ETV Bharat / state

ମରିଗଲା ମାନବିକତା; ଗୁରୁତରଙ୍କ ଆମ୍ବୁଲାନ୍ସ ଅଟକାଇଲେ ମୃତ ଯୁବତୀଙ୍କ ପରିବାର

author img

By

Published : Mar 9, 2020, 12:20 PM IST

ମରିଗଲା ମାନବିକତା । ହଜିଗଲା ମଣିଷପଣିଆ । ଝିଅର ମୃତଶରୀର ଦେଖି ଦୁଇ ଗୁରୁତରଙ୍କ ଆମ୍ବୁଲାନ୍ସକୁ 4 ଘଣ୍ଟା ଅଟକାଇଦେଲେ ଲୋକେ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

road accident in mayurbhanj
ମରିଗଲା ମାନବିକତା ; ଗୁରୁତରଙ୍କ ଆମ୍ବୁଲାନ୍ସ ଅଟକାଇଲେ ଉତ୍ତ୍ୟକ୍ତ ଲୋକେ

ବାରିପଦା: ମରିଗଲା ମାନବିକତା । ହଜିଗଲା ମଣିଷପଣିଆ । ଝିଅର ମୃତଶରୀର ଦେଖି ଦୁଇ ଗୁରୁତରଙ୍କ ଆମ୍ବୁଲାନ୍ସକୁ 4 ଘଣ୍ଟା ଅଟକାଇଦେଲେ ଲୋକେ । ଏପରି ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳରେ ।

ସୂଚନା ଅନୁସାରେ, ଉଦଳା ଥାନା ନାଗପାଳ ଗାଁର ଝିଅ ଶ୍ରୀବେଦା ଶୁଭଦର୍ଶନୀ ପୁହାଣ କୌଣସି କାମରେ ସାଇକେଲରେ ମଧୁପୁର ଯାଇଥିଲେ । ତେବେ ସେଠାରେ ଏକ ବାଇକ ସହିତ ତାଙ୍କର ଧକ୍କା ହୋଇଥିଲା । ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା ।

ସେପଟେ ବାଇକରେ ଥିବା ଦୁଇ ଜଣ ରଜେଶ ପଢିଆଳ ଓ ସାଗର ମିରିଡିଆ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ କପ୍ତିପଦା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଦୁହିଁଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଦୁହିଁଙ୍କୁ ବାରିପଦା ମେଡିକାଲକୁ ସ୍ଥାନାନ୍ତର କରିଥିଲେ ଡାକ୍ତର ।

ତେବେ ଆମ୍ବୁଲାନ୍ସ ଯୋଗେ ଗୁରୁତରଙ୍କୁ ବାରିପଦା ନିଆଯାଉଥିବାବେଳେ ମୃତ ବାଳିକାର ସମ୍ପର୍କୀୟ ତଥା ସ୍ଥାନୀୟ ଲୋକେ ଆମ୍ବୁଲାନ୍ସକୁ ଛାଡିନଥିଲେ । ଘଟଣାର ବିଦ୍ଧିବଧ ତଦନ୍ତ ଦାବି କରିବା ସହ ଦୁର୍ଘଟଣାଗ୍ରସ୍ତ ବାଇକକୁ ଜବତ କରିବା ଲାଗି ଦିବା କରି ପାଖାପାଖି 4 ଘଣ୍ଟା ଧରି ଆମ୍ବୁଲାନ୍ସକୁ ଅଟକାଇଥିଲେ ଲୋକେ । ଏପରିକି ଉଦଳା ପୋଲିସ ଓ ସ୍ଥାନୀୟ ବିଧାୟକ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ପରେ ପ୍ରାୟ ରାତି ସାଢେ 11ଟାରେ ସେମାନେ ଆମ୍ବୁଲାନ୍ସ ଛାଡିଥିଲେ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.