ରାଇରଙ୍ଗପୁର: ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ଶ୍ରମିକ ସହାୟତା କେନ୍ଦ୍ର ଉଦଘାଟିତ । ମୟୂରଭଞ୍ଜ ଜିଲ୍ଲା ତିରିଂ ବୋର୍ଡର ଚେକ ପଏଣ୍ଟରେ ଓଡିଶା ମୋ ପରିବାର ତରଫରୁ ‘ପ୍ରବାସୀ ପଥଚାରୀ ଶ୍ରମିକ ସହାୟତା କେନ୍ଦ୍ର’ ଉଦଘାଟିତ ହୋଇଯାଇଛି । ଓଡିଶା ମୋ ପରିବାର ଅଧ୍ୟକ୍ଷ ଅରୁପ ପଟ୍ଟନାୟକ ଫିତା କାଟି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।
ଏହି ଶିବିରରେ ଝାଡଖଣ୍ଡ ଓ ଓଡିଶା ମଧ୍ୟରେ ଯାତାୟତ କରୁଥିବା ପଥଚାରୀ ଶ୍ରମିକମାନଙ୍କୁ ଶୁଖିଲା ଖାଦ୍ୟ ଓ ଜଳ ବଣ୍ଟନ କରାଯିବାର ବ୍ୟବସ୍ଥା କରାଯାଇଛି । ଏହି ଅବସରରେ ରାଜ୍ୟସଭା ସାଂସଦ ମମତା ମହାନ୍ତ, ବିଜେଡ଼ି ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମ, ପର୍ଯବେକ୍ଷକ ମୁକ୍ତିକାନ୍ତ ମଣ୍ଡଳ ସହ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ