ETV Bharat / state

ଯୁବକଙ୍କୁ ହତ୍ୟା ଅଭିଯୋଗରେ ରାସ୍ତାରୋକ: ଅଭିଯୁକ୍ତ ଗିରଫ, ହଟିଲା ଧାରଣା

author img

By

Published : Jan 9, 2020, 12:26 PM IST

Updated : Jan 9, 2020, 3:53 PM IST

ଯୁବକଙ୍କୁ ହତ୍ୟା ଅଭିଯୋଗରେ ଧାରଣାରେ ବସିଲେ ପରିବାର । ଅଭିଯୁକ୍ତର ଗିରଫ ଓ କ୍ଷତିପୂରଣ ଦାବି କରିଛନ୍ତି ପରିବାର । ଆଗକୁ ପଢନ୍ତୁ...

Road blocked in mayurbhanj for demanding justice
ଡିଜାଇନ ଫଟୋ

ବାରିପଦା: ବାଲି ଚାଲାଣକୁ ବିରୋଧ କରିବାରୁ ବାଲି ମାଫିଆ ମାନେ ଜେସିବିରେ ଚାପି ଯୁବକଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ରାମଚନ୍ଦ୍ରପୁର ଗାଁରେ ଗତକାଲି ବିଳମ୍ବିତ ରାତ୍ରିରେ ଘଟିଛି ଏଭଳି ଘଟଣା। କିଛି ବାଲି ମାଫିଆ ମାନେ ଜମ୍ଭିରା ନଦୀରୁ ବାଲି ଉତ୍ତୋଳନ କରି ରାମଚନ୍ଦ୍ରପୁର ଗାଁ ଦେଇ ଦିନରାତି ବାଲି ଚାଲାଣ କରୁଥିବା ବେଳେ ରାମଚନ୍ଦ୍ରପୁର ଗାଁ ର ମିଣ୍ଟୁ ତରେଇ ଏହାକୁ ବିରୋଧ କରିବାରୁ ଯୁବକଙ୍କୁ ଜେସିବିରେ ଚାପି ହତ୍ୟା କରିଥିବା ଅଭିଯୋଗ ହୋଇଅଛି।

ଧାରଣାରେ ବସିଥିବା ପରିବାରକୁ ପ୍ରସାଶନର କ୍ଷତିପୂରଣ ପ୍ରତିଶୃତି

ଯୁବକ ଜଣଙ୍କ ମାଲକାନଗିରି ରେ ଆଇଆରବିରେ ଯବାନ ଭାବେ ନିୟୋଜିତ ଥିଲେ । ତେବେ ଯବାନ ଜଣଙ୍କ ଚାକିରୀ ସମୟରେ ଉପରିସ୍ଥ ଅଫିସରଙ୍କୁ ମାଡ ମାରି ଚାକରିରୁ ନିଲମ୍ବିତ ହୋଇ ଘରେ ଥିଲେ। ତେବେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ସହ ଯୁବକଙ୍କ ପରିବାର ବର୍ଗଙ୍କୁ କ୍ଷତିପୂରଣ ଦାବିରେ ଅମରଦା-ଚିତ୍ରଡା ରୋଡ ଦୀର୍ଘ ୮ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଅଵରୋଧ କରିଥିଲେ ଗ୍ରାମବାସୀ।

ଘଟଣାସ୍ଥଳରେ ରାସଗୋବିନ୍ଦପୁର ପୋଲିସ ଓ ଅତିରିକ୍ତ ତହସିଲଦାର ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାସ୍ଥଳରେ ଉତ୍ତ୍ୟକ୍ତ ଲୋକଙ୍କ ରାସଗୋବିନ୍ଦପୁର ଅତିରିକ୍ତ ତହସିଲଦାର ପ୍ରଭାତ ମହାପାତ୍ର ଓ ପୋଲିସକୁ ଠେଲାପେଲା କରିଥିବା ଦେଖିବାକୁ ମିଳିଥିଲା। ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେବାରୁ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।

ଉତ୍ତ୍ୟକ୍ତ ଲୋକଙ୍କୁ ବେତନଟୀ ଏସଡିପିଓ ଓ ରାସଗୋବିନ୍ଦପୁର ଅତିରିକ୍ତ ତହସିଲଦାର ବୁଝାସୁଝା କରିଛନ୍ତି । ଏହାସହ ରେଡକ୍ରସ ପକ୍ଷରୁ ମୃତକଙ୍କ ପରିବାର ଵର୍ଗଙ୍କୁ ୧୦ ହଜାର ଟଙ୍କା ଦେବା ସହ ଜେସିବି ଡ୍ରାଇଭରଙ୍କୁ ଗିରଫ କରିବା ପରେ ରାସ୍ତାରୋକ ହଟିଥିଲା। ଅନ୍ୟପକ୍ଷରେ ତୁରନ୍ତ ଦୁଇ ଜଣ ବାଲିମାଫିଆଙ୍କୁ ଗିରଫ କରିବେ ବୋଲି ପ୍ରତିଶ୍ରୁତି ଦେଇଛି ପ୍ରଶାସନ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି,ଇଟିଭି ଭାରତ

Intro:Body:ରାତିରେ ବାଲି ଚାଲାଣ କୁ ବିରୋଧ କରିବାରୁ ବାଲି ମାଫିଆ ମାନେ ଜେସିବି ରେ ଚାପି ଯୁବକ ଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ରାମଚନ୍ଦ୍ରପୁର ଗାଁରେ ଗତକାଲି ବିଳମ୍ବିତ ରାତ୍ରିରେ ଘଟିଛି ଘଟଣା। ଗତକାଲି ବିଳମ୍ବିତ ରାତ୍ରରେ ରାସଗୋବିନ୍ଦପୁର ଥାନା ଅଞ୍ଚଳର କିଛି ବାଲି ମାଫିଆ ମାନେ ଜମ୍ଭିରା ନଦୀ ରୁ ବାଲି ଉତ୍ତୋଳନ କରି ରାମଚନ୍ଦ୍ରପୁର ଗାଁ ଦେଇ ଦିନରାତି ବାଲି ଚାଲାଣ କରୁଥିବା ବେଳେ ରାମଚନ୍ଦ୍ରପୁର ଗାଁ ର ମିଣ୍ଟୁ ତରେଇ ଏହାକୁ ବିରୋଧ କରିବାରୁ ଯୁବକ ଙ୍କୁ ଜେସିବି ରେ ଚାପି ହତ୍ୟା କରିଥିବା ଅଭିଯୋଗ ହୋଇଅଛି। ହତ୍ୟାକାରୀ ଙ୍କୁ ତୁରନ୍ତ ଗିରଫ ସହ ଯୁବକଙ୍କ ପରିବାର ବର୍ଗ ଙ୍କୁ କ୍ଷତିପୂରଣ ଦାବିରେ ଅମରଦାରୋଡ଼-ଚିତ୍ରଡା ରାସ୍ତା କୁ ଅଵରୋଧ କରିଛନ୍ତି ଗ୍ରାମବାସୀ। ଘଟଣାସ୍ଥଳରେ ରାସଗୋବିନ୍ଦପୁର ପୋଲିସ ଓ ଅତିରିକ୍ତ ତହସିଲଦାର ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାସ୍ଥଳରେ ଉତ୍ତ୍ୟକ୍ତ ଲୋକଙ୍କ ରାସଗୋବିନ୍ଦପୁର ମାଜିଷ୍ଟ୍ରେଟ ଦାୟିତ୍ୱ ରେ ଥୁବା ଅତିରିକ୍ତ ତହସିଲଦାର ପ୍ରଭାତ ମହାପାତ୍ର ଙ୍କୁ ଠେଲାପେଲା।Conclusion:
Last Updated : Jan 9, 2020, 3:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.