ETV Bharat / state

ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବିରେ ପଦଯାତ୍ରା: ବିଜାତଳାରେ ସତ୍ୟବ୍ରତ

author img

By

Published : Sep 20, 2019, 10:55 PM IST

ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ସହ ମହାନଦୀ ଜଳ ବିବାଦର ସମାଧାନ ଏବଂ ପୋଲାଭରମ ପ୍ରକଳ୍ପ ବନ୍ଦ ହେବା ଦାବି ନେଇ ପଦଯାତ୍ରା ଆରମ୍ଭ କରିଥିବା ଜଗତସିଂହପୁର ଜିଲ୍ଲା ପରିଲ ପଞ୍ଚାୟତର ସତ୍ୟବ୍ରତ ଦାସ ୬୩ ଦିନରେ ୫୮ଟି ବ୍ଲକ ଦେଇ ଯାତ୍ରା କରିସାରିଲେଣି । ପଢନ୍ତୁ ଅଧିକ ଖବର...

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ରାଇରଙ୍ଗପୁର: ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ସହ 3ଟି ଦାବି ନେଇ ପଦଯାତ୍ରା ଆରମ୍ଭ କରିଥିଲେ ଜଗତସିଂହପୁର ଜିଲ୍ଲା ପରିଲ ପଞ୍ଚାୟତର ସତ୍ୟବ୍ରତ ଦାସ । ଗତ ଜୁଲାଇ 20 ତାରିଖରୁ ସେ ଯାଜପୁର ଜିଲ୍ଲା ବଡ଼ଚଣାରୁ ନିଜର ପଦଯାତ୍ରା ଆରମ୍ଭ କରିଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା, ମହାନଦୀ ଜଳ ବିବାଦର ସମାଧାନ ଏବଂ ପୋଲାଭରମ ପ୍ରକଳ୍ପ ବନ୍ଦ ହେବା ନେଇ ସେ ଏହି ପଦଯାତ୍ରାରେ ବାହାରିଥିଲେ । ଏହି କ୍ରମରେ ସତ୍ୟବ୍ରତ ଆଜି ମୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକରେ ପହଞ୍ଚିଥିଲେ । ସେଠାରେ ବିଡିଓଙ୍କ ଅନୁପସ୍ଥିତିରେ ମୁଖ୍ୟ କିରାଣୀ ମହାଦେବ ସିଂଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ତେବେ ସତ୍ୟବ୍ରତଙ୍କୁ ବିଜାତଳାରେ ମୟୂରଭଞ୍ଜ ମୁକ୍ତି ମୋର୍ଚ୍ଚାର ପ୍ରମୁଖ ସଦସ୍ୟମାନେ ସ୍ବାଗତ କରିବା ସହିତ କିଛି ସମୟ ତାଙ୍କ ସହ ଆଲୋଚନା କରିଥିଲେ । ଏଥିସହିତ ତାଙ୍କ ଦାବିଙ୍କୁ ସମ୍ମାନ ଜଣାଇଥିଲେ ।

ବର୍ତ୍ତମାନ ସୁଦ୍ଧା ଅର୍ଥାତ ପଦଯାତ୍ରାର ୬୩ ଦିନରେ ସତ୍ୟବ୍ରତ ୫୮ଟି ବ୍ଲକ ଦେଇ ଯାତ୍ରା କରିସାରିଲେଣି । ଏହି ପଦଯାତ୍ରା ଜରିଆରେ ସେ ଜନସଚେତନତା ସୃଷ୍ଟି କରିବା ସହିତ ସରକାରଙ୍କୁ ଚେତାଇବା ତାଙ୍କ ଉଦ୍ଦେଶ୍ୟ କହିଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ଓଡ଼ିଶାକୁ ସ୍ଵତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ସମେତ ତିନି ଗୋଟି ଦାବି ନେଇ ହାତରେ ତ୍ରିରଙ୍ଗା ଓ ଦୃଢ ମନୋବଳ ନେଇ ପଦଯାତ୍ରା ଆରମ୍ଭ କରିଥିଲେ ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ୍ ପରିଲ ପଞ୍ଚାୟତ ର ସତ୍ୟବ୍ରତ ଦାସ। ଶ୍ରୀ ସତ୍ଯବ୍ରତ ଦାସ ଗତ ଜୁଲାଇ ୨୦ ତାରିଖରୁ ଯାଜପୁର ଜିଲ୍ଲା ବଡ଼ଚଣା ଠାରୁ ନିଜର ପଦଯାତ୍ରା ଆରମ୍ଭ କରିଥିଲେ। ଓଡିଶା କୁ ସ୍ବତନ୍ତ୍ର ରାଜ୍ଯପାହ୍ଯା, ମହାନଦୀ ଜଳ ବିବାଦ ର ସମାଧାନ ଓ ପୋଲାଭରମ ପ୍ରକଳ୍ପ ବନ୍ଦ ହେବା ଦାବି ନେଇ ପଦଯାତ୍ରା ରେ ବାହାରି ଆଜି ମୟୁରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକ ଠାରେ ପହଞ୍ଚିଥିଲେ। ସେଠାରେ ବିଡିଓ ଙ୍କ ଅନୁପସ୍ଥିତିରେ ମୁଖ୍ଯ କିରାଣୀ ମହାଦେବ ସିଂଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ଯ ରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ତେବେ ସତ୍ୟବ୍ରତ ଦାସ ଙ୍କୁ ବିଜାତଳା ଠାରେ ମୟୁରଭଞ୍ଜ ମୁକ୍ତି ମୋର୍ଚ୍ଚା ର ବାମନଘାଟୀ ଉପଦେଷ୍ଟା ବାଘରାୟ ଟୁଡୁ, ବାମନଘାଟି ସଭାପତି ଶ୍ରୀମାନ ମୁନାରାମ ନାଏକ, ବିଜାତଳା ବ୍ଲକ ସଂପାଦକ ସୁରାଇ ସୋରେନ ସହିତ ଚନ୍ଦ୍ରମୋହନ ବାସ୍କେ, ଲକ୍ଷ୍ମଣ ଟୁଡୁ, ଜୁଝାର ସୋରେନ, ଜୁଗୁ ମୁର୍ମୁ ପ୍ରମୁଖ ସ୍ବାଗତ କରିବା ସହିତ କିଛି ସମୟ ଆଲୋଚନା କରିଥିଲେ।ମୟୁରଭଞ୍ଜ ମୁକ୍ତି ମୋର୍ଚ୍ଚା ମଧ୍ଯ ଏହି ଦାବିକୁ ସମର୍ଥନ କରି ତାଙ୍କର ମହତ ଆକାଂକ୍ଷା କୁ ସମ୍ମାନ ଜଣାଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ଯ ରେ ବିଜାତଳା ବିଡିଓ ଙ୍କ ଅନୁପସ୍ଥିତିରେ ମୁଖ୍ଯ କିରାଣୀ ମହାଦେବ ସିଂ ଙ୍କୁ ଦାବିପତ୍ର ଦେବାରେ ସହଯୋଗ କରି ଏକ ନୂତନ ଆଶା ରେ ଭାଗୀଦାର ହୋଇଥିଲେ। ଆଜି ସୁଦ୍ଧା ସେ ୬୩ ଦିନରେ ୫୮ ଗୋଟି ବ୍ଲକ ପଦଯାତ୍ରା କରି ସାରିଲେଣି। ଏହି ପଦଯାତ୍ରା ଜରିଆରେ ଜନସଚେତନତା ସୃଷ୍ଟି କରିବା ସହିତ ସରକାରଙ୍କୁ ଚେତାଇବା ସତ୍ୟବ୍ରତ ଙ୍କ ଉଦ୍ଦେଶ୍ୟ ବୋଲି ପ୍ରକାଶ କରିଛନ୍ତି।Body:XConclusion:X
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.