ETV Bharat / state

ଓଲଟିଲା ବରଯାତ୍ରୀ ଗାଡି, 7 ଆହତ

author img

By

Published : May 13, 2022, 8:39 AM IST

Updated : May 13, 2022, 2:27 PM IST

ଭାରସାମ୍ୟ ହରାଇ ଓଲଟିଲା ବରଯାତ୍ରୀ ଗାଡି । 7 ଜଣ ଆହତ । ଅଧିକ ପଢନ୍ତୁ

ଓଲଟିଲା ବରଯାତ୍ରୀ ଗାଡି, 7 ଆହତ
ଓଲଟିଲା ବରଯାତ୍ରୀ ଗାଡି, 7 ଆହତ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ସଡକ ଦୁର୍ଘଟଣା (Road Accident in Mayurbhanj) । ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟିଲା ବରଯାତ୍ରୀ ଗାଡି । ଦୁର୍ଘଟଣାରେ 7 ଜଣ ଆହତ । ଆଜି(ଶୁକ୍ରବାର) ସକାଳେ ରାଇରଙ୍ଗପୁରର ବିଜାତଳା ସ୍ଥିତ ଜଙ୍ଗଲ ଭିୟୁ ହୋଟେଲ ନିକଟରେ ଏହି ଦୁର୍ଘଟଣା ଘଟିଛି । ଆହତମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେପଟେ ଦୁର୍ଘଟଣା ଘଟାଇ ଗାଡ଼ି ଚାଳକ ଫେରାର ହୋଇଯାଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ଗୁରୁବାର ଦିନ ରାଇରଙ୍ଗପୁର ଅନ୍ତର୍ଗତ ଟେଣ୍ଟପୋଷି ଗ୍ରାମର ସୁରେନ୍ଦ୍ର ବେହେରାଙ୍କ ଝିଅର ବାହାଘର ଥିଲା । ବାହାଘର ସାରି ଆଜି(ଶୁକ୍ରବାର) ସକାଳୁ ବରଯାତ୍ରୀ ବାଙ୍ଗିରିପୋଷି ଥାନା କୁସୁମବନ୍ଧ ଗ୍ରାମକୁ ଫେରୁଥିଲେ । ଏକ ସବାରୀ ଗାଡିରେ 13 ଜଣ ବରଯାତ୍ରୀ ଫେରୁଥିବା ସମୟରେ ଗାଡ଼ିର ଚାଳକଙ୍କ ଆଖି ଲାଗିଯିବାରୁ ବିଜାତଳାସ୍ଥିତ ଜଙ୍ଗଲ ଭିୟୁ ହୋଟେଲ ନିକଟରେ ଗାଡିଟି ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟି ପଡିଥିଲା ।

ଓଲଟିଲା ବରଯାତ୍ରୀ ଗାଡି, 7 ଆହତ

ଏଥିରେ 7 ଜଣ ଆହତ ହୋଇଥିଲେ । ସମସ୍ତଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଉଦ୍ଧାର କରାଯାଇ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତମାନେ କୁସୁମବନ୍ଧ ଗ୍ରାମର ଅବିନାଶ ସେଠୀ, ଦୀପକ ଦେହୁରୀ, ବୁଧୁରାମ ବେହେରା, ଶ୍ରୀକାନ୍ତ ବେହେରା, ଜଗନ୍ନାଥ ବେହେରା, ଗୌତମ ବେହେରା ଓ ହେମନ୍ତ ବେହେରା ବୋଲି ପରିଚୟ ମିଳିଛି।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Last Updated : May 13, 2022, 2:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.