିସ ରୁ ସେ ଅଫିସ ଆଉ ଧାଇଁ ବା ପାଇଁ ପଡିବ ନାହିଁ ।ଶିମିଳିପାଳ ଜାତୀୟ ଉଦ୍ୟାନ ଏକ ବିଶ୍ୱ ଦରବାରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ହେଲେ ବର୍ତ୍ତମାନ ଏଠାରେ ବହୁ ସମସ୍ୟା ଉପୁଜୁ ଥିବାରୁ ପର୍ଯ୍ୟଟକ ମାନଙ୍କ ସହିତ ପରିବେଶ ବିତ ମାନେ ଚିନ୍ତା ପ୍ରକଟ କରିଛନ୍ତି ।ତେବେ ଏହାର ରକ୍ଷଣାବେକ୍ଷଣ ଦାଇତ୍ୱ ଚଳିତ ବର୍ଷ ଠାରୁ ସ୍ୱତନ୍ତ୍ର ଭାବେ ବ୍ୟାଘ୍ର ସଂରକ୍ଷଣ ବିଭାଗକୁ ସମ୍ପୁର୍ଣ୍ଣ ଦାଇତ୍ୱ ଦିଆ ଯାଇଛି ।ତେବେ ଦେଖିବା ପାଇଁ ବାକି ରହିଲା ଚଳିତ ବର୍ଷ ପର୍ଯ୍ୟଟକ ମାନକୁ କେତେ ପରିମାଣରେ ଆକୃଷ୍ଟ କରୁଛି ଶିମିଳିପାଳ ଜାତୀୟ ଉଦ୍ୟାନ।
ବାଇଟ - କପିଲ୍ ପ୍ରସାଦ ଦାସ, ଉପନିର୍ଦ୍ଦେଶକ, ଶିମିଳିପାଳ ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡ।Body:XConclusion:X
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.