ETV Bharat / state

ମିଳିନି ଖାଦ୍ୟ କି ପାନୀୟ ଜଳ, ଅଭିଯୋଗ କଲେ ବିଭିନ୍ନ ପଞ୍ଚାୟତର ଗ୍ରାମବାସୀ - yaash

ବାତ୍ୟା ଆଶ୍ରୟସ୍ଥଳୀରେ ଲୋକଙ୍କୁ ରନ୍ଧା ଖାଦ୍ୟ ମିଳିନଥିବା ଅଭିଯୋଗ କଲେ ମୟୂରଭଞ୍ଜ ମୋରଡ଼ା ବ୍ଲକର ବିଭିନ୍ନ ଗ୍ରାମର ଗ୍ରାମବାସୀ। ଅଧିକ ପଢନ୍ତୁ...

ମିଳିନି ଖାଦ୍ୟ କି ପାନୀୟ ଜଳ, ଅଭିଯୋଗ କଲେ ବିଭିନ୍ନ ପଞ୍ଚାୟତର ଗ୍ରାମବାସୀ

author img

By

Published : May 26, 2021, 10:58 PM IST

ବାରିପଦା: ବାତ୍ୟା 'ୟସ' ର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ସମସ୍ତ ବିଡ଼ିଓ ଏବଂ ଜିଲ୍ଲାପାଳଙ୍କୁ ଲୋକ ମାନେ କିପରି ସୁରକ୍ଷିତ ରହିବେ ସେଥିପାଇଁ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । କଚ୍ଚା ଘରେ ରହୁଥିବା ଲୋକମାନଙ୍କୁ ଆଣି ବାତ୍ୟା ଆଶ୍ରୟସ୍ଥଳୀରେ ସୁରକ୍ଷିତ ଭାବେ ରଖି ଶୁଖିଲା ଖାଦ୍ୟ ଏବଂ ରନ୍ଧା ଖାଦ୍ୟର ବ୍ୟବସ୍ଥା କରିଛନ୍ତି କିନ୍ତୁ ଏହିସବୁ ବ୍ୟବସ୍ଥା ଲୋକମାନଙ୍କ ପାଖରେ ପହଁଚି ପାରୁନଥିବାର ଦେଖିବାକୁ ମିଳିଛି ।

ମିଳିନି ଖାଦ୍ୟ କି ପାନୀୟ ଜଳ, ଅଭିଯୋଗ କଲେ ବିଭିନ୍ନ ପଞ୍ଚାୟତର ଗ୍ରାମବାସୀ

ସୂଚନାଯୋଗ୍ୟ ଯେ, ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକରେ କୋଡିଏଟି ବାତ୍ୟା ଆଶ୍ରୟସ୍ଥଳୀରେ ମୋଟ ୪୧୭୮ ଜଣକୁ ସ୍ଥାନାନ୍ତର କରି ରଖାଯାଇଛି । ତେବେ ଗତକାଲି ଠାରୁ ଲୋକମାନେ ରହିଥିବା ବେଳେ ସମସ୍ତ ସ୍କୁଲରେ କିପରି ସୁରକ୍ଷିତ ରହିବେ ସେଥିପାଇଁ ବ୍ଲକ ପ୍ରଶାସନ ତରଫରୁ ବ୍ୟବସ୍ଥା କରାଯାଇଥିଲା କିନ୍ତୁ ମୋରଡା ବ୍ଲକର ସଦର ମହକୁମା କୁହାଯାଉଥିବା ଚିତ୍ରଡା ପଞ୍ଚାୟତ ଏବଂ ବରକନ୍ଦ ଏବଂ ସାନମୁଣ୍ଢାଵନୀ, ପଞ୍ଚାୟତରେ ବାତ୍ୟା ଆଶ୍ରୟସ୍ଥଳୀରେ ଲୋକ ମାନଙ୍କୁ ଠିକ ଭାବେ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଉଥିବାବେଳେ ନିକଟସ୍ଥ ସ୍କୁଲ ମାନଙ୍କରେ ରହୁଥିବା ଲୋକମାନେ ଏହି ସବୁ ଖାଦ୍ୟ ଏବଂ ପାନୀୟ ଜଳ ମିଳି ନଥିବାର ଅଭିଯୋଗ କରିଛନ୍ତି ।

ଅନ୍ୟପଟେ, ଚିତ୍ରଡା ପଞ୍ଚାୟତର ଅନନ୍ତ ଦମ୍ପତି ସ୍କୁଲ, ଭୋଇରବି ସ୍କୁଲ ଏବଂ ବରକନ୍ଦ ପଞ୍ଚାୟତର ବଇଁଚିଡ଼ିହା ସ୍କୁଲ ସାନ ମୁଣ୍ଢାବଣି ପଞ୍ଚାୟତର ପାରିଆକୁଲି ସ୍କୁଲ ଘରେ ପାଖାପାଖି ଶହ ଶହ ତଳିଆ ଅଞ୍ଚଳର ଲୋକମାନେ ମଙ୍ଗଳବାର ଦିଆଯାଇଥିବା ଚୁଡା ଏବଂ ଚିନି ଖାଇ ରହିଛନ୍ତି କିନ୍ତୁ ପ୍ରଶାସନ ତରଫରୁ ତାଙ୍କୁ ବର୍ତ୍ତମାନ ସୁଦ୍ଧା ରନ୍ଧା ଖାଦ୍ୟ ଦିଆଯାଇନଥିବା ଅଭିଯୋଗ ହୋଇଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.