ETV Bharat / state

ଗଛରେ ପିଟିହେଲା ରୋଗୀ ନେଇଯାଉଥିବା ସ୍କର୍ପିଓ; ଜଣେ ମୃତ, 3 ଗୁରୁତର

ମୟୂରଭଞ୍ଜ ଜିଲ୍ଲା 53 ନମ୍ବର ରାଜ୍ୟ ରାଜପଥ କୁଡୁମା ଗ୍ରାମ ନିକଟରେ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛରେ ପିଟିଲା ରୋଗୀ ନେଉଥିବା ସ୍କର୍ପିଓ । ଦୁର୍ଘଟଣାରେ ରୋଗୀ ମୃତ, 3 ଗୁରୁତର ।

road accident
ଗଛରେ ପଟିହେଲା ରୋଗୀ ନେଇଯାଉଥିବା ସ୍କର୍ପିଓ; ଜଣେ ମୃତ, 3 ଗୁରୁତର
author img

By

Published : Jan 23, 2020, 10:29 AM IST

Updated : Jan 23, 2020, 11:30 AM IST

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା 53 ନମ୍ବର ରାଜ୍ୟ ରାଜପଥ କୁଡୁମା ଗ୍ରାମ ନିକଟରେ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛରେ ପିଟିଲା ରୋଗୀ ନେଇ ହସ୍ପିଟାଲ ଯାଉଥିବା ସ୍କର୍ପିଓ । ଜଣେ ମୃତ, 3 ଜଣ ଗୁରୁତର ଆହତ । ଡାକ୍ତରଖାନାରେ ଭର୍ତ୍ତି । ମୃତକ ତିରିଂ ଥାନା ବଡକେଡମ ଗ୍ରାମର ଧନପତି ବେହେରା ବୋଲି ଜଣାପଡିଛି।

ଗଛରେ ପିଟିହେଲା ରୋଗୀ ନେଇଯାଉଥିବା ସ୍କର୍ପିଓ; ଜଣେ ମୃତ, 3 ଗୁରୁତର

ବିଳମ୍ବିତ ରାତିରେ ତିରିଂ ଥାନା ଝରାଡିହି ଅଞ୍ଚଳରୁ ଜଣେ ରୋଗୀଙ୍କୁ କଟକ ବଡ ମେଡିକାଲ ନେଇଯାଉଥିବା ସ୍କର୍ପିଓଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଥିଲା । ଫଳରେ ରୋଗୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ଡ୍ରାଇଭରଙ୍କ ସମେତ 3 ଜଣ ଗୁରୁତର ଆହତ ହୋଇଛନ୍ତି ।

ସେମାନଙ୍କୁ ପ୍ରଥମେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତିନି ଜଣଙ୍କୁ କଟକ ବଡମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଦୁର୍ଘଟଣା ରାତିରେ ହୋଇଥିବାରୁ ଅନେକ ସମୟ ଧରି ଏମାନେ ଗାଡିରେ ଫସି ରହିଥିଲେ । ଫଳରେ ରୋଗୀଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି । ସେପଟେ ଦୁର୍ଘଟଣା ଖବର ପାଇ କରଞ୍ଜିଆ ପୋଲିସ ଏବଂ ଅଗ୍ନିଶମ ବିଭାଗ ସେମାନଙ୍କୁ ଉଦ୍ଧାର କରିଥିଲା ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ମର୍ମନ୍ତୁଦ ସଡକ ଦୁର୍ଘଟଣା, ଜଣେ ମୃତ ଓ ତିନି ଗୁରୁତର।
ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ୫୩ ନମ୍ବର ରାଜ୍ୟ ରାଜପଥ କୁଡୁମା ଗ୍ରାମ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗତକାଲି ବିଳମ୍ବିତ ରାତିରେ ଏକ ସ୍କର୍ପିଓ ଗାଡ଼ି ତିରିଂ ଥାନା ଝରାଡ଼ିହି ଅଞ୍ଚଳରୁ ଏକ ରୋଗୀକୁ କଟକ ବଡ ମେଡ଼ିକାଲ କୁ ପରିବାରର ତିନି ଜଣ ସଦସ୍ୟ ଙ୍କ ସହ ନେଉଥିବା ବେଳେ କରଞ୍ଜିଆ ଥାନା କୁଡୁମା ନିକଟରେ ଦୁର୍ଘଟଣା ଘଟିଥିଲା ।ସ୍କର୍ପି ଟି ଦ୍ରୁତ ଗତିରେ ଆସି ଏକ ଗଛରେ ବାଡେଇ ହେବା ଫଳରେ କଟକ ଯାଉଥିବା ଜନୈକ ବ୍ୟକ୍ତିଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ ଡ୍ରାଇଭର ସମେତ ଅନ୍ୟ ତିନି ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ପ୍ରଥମେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଂକଟାପନ୍ନ ହେବାରୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାତରଣ କରିଛନ୍ତି ଡାକ୍ତର । ଦୁର୍ଘଟଣା ଟି ବିଳମ୍ବିତ ରାତିରେ ହଇଥିବାରୁ ଉଦ୍ଧାର କାର୍ଯ୍ୟ ବିଳମ୍ବ ହୋଇଥିବାର ଜଣାପଡିଛି ।ଦୁର୍ଘଟଣା ପରେ ସ୍କର୍ପିଓ ରେ ଯାଉଥିବା ଚାରିଜଣ ଯାକ ଗାଡି ଭିତରେ ଦୀର୍ଘ ସମୟ ଧରି ଫସି ରହିଥିଲେ ଯାହା ଫଳରେ ଜନୈକ ରୋଗୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ମାନେ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ଖବର ପାଇ କରଞ୍ଜିଆ ଥାନା ପୋଲିସ ଏବଂ ଅଗ୍ନିଶମ ବିଭାଗ ଯାଇ ଗାଡି ମଧ୍ୟରେ ଫସି ରହିଥିବା ଚାରି ଜଣଙ୍କୁ ଉଦ୍ଧାର କରିଥିଲା। କରଞ୍ଜିଆ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ମୃତ ବ୍ୟକ୍ତି ଜଣକ ତିରିଂ ଥାନା ବଡକେଡମ ଗ୍ରାମର ଧନପତି ବେହେରା ବୋଲି ଜଣାପଡିଛି।Body:XConclusion:X
Last Updated : Jan 23, 2020, 11:30 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.