ETV Bharat / state

ଦ୍ବାରଶୁଣି ଘାଟିରେ ବସ-ଟ୍ରକ ମୁହାଁମୁହିଁ; ଜଣେ ମୃତ, ୧୦ରୁ ଊର୍ଦ୍ଧ୍ବ ଗୁରୁତର

author img

By

Published : Sep 4, 2021, 8:52 AM IST

ମୟୂରଭଞ୍ଜ ଜିଲ୍ଲା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ମା ଦ୍ବାରଶୁଣି ଘାଟିରେ ଦୁର୍ଘଟଣା । ଟ୍ରକ-ବସ ମୁହାଁମୁହିଁ ଧକ୍କାରେ ଜଣେ ମୃତ, ୧୦ରୁ ଊର୍ଦ୍ଧ୍ବ ଗୁରୁତର ହେବା ସହ ଅନେକ ଯାତ୍ରୀ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

ଦ୍ବାରଶୁଣି ଘାଟିରେ ବସ ଓ ଟ୍ରକ ମୁହାଁମୁହିଁ ଧକ୍କା; ଜଣେ ମୃତ, ୧୦ରୁ ଉର୍ଦ୍ଧ୍ବ ଗୁରୁତର

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ମା ଦ୍ବାରଶୁଣି ଘାଟିରେ ଦୁର୍ଘଟଣା । ଟ୍ରକ-ବସ ମୁହାଁମୁହିଁ ଧକ୍କାରେ ଜଣେ ମୃତ, ୧୦ରୁ ଊର୍ଦ୍ଧ୍ବ ଗୁରୁତର ହେବା ସହ ଅନେକ ଯାତ୍ରୀ ଆହତ ହୋଇଛନ୍ତି । ତେବେ ଦ୍ବାରଶୁଣି ଘାଟିରେ ଦୁର୍ଘଟଣା ବଢ଼ି ଚାଲିଥିବା ବେଳେ ପୁଣି ଏକ ଦୁର୍ଘଟଣା ଶୁକ୍ରବାର ଘଟିଛି, ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଛି ।

ସୂଚନା ଅନୁସାରେ ବାରିପଦାରୁ କେନ୍ଦୁଝର ଅଭିମୁଖେ ଯାଉଥିବା ଶିବ ପାର୍ବତୀ ବସକୁ ଏକ ଟ୍ରକ ଧକ୍କା ଦେଇଥିଲା । ଫଳରେ ବସରେ ଥିବା ୧୦ରୁ ଊର୍ଦ୍ଧ୍ବ ଯାତ୍ରୀ ଗୁରୁତର ହୋଇଛନ୍ତି । ସୂଚନାପାଇ ଘଟଣା ସ୍ଥଳରେ ବାଙ୍ଗିରିପୋଷି ପୋଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ବାଙ୍ଗିରିପୋଷି ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠେଇଛନ୍ତି । ଅଧିକ ଗୁରୁତରଙ୍କୁ ବାରିପଦା ସ୍ଥିତ ପିଆରଏମକୁ ପଠାଇ ଦିଆଯାଇଛି।

ମୃତକ ଜଣଙ୍କ ହେଉଛନ୍ତି ଭୂଷଣ ରଣା (40) । ସେ ପଶ୍ଚିମବଙ୍ଗ ଗୋପୀବଲ୍ଳବ ପୁର ଅଞ୍ଚଳର ବୋଲି ଜଣାପଡ଼ିଛି । ଅନ୍ୟପଟେ ଟ୍ରକ ଚାଳକ ଟ୍ରକ ଭିତରେ ଚାପି ହେଇ ରହିଥିବା ବେଳେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ତାଙ୍କର ଗୋଟିଏ ହାତ ଦୁର୍ଘଟଣାରେ କଟିଯାଇଥିବା ଜଣାପଡ଼ିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.