ETV Bharat / state

ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବିରେ ପଦଯାତ୍ରାରେ ସତ୍ୟବ୍ରତ

author img

By

Published : Aug 29, 2019, 8:40 PM IST

ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିରେ ପଦଯାତ୍ରାରେ ବାହାରିଛନ୍ତି ଜଗତସିଂପୁର ଜିଲ୍ଲା ଭଗବାନ ସିନ୍ଧୁଲ ଗ୍ରାମର ସତ୍ୟବ୍ରତ ଦାସ । ଗତ ଜୁଲାଇ 10 ତାରିଖରୁ ପଦଯାତ୍ରା ଆରମ୍ଭ କରିଥିବା ସତ୍ୟବ୍ରତ ବର୍ତ୍ତମାନ ସୁଦ୍ଧା 42ଟି ବ୍ଲକ ଅତିକ୍ରମ କରି 43 ନମ୍ବର ମୋରଡା ବ୍ଲକରେ ପହଞ୍ଚିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ବାରିପଦା: ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିରେ ପଦଯାତ୍ରାରେ ବାହାରିଛନ୍ତି ଜଣେ ଯୁବକ । ଉକ୍ତ ଯୁବକ ହେଉଛନ୍ତି ଜଗତସିଂପୁର ଜିଲ୍ଲା ବାଲିକୁଦା ବ୍ଲକ୍‌ ପରିଲ ପଞ୍ଚାୟତ ଭଗବାନ ସିନ୍ଧୁଲ ଗ୍ରାମର ସତ୍ୟବ୍ରତ ଦାସ । ଗତ ଜୁଲାଇ 10 ତାରିଖରେ ଯାଜପୁର ଜିଲ୍ଲା ବଡଚଣା ବ୍ଲକରୁ ପଦଯାତ୍ରା ଆରମ୍ଭ କରିଥିଲେ ସେ । ବର୍ତ୍ତମାନ ସୁଦ୍ଧା 42ଟି ବ୍ଲକ ଅତିକ୍ରମ କରି 43 ନମ୍ବର ମୋରଡା ବ୍ଲକରେ ପହଞ୍ଚିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ସତ୍ୟବ୍ରତ ନାରୀ ସଚେତନତା, ବେକାରୀ ସମସ୍ୟା, ମହାନଦୀ ଜଳ ସମସ୍ୟାର ସମାଧାନ ଏବଂ ପୋଲାଭରମ ପ୍ରକଳ୍ପ ବନ୍ଦ କରିବା ଦାବିରେ ଓଡିଶାର 314ଟି ବ୍ଲକ ପରିକ୍ରମା କରିବାର ନିଷ୍ପତ୍ତି ନେଇଥିଲେ । ଏଥିସହିତ ପଦଯାତ୍ରା ସମୟରେ ପ୍ରତ୍ୟେକ ବ୍ଲକର ବିଡିଓଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଉକ୍ତ ଦାବି ଗୁଡିକୁ ପୂରଣ କରାନଗଲେ ଦିଲ୍ଲୀର ଯନ୍ତରମନ୍ତର ଠାରେ ଆମରଣ ଅନଶନ କରିବେ ବୋଲି ସତ୍ୟବ୍ରତ କହିଛନ୍ତି ।

ତେବେ ମୋରଡା ଠାରେ ମୋରଡା ପ୍ରେସ୍ କ୍ଲବ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ପରେ ସ୍ଥାନୀୟ ଜନସାଧାରଣ ପହଞ୍ଚି ତାଙ୍କ ସହିତ ଆଲୋଚନା କରିଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro: Body:ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ଯତା,ମହାନଦୀ ଜଳ ସମସ୍ୟା ର ସମାଧାନ ଏବଂ ପୋଲାଭରମ ପ୍ରକଳ୍ପ ବନ୍ଦ କରିବା ଦାବି ନେଇ ଯୁବକ ଙ୍କ ୩୧୪ ଟି ବ୍ଲକ ପରିକ୍ରମା କରି ପ୍ରତ୍ୟେକ ବ୍ଲକ ବିଡ଼ିଓ ଙ୍କୁ ଭେଟି ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ଯରେ ସ୍ମାରକ ପତ୍ର ପ୍ରଦାନ କରିବା ପାଇଁ ଅଣ୍ଟା ଭିଡିଛନ୍ତି । ଯୁବକ ଜଣକ ହେଉଛନ୍ତି
ଜଗତସିଂପୁର ଜିଲ୍ଲା ବାଲିକୁଦା ବ୍ଲକ୍‌ର ପରିଲ ପଞ୍ଚାୟତର ଭଗବାନସିନ୍ଧୁଲ ଗ୍ରାମର ସତ୍ଯବ୍ରତ ଦାସ । ଗତ ଜୁଲାଇ ୧୦ ତାରିଖରେ ଯାଜପୁର ବ୍ଲକ୍‌ ବଡଚଣା ବ୍ଲକ୍‌ରୁ ପଦଯାତ୍ରା ଆରମ୍ଭ କରି ବର୍ତମାନ ୪୨ଟି ବ୍ଲକ ଅତିକ୍ରମ କରି ୪୩ ନଂରେ ମୋରଡା ବ୍ଲକ୍‌ରେ ପହଞ୍ଚିଛନ୍ତି। ତେବେ ବତ୍ତମାନ ସୁଦ୍ଧା ଯାଜପୁର, କଟକ,ବାଲେଶ୍ବର, କେନ୍ଦ୍ରାପଡା ର ସମସ୍ତ ବ୍ଲକ ପରିକ୍ରମା କରିସାରଥିବା ବେଳେ ଏବେ ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ରେ ପହଞ୍ଚିଛନ୍ତି । ଦାବି ପୂରଣ କରାଯିବା ଦିଗରେ ପଦକ୍ଷେପ ନିଆନଗଲେ ଦିଲ୍ଲୀ ର ଯନ୍ତ୍ରରମନ୍ତ୍ରର ଠାରେ ଆମରଣ ଅନଶନ କରିବେ ବୋଲି କହିଛନ୍ତି ସତ୍ୟବ୍ରତ ଦାସ ।ତେବେ ମୋରଡା ଠାରେ ମୋରଡା ପ୍ରେସ୍ କ୍ଲବ ପକ୍ଷରୁ ପଦଯାତ୍ରୀ ଙ୍କୁ ସମ୍ବଦ୍ଧନା ଦିଆଯାଇଛି । ପରେ ସ୍ଥାନୀୟ ଜନସାଧାରଣ ପହଞ୍ଚି ତାଙ୍କ ସହିତ ଆଲୋଚନା କରିଥିଲେ ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.