ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ପୋଲିସ ଓ ବହଳଦା ଥାନା ପୋଲିସ ପକ୍ଷରୁ ସଡକ ସୁରକ୍ଷା ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି । ସଡକ ଦୁର୍ଘଟଣାରେ ନୀତି ପ୍ରତିଦିନ ଜୀବନ ହାନି ଘଟୁଥିବାବେଳେ ଏଥିରେ ସମ୍ପୃକ୍ତ ପରିବାର ବର୍ଗର ଅପୂରଣୀୟ କ୍ଷତି ଘଟିବା ସହିତ ଦେଶର ନାଗରିକଙ୍କ ଜୀବନ ହାନି ହେଉଛି । ଏହା ଦ୍ବାରା ଦେଶର ମଧ୍ୟ ଅଶେଷ କ୍ଷତି ଘଟୁଛି । ତେଣୁ ଏହାକୁ ନେଇ ରାଇରଙ୍ଗପୁର ଟାଉନ ଥାନା ପୋଲିସ ପକ୍ଷରୁ ରାଇରଙ୍ଗପୁର ସହରରେ ଓ ବହଳଦା ଥାନା ପୋଲିସ ପକ୍ଷରୁ ବହଳଦା ଅଞ୍ଚଳରେ ଏକ ସଡକ ସୁରକ୍ଷା ଜୀବନ ରକ୍ଷା ରାଲିର ବାହାରିଥିଲା ।
ଏହି ରାଲିରେ ବଜାର ପରିକ୍ରମା କରାଯାଇ ସାଧାରଣ ଲୋକଙ୍କୁ ସଚେତନ କରାଯାଇଥିଲା । ତା ସହିତ ବାଇକ ଚାଳକଙ୍କୁ ଗୋଲାପ ଫୁଲ ସହିତ ମାସ୍କ ପରିଧାନ କରି ନଥିବା ଚାଳକଙ୍କୁ ମାସ୍କ ପ୍ରଦାନ କରାଯାଇ ହେଲମେଟ୍ ଓ ମାସ୍କ ପରିଧାନ କରାଯିବାକୁ ସଚେତନ କରିଥିଲେ । ରାଇରଙ୍ଗପୁର ଓ ବହଳଦା ଥାନା ପେଟ୍ରୋଲିଂ ଗାଡିରେ ସଡକ ସୁରକ୍ଷା ଜୀବନ ରକ୍ଷା ସମ୍ବନ୍ଧୀୟ ସଂଗୀତ ବଜାଇବା ସହିତ ବିଭିନ୍ନ ସ୍ଲୋଗାନ ଦେଇ ବଜାର ପରିକ୍ରମା କରିଥିଲେ । ଉକ୍ତ ରାଲିରେ ରାଇରଙ୍ଗପୁର ଟାଉନ ଥାନା ଅଧିକାରିଣୀ ରେଣୁବାଳା ସାହୁ ଓ ବହଳଦା ଥାନା ଆଇଆଇସି ଜଗେନ୍ଦ୍ର କୁମାର ମଲ୍ଲୀକଙ୍କ ସହିତ ଥାନାର ସମସ୍ତ ଷ୍ଟାଫ୍ ସାମିଲ ହୋଇ ସଚେତନତାର ବାର୍ତ୍ତା ବାଣ୍ଟିଥିଲେ ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ