ETV Bharat / state

2 ଟ୍ରକ ମୁହାଁମୁହିଁ ଧକ୍କା, ଚାଳକ ଗୁରୁତର - ଦୁର୍ଘଟଣା

ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ଖଡମବେଡା ଗାଁ ନିକଟସ୍ଥ ୪୯ନଂ ଜାତୀୟ ରାଜପଥରେ ବିପରୀତ ଦିଗରୁ ଆସୁଥିବା 2ଟି ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଚାଳକ ଦୁହେଁ ଗୁରୁତର ଆହତ ହୋଇଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର
author img

By

Published : Sep 3, 2019, 2:05 AM IST

ରାଇରଙ୍ଗପୁର: ଜାତୀୟ ରାଜପଥରେ 2ଟି ମାଲ ବୋଝେଇ ଟ୍ରକ ମୁହାଁମୁହିଁ ଧକ୍କା । ଏହି ସଡକ ଦୁର୍ଘଟଣାରେ 2 ଟ୍ରକର ଉଭୟ ଚାଳକ ଗୁରୁତର ହୋଇଛନ୍ତି । ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ଖଡମବେଡା ଗାଁ ନିକଟସ୍ଥ ୪୯ନଂ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ସୂଚନାନୁଯାୟୀ, ରାତି ପ୍ରାୟ ୯.୩୦ ସମୟରେ ବିପରୀତ ଦିଗରୁ ଆସୁଥିବା 2ଟି ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଉଭୟ ଟ୍ରକର ଚାଳକ ଗୁରୁତର ଅବସ୍ଥାରେ ଚାପି ହୋଇ ଟ୍ରକ ମଧ୍ୟରେ ରହିଯାଇଥିଲେ । ଏନେଇ ସ୍ଥାନୀୟ ଲୋକେ ତୁରନ୍ତ ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ କର୍ମଚାରୀ ମାନେ ପହଞ୍ଚି (WB23D2288) ନଂ ବିଶିଷ୍ଟ ଟ୍ରକରୁ ଚାଳକକୁ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପରେ ଗୁରୁତରଙ୍କୁ ବାରିପଦା ପି ଆର୍ ଏମ୍ ସ୍ଥାନାନ୍ତର କରାଯାଇଛି । ସେହି ଚାଳକ ଜଣକ ହେଲେ ବିହାର ସମସ୍ତିପୁରର ଭାଦେୟା ଅଞ୍ଚଳର ଧର୍ମେନ୍ଦ୍ର ମହାନ୍ତ ।

ସେହିପରି ଅନ୍ୟ ଟ୍ରକର ଚାଳକଙ୍କୁ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନେ ବିଳମ୍ବରେ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନା ପଠାଇଥିଲେ । ତେବେ ତାଙ୍କ ପରିଚୟ ମିଳି ପାରିନାହିଁ। ସେପଟେ ଜାତୀୟ ରାଜପଥ ମଝିରେ ଦୁର୍ଘଟଣା ଘଟିବାରୁ ପ୍ରାୟ ଦୁଇ ଘଣ୍ଟା ପର୍ଯ୍ୟନ୍ତ ରାସ୍ତା ଜାମ୍ ହୋଇ ରହିଥିଲା ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ଜାତୀୟ ରାଜପଥ ରେ ଦୁଇଟି ମାଲ ବୋଝେଇ ଟ୍ରକ ମୁହାଁମୁହିଁ ଧକ୍କା। ଫଳରେ ଦୁଇଟି ଟ୍ରକ ର ଉଭୟ ଚାଳକ ଗୁରୁତର। ଏପରି ଏକ ସଡ଼କ ଦୁର୍ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ଖଡମବେଡା ଗ୍ରାମ ନିକଟସ୍ଥ ୪୯ ନଂ ଜାତୀୟ ରାଜପଥରେ। ସୂଚନା ଅନୁଯାୟୀ ରାତି ପ୍ରାୟ ୯.୩୦ ସମୟରେ ବିପରୀତ ଦିଗରୁ ଆସୁଥିବା ଦୁଇଟି ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଉଭୟ ଟ୍ରକର ଚାଳକ ଗୁରୁତର ଅବସ୍ଥାରେ ଚାପି ହୋଇ ଟ୍ରକ ମଧ୍ୟରେ ରହିଯାଇଥିଲେ। ଏନେଇ ସ୍ଥାନୀୟ ଲୋକେ ତୁରନ୍ତ ପୋଲିସ ଓ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ କର୍ମଚାରୀ ମାନେ ପହଞ୍ଚି WB23D2288 ନଂ ବିଶିଷ୍ଟ ଟ୍ରକ ରୁ ଚାଳକକୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ରାଇରଙ୍ଗପୁର ଡାକ୍ତରଖାନା ପଠାଇଥିଲେ। ସେଠାରେ ଚାଳକ ଙ୍କ ଡାହାଣ ଜଙ୍ଘ ଭାଙ୍ଗି ଯାଇଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ବାରିପଦା ପି ଆର୍ ଏମ୍ ସ୍ଥାନାନ୍ତର କରିଥିଲେ। ଜଙ୍ଘ ଭାଙ୍ଗି ଯାଇଥିବା ଚାଳକ ଜଣକ ବିହାର ସମସ୍ତିପୁର ର ଭାଦେୟା ଅଞ୍ଚଳର ଧର୍ମେନ୍ଦ୍ର ମହାନ୍ତ ବୋଲି ଜଣାପଡିଛି ଓ ଅନ୍ୟ ଟ୍ରକ ର ଚାଳକ ଙ୍କୁ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ବିଳମ୍ବ ରେ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନା ପଠାଇଥିଲେ। ତେବେ ତାଙ୍କ ପରିଚୟ ମିଳି ପାରିନାହିଁ। ସେପଟେ ଜାତୀୟ ରାଜପଥ ମଝିରେ ଦୁର୍ଘଟଣା ଘଟିବାରୁ ପ୍ରାୟ ଦୁଇ ଘଣ୍ଟା ପର୍ଯ୍ୟନ୍ତ ରାସ୍ତା ଜାମ୍ ହୋଇ ରହିଥିଲା। ଫଳରେ ଉଭୟ ପଟରେ ଶହ ଶହ ଗାଡି ଅଟକି ରହିଥିଲା।Body:XConclusion:X
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.