ETV Bharat / state

ମନ୍ଥର ଗତିରେ ପିଏମ ଆବାସ ଯୋଜନା, ପ୍ରକୃତ ହିତାଧିକାରୀ ଯୋଜନାରୁ ବଞ୍ଚିତ - real beneficiaries are excluded from PMAY Scheme

କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମୟୂରଭଞ୍ଜ ଜିଲ୍ଲାରେ କଣ ରହିଛି ସ୍ଥିତି ? ଏହି ଯୋଜନାରେ ଜିଲ୍ଲାରେ ମୋଟ ୨,୩୧,୪୪୧ ଗୃହ ନିର୍ମାଣ ପାଇଁ ଟାର୍ଗେଟ ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ମୋଟ ୧,୪୧,୧୬୯ ଗୃହ ନିର୍ମାଣ କରିଛି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ । ତେବେ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସ୍ଥିତି ପରଖିଛି ଇଟିଭି ଭାରତ ।

ମନ୍ଥର ଗତିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରକୃତ ହିତାଧିକାରୀ ଯୋଜନାରୁ ବାଦ

author img

By

Published : Oct 1, 2020, 8:29 PM IST

ବାରିପଦା: ଦେଶରେ ଗରିବଙ୍କ ପାଇଁ କେନ୍ଦ୍ର ସରକାର ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା । 2015 ରେ ଏହି ଯୋଜନା ଆରମ୍ଭ ହୋଇଥିବା ବେଳେ ଓଡ଼ିଶାରେ ମଧ୍ୟ ଏହି ଯୋଜନା କାର୍ଯ୍ୟକାରୀ ହୋଇଛି । ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ଏହି ଯୋଜନାରେ ନିର୍ମାଣ ହୋଇଛି ଘର । ହେଲେ ପ୍ରକୃତ ହିତାଧିକାରୀ ଏଯାଏଁ ଘର ଖଣ୍ଡିଏ ନପାଇ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ।

ମନ୍ଥର ଗତିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରକୃତ ହିତାଧିକାରୀ ଯୋଜନାରୁ ବାଦ

କିଏ ଭଙ୍ଗା ଦଦରା ଚାଳ ଘରେ ପଡି ରହିଛି ତ ଆଉ କିଏ ପାଇଖାନାରେ କାଟୁଛି ଜୀବନ । ସେପଟେ ଏହି ଯୋଜନାରେ ଅନେକଙ୍କୁ ଘର ମିଳିଥିଲେ ବି ଅସମ୍ପୂର୍ଣ୍ଣ ଭାବେ ପଡି ରହିଛି । ଏହାସହ ଘର ପାଇଥିବା ଗରିବ ଆଦିବାସୀ ହିତାଧିକାରୀ ଦଲାଲଙ୍କ ହାବୁଡ଼ରେ ପଡି ଲୁଟର ଶିକାର ହେଉଥିବା ମଧ୍ୟ ଅଭିଯୋଗ ହେଇଛି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଳାରେ ମୋଟ ୨୬ ଟି ବ୍ଲକକୁ ୨୦୨୦-୨୧ ଆର୍ଥିକ ବର୍ଷ ସୁଦ୍ଧା ୨,୩୧,୪୪୧ ଟି ଗୃହ ନିର୍ମାଣ ପାଇଁ ଟାର୍ଗେଟ ରହିଥିଲା । ତେବେ ୨୦୧୬-୨୦୨୧ ଆର୍ଥିକ ବର୍ଷ ସୁଦ୍ଧା ୨୬ ଟି ବ୍ଲକରେ ମୋଟ ୧,୪୧,୧୬୯ ଟି ଗୃହ ନିର୍ମାଣ ହୋଇଥିବା ଅନ ଲାଇନରେ ଉପଲବ୍ଧ ତଥ୍ୟ କହୁଛି ।

ତେବେ ଏହି ଯୋଜନାରେ ପ୍ରକୃତ ହିତାଧିକାରୀ ଘର ପାଇ ନଥିବା ବେଳେ ଅନେକ ଧନୀ ଶ୍ରେଣୀର ଲୋକେ ଏହି ଯୋଜନାରେ ସାମିଲ ହୋଇ ଯୋଜନାର ଲାଭ ନେଇଛନ୍ତି ବୋଲି ଆଦିବାସୀ ଦଳିତ ମହାସଂଘର ସଭାପତି ଅଭିଯୋଗ କରିଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.