ETV Bharat / state

ଗୋଷ୍ଠୀ ସଂକ୍ରମଣ ଆଶଙ୍କାରେ 3 ଦିନ ସଟଡାଉନ ସାନବେଲପାହାଡି ଗ୍ରାମ - Shutdown Sanbelpahadi village for 3 days in case of group infection

ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ଅନ୍ତର୍ଗତ ରାଇହରି ଗ୍ରାମପଞ୍ଚାୟତର ମହିଳା ସରପଞ୍ଚ ଗୀର୍ଥ ସୋରେନ ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କରି ତିନି ଦିନ ପାଇଁ ସାନବେଲପାହାଡି ଗ୍ରାମକୁ ସଟଡାଉନ ଘୋଷଣା କରିଛନ୍ତି । ଗୋଷ୍ଠୀ ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ସରପଞ୍ଚ ଏଭଳି ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ...

ଗୋଷ୍ଠୀ ସଂକ୍ରମଣ ଆଶଙ୍କାରେ 3 ଦିନ ସଟଡାଉନ ସାନବେଲପାହାଡି ଗ୍ରାମ

author img

By

Published : Aug 14, 2020, 6:16 AM IST

ରାଇରଙ୍ଗପୁର: ଗୋଷ୍ଠୀ ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କଲେ ମହିଳା ସରପଞ୍ଚ । ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ଅନ୍ତର୍ଗତ ରାଇହରି ଗ୍ରାମପଞ୍ଚାୟତର ମହିଳା ସରପଞ୍ଚ ଗୀର୍ଥ ସୋରେନ ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କରି ତିନି ଦିନ ପାଇଁ ସାନବେଲପାହାଡି ଗ୍ରାମକୁ ସଟଡାଉନ ଘୋଷଣା କରିଛନ୍ତି ।

ସ୍ଥାନୀୟ ଅଞ୍ଚଳରୁ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା କରି ଗାଁକୁ ସଟଡାଉନ କରିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ଆକ୍ରାନ୍ତଙ୍କ ସ୍ବାବ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ବାଙ୍କିଶୋଳ ସ୍ଥିତ କିମ୍ସ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିବା ବେଳେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରଖିଛି ବ୍ଲକ ପ୍ରଶାସନ ।

ସେପଟେ ରାଇହରି ଗ୍ରାମପଞ୍ଚାୟତ ଅଧୀନସ୍ଥ ଅଞ୍ଚଳରେ ଥିବା ସମସ୍ତ ଦୋକାନ ବଜାର ଗୁରୁବାର, ଶୁକ୍ରବାର ଓ ଶନିବାର ତିନି ଦିନ ସଟଡାଉନ ଘୋଷଣା କରାଯାଇଛି । ତେବେ ଉକ୍ତ ସମୟରେ କେବଳ ସ୍ବାସ୍ଥ୍ୟକାଳୀନ ଜରୁରୀ ସେବା ଜାରି ରହିବ ବୋଲି ମହିଳା ସରପଞ୍ଚ ସୂଚନା ଦେଇଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.