ETV Bharat / state

ଗୋଟିଏ ଦିନରେ ଦୁଇଟି ସଡକ ଦୁର୍ଘଟଣା,ତିନି ମୃତ

ମୟୂରଭଞ୍ଜ ଜିଲ୍ଲାରେ ଗୋଟିଏ ଦିନରେ ଦୁଇ ଦୁଇଟି ସଡକ ଦୁର୍ଘଟଣାରେ ତିନିଜଣଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

ଗୋଟିଏ ଦିନରେ ଦୁଇଟି ସଡକ ଦୁର୍ଘଟଣା
ଗୋଟିଏ ଦିନରେ ଦୁଇଟି ସଡକ ଦୁର୍ଘଟଣା
author img

By

Published : Jan 10, 2021, 8:03 AM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ସଡକ ଦୁର୍ଘଟଣା ନେଲା ତିନି ଜୀବନ । ଗୋଟିଏ ଦିନରେ ଜିଲ୍ଲାର ପୃଥକ ପୃଥକ ସ୍ଥାନରେ ଦୁଇଟି ସଡକ ଦୁର୍ଘଟଣା ଘଟି ତିନିଜଣଙ୍କର ମୃତ୍ୟୁ ହୋଇଛି ।

ଗୋଟିଏ ଦିନରେ ଦୁଇଟି ସଡକ ଦୁର୍ଘଟଣା
ଜିଲ୍ଲାର ଉଦଳା - ବାରିପଦା ରାଜ୍ୟ ରାଜପଥ ଖୁଣ୍ଟା ଥାନା ଅନ୍ତର୍ଗତ ଟିଟିଆ ଛକ ନିକଟରେ ଗୋଟିଏ ଅଟୋ ବାଇକକୁ ଧକ୍କା ଦେଇଥିଲା । ଫଳରେ ବାଇକ ଆରୋହୀ ଜଣଙ୍କ ବାଇକରୁ ଛିଟିକି ପଡିଥିଲେ । ବାଇକରେ ଥିବା ଦୁଇଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି । ମୃତକ ଦୁଇଜଣ ହେଲେ ନାଉପାଳ ଗ୍ରାମର ଚନ୍ଦନ ନାଏକ ଏବଂ ପ୍ରମୋଦ କୁମାର ରଣା । ଖବର ପାଇ ଖୁଣ୍ଟା ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଘଟଣାଗ୍ରସ୍ତ ଗାଡିକୁ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।

ଅନ୍ୟପକ୍ଷରେ ବାରିପଦାର ଷ୍ଟେସନ ବଜାରରେ ଵାଇକ ସ୍କୁଟି ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ବାରିପଦା ପ୍ରଫୁଲ୍ଲ ନଗର ବାସିନ୍ଦା ରଜତ କୁମାର ଦାଶ । ଘଟଣାର ଖଭର ପାଇ ବାରିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡି ଜବତ କରି ତଦନ୍ତ ଆରମ୍ଭ କରିଛି ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.