ବାରିପଦା: ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ବୁଢ଼ମୋରା ଛକ ଠାରେ ଘଟିଛି ସଡ଼କ ଦୁର୍ଘଟଣା । ରାସ୍ତାରେ ଛିଡା଼ ହୋଇଥିବା ଏକ ଟ୍ରକଟିକୁ ପଛପଟୁ ପିଟିଛି ବୋଲେରୋ । ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 2 ଜଣ ଗୁରୁତର ଆହତ ହୋଇଛନ୍ତି ।
ସୂଚନା ଅନୁଯାୟୀ ଧାନ ବୋଝେଇ ହୋଇଥିବା ଟ୍ରକଟିରେ ହେଲପର୍ ଦୌଡ଼ି ବାନ୍ଧୁଥିବା ସମୟରେ ବାରିପଦା ପଟୁ ଆସୁଥିବା ଏକ ବୋଲେରୋ ଧକା ଦେଇଥିଲା । ଫଳରେ ବୁଢ଼ାମରା ଗ୍ରାମର ଗଣେଶ ବେହେରାଙ୍କ ମୃତ୍ୟୁ ଘଟିଛି ।
ଅନ୍ୟ ଦୁଇଜଣ ଗୁରୁତର ହେଲେ ସରଗଛିଡା ଗ୍ରାମର ମୁନା ଦଣ୍ଡପାଟ ଓ ବୁଢ଼ାମରା ଗ୍ରାମର ଶ୍ରୀଧର ଦିଗାର । ଗୁରୁତର ଆହତଙ୍କୁ ଏକ ବୋଲେରୋ ସାହାଯ୍ୟରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲକୁ ପଠେଇ ଦିଆଯାଇଛି । ଘଟଣାସ୍ଥଳରେ ବାଙ୍ଗରିପୋଷି ଥାନା ପୋଲିସ ପହଞ୍ଚି ବୋଲେରୋ ଜବତ କରିବାସହ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି ।
ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ