ETV Bharat / state

କାର ଧକ୍କାରେ ବାଇକ ଚାଳକ ମୃତ, 2 କେଲେଜ ଛାତ୍ରୀ ଗୁରୁତର

author img

By

Published : Jan 5, 2023, 9:30 PM IST

ମୟୂରଭଞ୍ଜ ଜିଲ୍ଲା ନିମଡିହି ଗ୍ରାମ ୨୨୦ ନଂ ଜାତୀୟ ରାଜପଥରେ କାର ଧକ୍କାରେ ବାଇକ ଆରୋହୀ ମୃତ । ଅଧିକ ପଢନ୍ତୁ

Road accident
Road accident

ରାଇରଙ୍ଗପୁର: ବେପରୁଆ ଗାଡି ଚଳେଇବା ଯୋଗୁଁ ଚାଲିଗଲା ବାଇକ ଆରୋହୀଙ୍କ ଜୀବନ । ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ନିମଡିହି ଗ୍ରାମ ନିକଟସ୍ଥ ୨୨୦ ନଂ ଜାତୀୟ ରାଜପଥରେ । ଖବର ଥାଉକି, ବହଳଦା ଥାନା ଅନ୍ତର୍ଗତ ଝାଡଗାଁ ଗ୍ରାମର ତାପସ ମିଶ୍ର ଏକ ବାଇକ ଯୋଗେ ତାଙ୍କ ଆଠ ବର୍ଷର ପୁଅକୁ ଟିଉସନରେ ଛାଡି ଦେଇ ଫେରୁଥିଲେ । ସେହି ସମୟରେ ଏକ କାର ଦୃତ ଗତିରେ ଆସି ବିପରୀତ ଦିଗରୁ ତାଙ୍କ ବାଇକ କୁ ଧକ୍କା ଦେଇଥିଲା । ହେଲେ ବାଇକକୁ ଧକ୍କା ଦେଇ କାରଟି ଭାରସାମ୍ୟ ହରାଇ ସେହି ଜାତୀୟ ରାଜପଥରେ କୋଚିଂ ପାଇଁ ସାଇକେଲ ଯୋଗେ ଯାଉଥିବା 2 ଜଣ କଲେଜ ଛାତ୍ରୀଙ୍କୁ ମଧ୍ୟ ଧକ୍କା ଦେଇଥିଲା । ଫଳରେ ବାଇକ ଚାଳକ ତାପସ ମିଶ୍ର ଓ ଦୁଇ ଜଣ କଲେଜ ଛାତ୍ରୀ ରାସ୍ତା କଡକୁ ଛିଟିକି ପଡ଼ିଥିଲେ।

ଏନେଇ ଘଟଣା ସ୍ଥଳରେ ଥିବା ସ୍ଥାନୀୟ ଲୋକେ 3 ଜଣଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା କୁ ପଠାଇଥିଲେ। ହେଲେ ତାପସ ମିଶ୍ର ଙ୍କୁ ବହଳଦା ଡାକ୍ତରଖାନା ନିଆ ଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ସେହିପରି ଅନ୍ୟପଟେ ବହଳଦା ଭାଟିସାହି ର ଦୁଇ ଜଣ କଲେଜ ଛାତ୍ରୀ ନାକି ହେମ୍ବ୍ରମ ଓ ଫୁଲ ସୋରେନ ଙ୍କୁ ରାଇରଙ୍ଗପୁର ଡାକ୍ତରଖାନା ଅଣା ଯାଇଥିଲା । ସେଠାରେ ସେମାନଙ୍କର ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଂକଟାପନ୍ନ ହେବାରୁ ଡାକ୍ତର ଉଭୟଙ୍କୁ ବାରିପଦା ପିଆରଏମ ସ୍ଥାନାନ୍ତର କରିଥିଲେ ।

ସେପଟେ ନିମଡିହି ଗ୍ରାମ ଦେଇ ଯାଇଥିବା ୨୨୦ ନଂ ଜାତୀୟ ରାଜପଥରେ ବେପରୁଆ ଗାଡି ଚାଳନା ଯୋଗୁଁ ବାରମ୍ବାର ଧନ ଜୀବନ ହାନି ହେଉଥିବା ବେଳେ ଫେରାର କାର ଚାଳକ କୁ ଗିରଫ ଓ କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକମାନେ ଜାତୀୟ ରାଜପଥ କୁ ଅବରୋଧ କରିଛନ୍ତି । ଏଥିସହ ବହଳଦା ଥାନା ପୋଲିସ ଓ ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ଦେଖିବାକୁ ମିଳିଛି ।

ସୂଚନା ଥାଉକି, ଗତକାଲି କଳାହାଣ୍ଡିରେ ମଧ୍ୟ ମର୍ମନ୍ତୁଦ ସଡକ ଦୁର୍ଘଟଣା । ନିଜ ଝିଅକୁ ଭବାନୀପାଟଣାର ଏକ କଲେଜରେ ଛାଡିନିଜ ଘରକୁ ଫେରୁଥିଲେ ବାପା। ଏହି ସମୟରେ ଜାତୀୟ ରାଜପଥ ୨୬ ବନମାଳୀପୁର ଛକ ନିକଟରେ ଦ୍ରୁତଗତିରେ ସାମ୍ନାପଟୁ ଆସୁଥିବା ଏକ କାର ତାଙ୍କୁ ଧକ୍କା ଦେଇଥିଲା । କାରର ବେଗ ଏତେ ଜୋର ଥିଲା ଯେ ବାଇକ ଆରୋହୀ ରାସ୍ତା କଡ଼କୁ ଛିଟିକି ହୋଇ ପଡିଥିଲେ। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ଥାନୀୟ ଲୋକେ କାରଟିକୁ କାବୁ କରିବାକୁ ଗୋଡ଼ାଇ ଭବାନୀପାଟଣା ସହରର ନକଟିଗୁଡା ଠାରେ କାବୁ କରିଥିଲେ । ଏହାସହ ଡ୍ରାଇଭରକୁ ମାଡ ମାରିବା ସହ କାରକୁ ଭଙ୍ଗାରୁଜା କରିଥିଲେ ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.