ETV Bharat / state

ଚାକିରି ନାଁରେ ଲକ୍ଷାଧିକ ଠକି ନେଇଛି ଠିକା ସଂସ୍ଥା, ଏଜେଣ୍ଟ ଅଟକ - ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଚାକିରି

ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଚାକିରି ଦେବା ନାଁରେ ବେକାର ଯୁବକ ଓ ଯୁବତୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ହଡପ କରିଛି ‘ସୁମିତ ସିକ୍ୟୁରିଟି’ ନାମକ ଏକ ଠିକା ସଂସ୍ଥା । ଏବେ ଏହି ଠିକା ସଂସ୍ଥାର ଜଣେ ଏଜେଣ୍ଟଙ୍କୁ ଅଟକ ରଖି ପଚରାଉଚରା ଜାରି କରୁଛି ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ
author img

By

Published : Sep 9, 2019, 9:06 PM IST

ମୟୂରଭଞ୍ଜ: ଚାକିରି କରେଇ ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ହଡପ ଅଭିଯୋଗ । ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ସିକ୍ୟୁରିଟି ପଦ, ସଫେଇ କାମ ସହ ଅନ୍ୟାନ୍ୟ ଚାକିରି କରେଇବା ନାଁରେ ଲକ୍ଷାଧିକ ଠକି ନେଇଛି ଠିକା ସଂସ୍ଥା । ଜିଲ୍ଲାର ଅନେକ ବେକାର ଯୁବକ ଓ ଯୁବତୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ହଡପ କରିଛି ‘ସୁମିତ ସିକ୍ୟୁରିଟି’ ନାମକ ଏକ ଠିକା ସଂସ୍ଥା । ଏବେ ଏହି ଠିକା ସଂସ୍ଥାର ଜଣେ ଏଜେଣ୍ଟଙ୍କୁ ଅଟକ ରଖି ପଚରାଉଚରା ଜାରି କରିଛି ପୋଲିସ ।

‘ସୁମିତ ସିକ୍ୟୁରିଟି’ ସଂସ୍ଥାର ଏଜେଣ୍ଟ ରମାକାନ୍ତ ବେହେରା ଟଙ୍କା ନେଇ ଚାକିରିର ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଠକି ନେଇଛନ୍ତି । ପରେ ଚାକିରି ନମିଳିବାରୁ ସୋମବାର ଟଙ୍କା ଦେଇଥିବା ଯୁବକ ଯୁବତୀ ମାନେ ହସ୍ପିଟାଲ ପରିସରରେ ରମାକାନ୍ତ ବେହେରାଙ୍କୁ ଘେରିଥିଲେ। ହସ୍ପିଟାଲ ପରିସରରେ ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା । ଖବର ପାଇ ଘଟଣାସ୍ଥଳରେ ବାରିପଦା ପୋଲିସ ପହଞ୍ଚି ଏଜେଣ୍ଟଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ଏହି ଘଟଣା ପରେ ଅଣରାଜନୈତିକ ସଙ୍ଗଠନ ଭଞ୍ଜ ସେନାର ସଭାପତି ପିଣ୍ଟୁ ମାଇତି ସିକ୍ୟୁରିଟି ସଂସ୍ଥା ନାଁରେ ସଂଗୀନ ଅଭିଯୋଗ ଆଣିଛନ୍ତି । ଜିଲ୍ଲାର କୋଣ ଅନୁକୋଣର ପିଲାଙ୍କୁ ଠକି ଥିବା ସମ୍ପୃକ୍ତ ସଂସ୍ଥା ବିରୋଧରେ ହସ୍ପିଟାଲ କର୍ତ୍ତୃପକ୍ଷ ଘଟଣାର ତଦନ୍ତ କରିବା ସହ ହଡପ ହୋଇଥିବା ଟଙ୍କାକୁ ଫେରାଇବା ବ୍ୟବସ୍ଥା କରିବା ପାଇଁ କହିଛନ୍ତି। ଖୁବଶୀଘ୍ର ସମାଧାନ ନହେଲେ ଆଗାମୀ ଦିନରେ ଭଞ୍ଜ ସେନା ରାଜରାସ୍ତାକୁ ଓହ୍ଲାଇବ ବୋଲି ସେ ଚେତାବନୀ ଦେଇଛନ୍ତି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:ଚାକିରୀ କରେଇ ଦେବା ନାଁରେ ଲକ୍ଷଲକ୍ଷ ଟଙ୍କା ହଡପ ଅଭିଯୋଗ- ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲ ରେ ସିକୁରିଟି, ସଫେଇ କାମ ସହ ଅନ୍ୟାନ୍ୟ ଚାକିରୀ ପାଇଁ ଜିଲ୍ଲାର କିଛି ବେକାର ଯୁବକ ଓ ଯୁବତୀ ଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ହଡପ କରିଛି ସୁମିତି ସିକୁରିଟି ନାମକ ଏକ ଠିକ ସଂସ୍ଥା - ତେବେ ହସ୍ପିଟାଲର ବିଭିନ୍ନ ବିଭାଗରେ ଚାକିରୀ କରାଇଦେବ ର ଲୋଭ ଦେଖାଇ ନିରୀହ ଯୁବକ ଯୁବତୀ ମାନଙ୍କ ଠାରୁ ଲୁଟ ହୋଇଛି ଲକ୍ଷ ଲକ୍ଷ ଟଙ୍କା - ସୁମିତ ସିକ୍ୟୁରିଟି ର ଏଜେଣ୍ଟ ରମାକାନ୍ତ ବେହେରା ଏହି ଟଙ୍କା ନେଇଥିବା ବେଳେ ଆଜି ଟଙ୍କା ଦେଇଥିବା ଯୁବକ ଯୁବତୀ ମାନେ ହସ୍ପିଟାଲ ପରିସରରେ ରମାକାନ୍ତ ବେହେରାଙ୍କୁ ଘେରି ଥିଲେ - ହସ୍ପିଟାଲ ପରିସରରେ ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା ଘଟଣାସ୍ଥଳରେ ବାରିପଦା ପୋଲିସ ପହଂଚି ତାଙ୍କୁ ଅଟକ ରଖି ପଚରା ଉଚ୍ଚରା କରୁଛି। ଭାଂଜସେନା ମଧ୍ୟ ଏହାକୁ ନିନ୍ଦା କରିଥିବା ବେଳେ ହସ୍ପିଟାଲ କର୍ତ୍ତୃପକ୍ଷ ଘଟଣାର ତଦନ୍ତ କରି ହଡପ ହୋଇଅଥିବା ଟଙ୍କା କୁ ଫେରାଇବା ବ୍ୟବସ୍ଥା ନ କଲେ ଆଗାମୀ ଦିନରେ ରାଜରାସ୍ତା କୁ ଓହ୍ଲାଇବା ବୋଲି କହିଛି -
ବାଇଟ- ପିଣ୍ଟୁ ମାଇତି- ସଭାପତି- ଭାଂଜସେନାConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.