ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରସ୍ଥିତ ଏକ ମଦ୍ରାସାରେ ଧୂମଧାମରେ ପାଳିତ ହୋଇଯାଇଛି 71 ତମ ସାଧାରଣତନ୍ତ୍ର ଦିବସ। ରାଇରଙ୍ଗପୁର ସହରର ନାଗଭଣ ଗାଁ ସ୍ଥିତ ମଦ୍ରାସାରେ ମୁଖ୍ୟ ଅତିଥି ଭାବେ ନାଗଭଣ ମୁସଲିମ କମିଟିର ସମ୍ପାଦକ ଏସକେ ଇଫତେଖାର ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହାସହ ସାଧାରଣତନ୍ତ୍ର ଦିବସ ପାଳନର ମହତ୍ତ୍ବ ସମ୍ପର୍କରେ ବୁଝାଇଥିଲେ I
ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା I ମଦ୍ରାସାର ଛାତ୍ରଛାତ୍ରୀ ଆନନ୍ଦ ଉଲ୍ଲାସର ସହ ପତାକା ଉତ୍ତୋଳନ ସମୟରେ ଉପସ୍ଥିତ ରହି ବିଭିନ୍ନ କ୍ରୀଡାରେ ଅଂଶଗ୍ରହଣ କରିଛନ୍ତି I କୃତି ଛାତ୍ରଛାତ୍ରୀଙ୍କୁ ଅତିଥି ପୁରସ୍କାର ପ୍ରଦାନ କରିଥିଲେ I ନାଗଭଣ ମଦ୍ରାସାରେ ମୁସଲିମ ସମ୍ପ୍ରଦାୟର ଲୋକେ ପ୍ରତ୍ୟେକ ବର୍ଷ ସାଧାରଣତନ୍ତ୍ର ଦିବସ ପାଳନ କରିଆସୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ଯେଉଁ ଅଞ୍ଚଳରେ ପାଳନ କରୁନାହାଁନ୍ତି ସେମାନଙ୍କୁ ସାଧାରଣତନ୍ତ୍ର ଦିବସ ପାଳନ କରିବାକୁ ଅନୁରୋଧ କରିଥିଲେ ମଦରାସାର ମୌଲାନା I ଏହି ଅବସରରେ ପାଖାପାଖି ଅଞ୍ଚଳର ଲୋକେ ମଧ୍ୟ ସାମିଲ ହୋଇଥିଲେ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ